ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ଗୁମର ଖୋଲୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ସିବିଆଇ ତଦନ୍ତ ଆରମ୍ଭ କରିଦେଇଛି। ଏଥିପାଇଁ ସିବିଆଇ ଟିମ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛି। ଏହା ମଧ୍ୟରେ ରିୟା ଚକ୍ରବର୍ତ୍ତୀ ଯେଉଁ ଦିନ ସୁଶାନ୍ତ ସିଂ ରାଜପୁତଙ୍କ ଘର ଛାଡ଼ିଥିଲେ, ଅର୍ଥାତ୍ ଜୁନ୍ ୮ରେ ମହେଶ ଭଟ୍ଟଙ୍କ ସହ ହ୍ବାଟସଆପ୍ ଚାଟ୍ ସାମ୍ନାକୁ ଆସିଛି ଯାହା ଏବେ ଭାଇରଲ ହେବାରେ ଲାଗିଛି।
ରିୟା ଚକ୍ରବର୍ତ୍ତୀ ଏବଂ ମହେଶ ଭଟ୍ଟଙ୍କ ମଧ୍ୟରେ ଜୁନ୍ ୮ରେ ହୋଇଥିବା ଏହି ଚାଟ୍ ଭାଇରାଲ୍ ହେବା ପରେ ଅନୁମାନ କରାଯାଉଛି କି, ଅଭିନେତ୍ରୀ ନିଜେ ହିଁ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କ ଭାଙ୍ଗି ଦେଇଛନ୍ତି। ଯେଉଁଥିରେ ରିୟା ଲେଖିଛନ୍ତି, ଆଏଶା ଆଗକୁ ବଢିଯାଇଛି ସାର… ଭାରି ଦିଲ୍ ଏବଂ ଆଶ୍ୱସ୍ତୀ ଭାବନା ସହିତ। ଏହାପରେ ରିୟା ଲେଖିଛନ୍ତି, ଆମର ଶେଷ କଥାବାର୍ତ୍ତା ସମସ୍ତଙ୍କୁ ଚକିତ କରିଦେବେ। ଆପଣ ମୋ ଏଞ୍ଜେଲ ଅଟନ୍ତି। ଆପଣ ସେତେବେଳେ ଥିଲେ, ଏବେ ବି ଅଛନ୍ତି। ଫିଲ୍ମ ଜଲେବିରେ ରିୟାଙ୍କ ନାମ ଆଏଶା ଥିଲା ଏବଂ ଏହାର ନିର୍ମାତା ମହେଶ ଭଟ୍ଟ ରହିଥିଲେ।

ରିୟା ଚକ୍ରବର୍ତ୍ତୀଙ୍କ ମେସେଜର ଉତ୍ତରରେ ମହେଶ ଭଟ୍ଟ ଲେଖିଛନ୍ତି – ‘ବର୍ତ୍ତମାନ ପଛକୁ ବୁଲି ଆଉ ଦେଖ ନାହିଁ। ତୁମ ବାପାଙ୍କୁ ମୋର ଭଲପାଇବା ଦିଅ, ସେ ବହୁତ ଖୁସି ହେବେ । ଏଥିରେ ରିୟା ମହେଶ ଭଟ୍ଟଙ୍କୁ ଧନ୍ୟବାଦ ଦେଇ କହିଛନ୍ତି- ‘ତୁମେ ମୋ ଜୀବନରେ ଭଗବାନଙ୍କ ପରି। କିଛି ସାହସ ମୋତେ ମିଳିଛି ଏବଂ ଆପଣ ମୋ ବାପାଙ୍କ ବିଷୟରେ ଫୋନରେ ଯାହା କହିଥିଲେ ତାହା ମୋତେ ତାଙ୍କ ପାଇଁ ଶକ୍ତିଶାଳୀ ହେବାକୁ ପ୍ରେରଣା ଦେଇଛି। ସବୁବେଳେ ଏତେ ଭଲପାଇବା ଏବଂ ସ୍ୱତନ୍ତ୍ର ହୋଇଥିବାରୁ ମୋ ବାପା ଆପଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।