ଏଥର ଦୀପାବଳି, ଆସୁଛି ପୋଲିସ…; ରୋହିତ ସେଟ୍ଟି କନ୍‌ଫର୍ମ କଲେ ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ଡେଟ୍‌

ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ଙ୍କ ମୋଷ୍ଟ ଅେଓ୍ଵଟେଡ୍‌ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ଡେଟ୍‌ ଘୋଷଣା ହୋଇଯାଇଛି। ଲମ୍ବା ସମୟରୁ ରିଲିଜ୍‌ ଅପେକ୍ଷାରେ ଥିବା ରୋହିତ ସେଟ୍ଟିଙ୍କ ଏହି ଫିଲ୍ମ ଚଳିତବର୍ଷ ଦୀପାବଳି ଅବସରରେ ରିଲିଜ୍‌ ହେବ। ଡାଇରେକ୍ଟର ରୋହିତ ସେଟ୍ଟି ନିଜେ ଏ ନେଇ ସୂଚନା ଦେଇଛନ୍ତି।

କୋଭିଡ୍‌ ମାମଲା ହ୍ରାସ ପାଇବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ ଘୋଷଣା କରିଥିଲେ କି, ରାଜ୍ୟରେ ସିନେମାଘର ୨୨ ଅକ୍ଟୋବରରୁ ଖୋଲିବ। ଏହି ମଉକାରେ ରୋହିତ ସେଟ୍ଟି ନିଜ ଫିଲ୍ମ ସୂର୍ଯ୍ୟବଂଶୀକୁ ଦୀପାବଳିରେ ରିଲିଜ୍‌ କରିବାକୁ ଘୋଷଣା କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିବାର ଏକ ଫଟୋ ମଧ୍ୟ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି।

ପୋଷ୍ଟ ସହିତ ଡାଇରେକ୍ଟର କ୍ୟାପସନ ଲେଖିଛନ୍ତି। ସେ ଲେଖିଛନ୍ତି କି, ‘ଆମ ସିଏମ୍‌ ମାନନୀୟ ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ। ମହାରାଷ୍ଟ୍ର ଥିଏଟର୍ସ ୨୨ ଅକ୍ଟୋବରରୁ ଖୋଲୁଛି ଏବଂ ଶେଷରେ ଆମେ କହି ପାରିବା କି, ଏଥର ଦୀପାବଳିରେ ପୋଲିସ ଆସୁଛି…’। ରୋହିତଙ୍କ ଏହି ପୋଷ୍ଟ ଉପରେ ସେଲିବ୍ରିଟିମାନେ ଖୁବ୍‌ କମେଣ୍ଟ କରିଛନ୍ତି।

 

View this post on Instagram

 

A post shared by Rohit Shetty (@itsrohitshetty)