ଦର୍ଶକଙ୍କୁ ହସାଇବାକୁ ପୁଣି ପ୍ରସ୍ତୁତ ହେଉଛନ୍ତି ରୋହିତ ସେଟ୍ଟୀ। ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏବେ ‘ସୂର୍ଯ୍ୟବଂଶୀ’ ଫିଲ୍ମର କାମରେ ବ୍ୟସ୍ତ ଅଛନ୍ତି। ଏହାପରେ ସେ କେଉଁ ସିନେମାର ସୁଟିଂ କରିବେ ତାକୁନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ରୋହିତ ସେଟ୍ଟୀ ‘ସୂର୍ଯ୍ୟବଂଶୀ’ ପରେ ପୁଣି ଗୋଲମାଲ ସିରିଜର ପରବର୍ତ୍ତୀ ଫିଲ୍ମର କାମ ଆରମ୍ଭ କରିବେ। ଯାହାର ଟାଇଟଲ ରହିବ ‘ଗୋଲମାଲ୫’। ଏପର୍ଯ୍ୟନ୍ତ ରିଲିଜ ହୋଇଥିବା ଗୋଲମାଲର ସବୁ ସିରିଜ ବକ୍ସ ଅଫସିରେ ଜବରଦସ୍ତ ଆୟ କରିଥିଲା।
ଏହାସହ ପଢ଼ନ୍ତୁ ; ପୁଣି ବ୍ଲାକ୍ ବିକିନୀରେ ସମସ୍ତଙ୍କୁ ଦିଓ୍ଵାନା କଲେ ଦିଶା, ନିଜକୁ ରୋକିପାରିଲେନି ଟାଇଗରଙ୍କ ଭଉଣୀ ଦେଲେ ଏଭଳି କମେଣ୍ଟ
ଫିଲ୍ମର କାହାଣୀ ପ୍ରସ୍ତୁତ ହୋଇସାରିଛି। ଏବେ ଚିତ୍ରନାଟ୍ୟ ଲେଖା କାମ ଚାଲିଛି। ସବୁଠାରୁ ବଡ଼ କଥା ହେଲା ଯେ ଏହି ସିନେମାର ସୁଟିଂ ଆଗାମୀ ବର୍ଷ ଆରମ୍ଭରେ କରାଯିବ। ଏଥିରେ ସେ ପୁଣି ଅଜୟ ଦେବଗନ୍, ତବୁ, ଶ୍ରେୟସ୍ ତଲପେଡ୍, ଅରସାଦ୍ ଓ୍ଵାରସୀ, କୁନାଲ ଖେମୁ, ତୁଷାର କପୁର ଓ ସଂଜୟ ମିଶ୍ରା ପ୍ରମୁଖଙ୍କୁ ନେବେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ରୋହିତ ସେଟ୍ଟୀଙ୍କ କମେଡି ଫିଲ୍ମ ‘ଗୋଲମାଲ୍ ଏଗେନ୍’ ୨୦୧୭ର ସବୁଠୁ ବଡ ବ୍ଲକବଷ୍ଟର ସିନେମାର ମାନ୍ୟତା ପାଇଥିଲା।