ଆଉ କିଛି ଲୁଚାଇପାରିବେନି ରିୟା, କାରଣ ତାଙ୍କୁ ପଚରାଉଚରା କରୁଛନ୍ତି ବିହାରର ସିଂହମ୍‌ ନୁପୂର

ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଟିମ୍‌ ଫୁଲ ଦମ୍‌ରେ କାମରେ ଲାଗି ପଡ଼ିଛି। ପ୍ରତିଦିନ ରିୟା, ତାଙ୍କ ଭାଇ ସୌଭିକ୍‌, ସୁଶାନ୍ତଙ୍କ ସାଙ୍ଗ, ଚାକର ପ୍ରମୁଖଙ୍କୁ ପଚରାଉଚରା କରାଯାଉଛି। ଏଥିସହ ନୂଆ ନୂଆ ତଥ୍ୟ ବି ସାମ୍ନାକୁ ଆସିଛି। ମୁମ୍ବାଇର ଡିଆରଡିଓ ଗେଷ୍ଟ ହାଉସ୍‌ରେ ସିବିଆଇର ମୁଖ୍ୟ ଅଫିସର ନୁପୂର ପ୍ରସାଦ ସମସ୍ତଙ୍କୁ ପଚରାଉଚରା କରୁଛନ୍ତି। ତାଙ୍କ ସହ ସିବିଆଇ ଅଫିସର ଅନୀଲ ଯାଦବ ମଧ୍ୟ ଅଛନ୍ତି। ନୁପୂର ଯେଭଳି ବୁଦ୍ଧିମତୀ ଓ ତୀକ୍ଷ୍ମଣ ସ୍ମୃତି ସମ୍ପନ୍ନ, ତାଙ୍କ ସାମ୍ନାରେ ରିୟା କିଛି ଲୁଚାଇପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା କିଏ ଏହି ନୁପୁର ଯାହା ନାଁ ଶୁଣିଲେ ବଡ଼ ବଡ଼ ଅପରାଧୀ ବି ଭୟରେ ଥରିବାକୁ ଲାଗନ୍ତି…

sushant5 ସୁଶାନ୍ତଙ୍କ କେସ୍‌ର ତଦନ୍ତ କରୁଥିବା ଆଇପିଏସ୍‌ ଅଫିସର ନୁପୂର ପ୍ରସାଦ ବିହାର କ୍ୟାଡରର। ସେ ବିହାରର ଗୟା ଜିଲ୍ଲାର ଟିକାରୀର ବାସିନ୍ଦା। ଏବେ ସେ ସିବିଆଇରେ ଏସ୍‌ପି ଭାବେ କାର୍ଯ୍ୟରତ। ୨୦୦୭ ବ୍ୟାଚ୍‌ର ଏଜିଏମ୍‌ୟୁଟି କ୍ୟାଡରର ନୁପୁର ପ୍ରସାଦ ଦିଲ୍ଲୀ ଶାହଦରାରେ ଡିସିପି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୯ରେ ସେ ସିବିଆଇରେ ଯୋଗ ଦେଇଛନ୍ତି। ସୁଶାନ୍ତଙ୍କ କେସ୍‌ ପାଇଁ ସିବିଆଇ ଯେଉଁ ଟିମ୍‌ ଗଠନ କରିଛି ସେଥିରେ ୧୯୯୪ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଓ ସିବିଆଇର ସଂଯୁକ୍ତ ନିର୍ଦ୍ଦେଶକ ମନୋଜ ଶାଧର ମଧ୍ୟ ସାମିଲ ଅଛନ୍ତି। ଅନ୍ୟପଟେ ୨୦୦୪ ବ୍ୟାଚ୍‌ର ମହିଳା ଆଇପିଏସ୍‌ ଅଧିକାରୀ ଗଗନଦୀପ ଗମ୍ଭୀର କେସ୍‌ର ସୁପରଭିଜନ କରୁଛନ୍ତି।

ଏହି ଟିମ୍‌ରେ ସିବିଆଇର ଅଧିକାରୀ ଅନୀଲ ଯାଦବ ମଧ୍ୟ ସାମିଲ ଅଛନ୍ତି। ସେ ଏହି କେସ୍‌ରେ ତଦନ୍ତକାରୀ ଅଫିସର ଅଛନ୍ତି। ମଧ୍ୟପ୍ରଦେଶର ବ୍ୟାପମ୍‌ ଦୁର୍ନୀତି ଓ ଏମ୍‌ବିବିଏସ୍‌ ଛାତ୍ରୀ ନମ୍ରତା ଡାମୋରଙ୍କ ମୃତ୍ୟୁ ମାମଲାରେ ମଧ୍ୟ ଅନିଲ ଯାଦବ ତଦନ୍ତ ଅଧିକାରୀ ଥିଲେ। ରିୟାଙ୍କୁ ପଚରାଉଚରା ବେଳେ ସିବିଆଇକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ବେଳେ ଆଗକୁ ଆହୁରି ଅନେକ କଥା ଖୁଲାସା ହେବ ବୋଲି ଆଶା କରାଯାଉଛି।

You might also like