ଶ୍ରେଷ୍ଠ ଅଭିନେତା ଆଓ୍ଵାର୍ଡ ଜିତିବା ପରେ ଅଜୟ ଦେବଗନଙ୍କୁ ଖାସ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ରୋହିତ ସେଟ୍ଟୀ

ନ୍ୟାସନାଲ ଫିଲ୍ମ ଆଓ୍ଵାର୍ଡ ଘୋଷଣା ହେବା ପରେ ବଲିଉଡ ଅଭିନେତା ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା ଆଓ୍ଵାର୍ଡ ପୁରସ୍କାର ପାଇଛନ୍ତି। ଅଜୟ ଦେବଗନ ଫିଲ୍ମ ‘ତାନାଜୀ: ଦ ଅନସଂଗ ଓ୍ଵାରିଅର’ ପାଇଁ ଏହି ଆଓ୍ଵାର୍ଡ ଜିତିଛନ୍ତି। ଅଜୟ ଦେବଗନ ଏହି ପୁରସ୍କାର ପାଇବା ପରେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି। ଅଜୟ ଦେବଗନ ତୃତୀୟ ଥର ପାଇଁ ନ୍ୟାସନାଲ ଆଓ୍ଵାର୍ଡ ଜିତିଛନ୍ତି। ବଲିଉଡ ସେଲିବ୍ରିଟି ମଧ୍ୟ ଅଜୟ ଦେବଗନ ଶୁଭକାମନା ଓ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଅଜୟଙ୍କ ଖାସ୍‌ ବନ୍ଧୁ ରୋହିତ ସେଟ୍ଟୀ ଅଜୟ ଦେବଗନଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି।

ଅଜୟ ଦେବଗନ ଏବଂ ରୋହିତ ସେଟ୍ଟୀଙ୍କ ବନ୍ଧୁତା ବିଷୟରେ ସମସ୍ତେ ଜାଣନ୍ତି। ଦୁହେଁ ଏକାଠି ଅନେକ ଫିଲ୍ମରେ କାମ କରିଛନ୍ତି। ଆଉ ଅଜୟ ଦେବଗନ ଜାତୀୟ ପୁରସ୍କାର ଜିତିବା ପରେ ବହୁତ ଖୁସି ରହିଛନ୍ତି ରୋହିତ ସେଟ୍ଟୀ।

rohit

 

ରୋହିତ ସେଟ୍ଟୀ ଅଜୟ ଦେବଗନଙ୍କୁ ଆଲିଙ୍ଗନ କରୁଥିବା ଏକ ଫଟୋ ସେୟାର କରିଛନ୍ତି। ଆଉ ଫଟୋ ସେୟାର କରି ଲେଖିଛନ୍ତି, ‘ଜଖମ, ଦ ଲିଜେଣ୍ଡ ଅଫ ଭଗତ ସିଂ ଆଉ ଏବେ ତାନାଜୀ’… ତିନିଟି ଜାତୀୟ ପୁରସ୍କାର ପାଇଁ ଶୁଭେଚ୍ଛା ଅଜୟ ଦେବଗନ। ରୋହିତ ସେଟ୍ଟୀଙ୍କ ଏହି ପୋଷ୍ଟ ଭାଇରଲ ହେବାରେ ଲାଗିଛି।

ନ୍ୟାସନାଲ ଆଓ୍ଵାର୍ଡ ଜିତିବା ପରେ ଅଜୟ ଦେବଗନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଅଜୟ ଦେବଗନ କହିଛନ୍ତି, ଜାତୀୟ ଫିଲ୍ମ ପୁରସ୍କାର ୨୦୨୨ ଜିତିବା ପରେ ବହୁତ ଖୁସି ରହିଛି। ଏହା ମୋ ପାଇଁ ତୃତୀୟ ସୁଯୋଗ। ଫିଲ୍ମ ତାନାଜୀ ପାଇଁ ମୋତେ ଏହି ପୁରସ୍କାର ମିଳିବା ଯୋଗୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି।ମୋ ଟିମ୍‌, ଦର୍ଶକ ଏବଂ ମୋ ପ୍ରଶଂସକ। ସମସ୍ତଙ୍କୁ ଧନ୍ୟବାଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.