ପଦାକୁ ଆସିଲା ଆଉ ଏକ ରହସ୍ୟ, ମୃତ୍ୟୁ ପୂର୍ବ ଦିନ ସୁଶାନ୍ତଙ୍କ ସହ ଦେଖା କରିଥିଲେ ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନ କୁ ଦିନ ନୂଆ ମୋଡ ନେବାରେ ଲାଗିଛି । ବର୍ତ୍ତମାନ ସମୟରେ ଏହି ମାମଲା ସହ ଡ୍ରଗ୍ସ ଲିଙ୍କ ନେଇ ଏନସିବି ଟିମ ନିଜ ତଦନ୍ତ ଜାରି ରଖିଛନ୍ତି । ସୁଶାନ୍ତ ମୃତ୍ୟୁ ମାମଲାକୁ ନେଇ ଏବେ ଆଉ ଏକ ରହସ୍ୟ ପଦାକୁ ଆସିଛି । ଘଟଣାର ପୂର୍ବ ଦିନ ଅର୍ଥାତ ୧୩ ତାରିଖ ରାତି ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ହିଁ ଏହି ନୂଆ ରହସ୍ୟ ପଦାକୁ ଆସିଛି । ରିପୋର୍ଟ ଅନୁଯାୟୀ, ବିବେକନନ୍ଦ ଗୁପ୍ତା ନାମକ ଜଣେ କହିଛନ୍ତିକି ଜୁନ ୧୩ତାରିଖ ରାତିରେ ରିୟା ଚକ୍ରବର୍ତ୍ତୀ ଓ ସୁଶାନ୍ତ ସିଂହ ରାଜପୁତଙ୍କର ଭେଟ ହୋଇଥିଲା । କିନ୍ତୁ ପୂର୍ବରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଜୁନ୮ ତାରିଖରେ ରିୟା ସୁଶାନ୍ତଙ୍କ ଘର ଛାଡି ନିଜ ଘରକୁ ଚାଲିଯାଇଥିଲେ ।
ଏହା ପରେ ସେ କେବେ ସୁଶାନ୍ତଙ୍କ ସହ ଦେଖାକରି ନାହାନ୍ତି କି ସେମାନଙ୍କର ଫୋନରେ ମଧ୍ୟ ଯୋଗାଯୋଗ ହୋଇନାହିଁ । ଏହି ସମାନ କଥା ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂହ କୀର୍ତ୍ତି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଶ୍ବେତା ଭିଡିଓଟିକୁ ସେୟାର କରି ପୋଷ୍ଟରେ ଲେଖିଛନ୍ତିକି- “ସେ ଏକ ଟ୍ରୁ ବ୍ରେକିଙ୍ଗ । ଗେମ ଚେଞ୍ଜର । ଜଣେ ସାକ୍ଷୀଙ୍କୁ ବୟାନରୁ ଏହା ପ୍ରମାଣିତ ହେଉଛିଯେ ୧୩ତାରିଖ ରାତିରେ ରିୟା ସୁଶାନ୍ତଙ୍କ ସହ ଦେଖାକରିଥିଲେ ।”