ଦିଶା ସାଲିଆନଙ୍କ ମଙ୍ଗେତର ରହିଥିବା ରୋହନ ରାୟ କରିବେ ବିବାହ, ଏହି ଅଭିନେତ୍ରୀଙ୍କ ସହ କାଶ୍ମୀରରେ ପଡ଼ିବ ହାତଗଣ୍ଠି

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ସ୍ୱର୍ଗତା ଦିଶା ସାଲିଆନଙ୍କ ମଙ୍ଗେତର ରହିଥିବା ଆକ୍ଟର ରୋହନ ରାୟ ବିବାହ କରିବାକୁ ଯାଉଛନ୍ତି। ରୋହନ ତାଙ୍କ ସହ-ଅଭିନେତ୍ରୀ ଶିନ ଦାସଙ୍କୁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି।

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ସ୍ୱର୍ଗତା ଦିଶା ସାଲିଆନଙ୍କ ମଙ୍ଗେତର ରହିଥିବା ଆକ୍ଟର ରୋହନ ରାୟ ବିବାହ କରିବାକୁ ଯାଉଛନ୍ତି। ରୋହନ ତାଙ୍କ ସହ-ଅଭିନେତ୍ରୀ ଶିନ ଦାସଙ୍କୁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି। ରୋହନ ଓ ଶିନଙ୍କ ପରିବାର ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। କପଲ୍‌ଙ୍କ ପ୍ରି େଓ୍ଵଡିଂ ଉତ୍ସବ ଏବଂ ବିବାହ କାଶ୍ମୀରରେ ହେବ।

ରୋହନ ରାୟ କହିଛନ୍ତି, ‘ଯେତେବେଳେ କାଶ୍ମୀର ବିଷୟରେ କଥାବାର୍ତ୍ତା ହୁଏ, ସେତେବେଳେ ଶିନଙ୍କ ପରିବାର ଭାବପ୍ରବଣ ହୋଇଯାଆନ୍ତି। ଆମେ ଚାହୁଁ ଯେ ଏହି ସୁନ୍ଦର ସ୍ମୃତି ସେହିଠାରେ ହିଁ ଗଢ଼ିଉଠୁ। ବିବାହ ରୀତିନୀତି ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ପରିବାର ସଦସ୍ୟ ଏବଂ ଅତି ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ। ରିପୋର୍ଟ ମୁତାବକ, ବିବାହର ଗୋଟିଏ ଦିନ ପୂର୍ବରୁ ଦମ୍ପତିଙ୍କ ହଲ୍‌ଦି ଏବଂ ମେହେନ୍ଦି ଉତ୍ସବ ହେବ।

ରୋହନ ରାୟଙ୍କୁ ନେଇ ଖବର ରହିଛି ଯେ ସେ ଦିଶା ସାଲିଆନଙ୍କ ମୃତ୍ୟୁର ଦୁଇ ବର୍ଷ ପରେ କୋ-ଷ୍ଟାର ଶିନଙ୍କୁ ଡେଟ କରିବା ଆରମ୍ଭ କରିଥିଲେ। ଧୀରେ ଧୀରେ ଉଭୟଙ୍କ ପ୍ରେମ ସମ୍ପର୍କ ଗଭୀର ହୋଇଥିଲା ଏବଂ ବର୍ତ୍ତମାନ କପଲ୍‌ ସବୁଦିନ ପାଇଁ ଏକାଠି ହେବାକୁ ଯାଉଛନ୍ତି।

You might also like