ଆରମ୍ଭ ହେଉଛି ‘ଖତରୋଁ କେ ଖିଲାଡ଼ି ୧୨’, ହେଲିକପ୍ଟରରେ ଠିଆ ହୋଇ ଗ୍ରାଣ୍ଡ୍ ଏଣ୍ଟ୍ରି କଲେ ରୋହିତ ସେଟ୍ଟୀ
ଖୁବ୍ ଶୀଘ୍ର ଟେଲିଭିଜନ୍ ପରଦାକୁ ଆସୁଛି ଟିଭିର ସବୁଠୁ ଲୋକପ୍ରିୟ ରିଆଲିଟି ଶୋ’ ଖତରୋଁ କେ ଖିଲାଡ଼ି। ଏଥରକ ପ୍ରସାରିତ ହେବ ଖତରୋଁ କେ ଖିଲାଡ଼ିର ୧୨ତମ ସିଜନ୍। ଦୀର୍ଘ ଦିନ ହେଲାଣି ଫ୍ୟାନ୍ମାନେ ଏହି ଶୋ’କୁ ପ୍ରତୀକ୍ଷା କରିଥିଲେ। ଖତରୋଁ କେ ଖିଲାଡ଼ି ଶୋ’ରେ ଅନେକ ବଡ଼ ବଡ଼ ତାରକା ପ୍ରତିଯୋଗୀ ରୂପେ ଅଂଶ ଗ୍ରହଣ କରିଥାନ୍ତି ଓ ଷ୍ଟଣ୍ଟ କରିଥାନ୍ତି। ଶୋ’ର ହୋଷ୍ଟ ତଥା ବଲିଉଡ୍ର ଆକ୍ସନ୍ ଡାଇରେକ୍ଟର ରୋହିତ ସେଟ୍ଟୀ ପୂରା ଟିମ୍ ସହ ସୁଟିଂ ପାଇଁ କେପ୍ ଟାଉନ୍ରେ ପହଞ୍ଚିସାରିଲେଣି। ଏ ନେଇ ସେ ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି।
ଚର୍ଚ୍ଚିତ ରିଆଲିଟି ଶୋ’ର ୧୨ ତମ ସିଜନ୍ରେ ହୋଷ୍ଟ ଭାବେ ଫେରୁଥିବା ରୋହିତ ସେଟ୍ଟୀ ଶୋ’ର ଏକ ନୂଆ ପ୍ରୋମୋ ନିଜ ଅଫିସିଆଲ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ରୋହିତ ସେଟ୍ଟୀ ଗ୍ରାଣ୍ଡ୍ ଏଣ୍ଟି କରୁଥିବାର ନଜର ଆସିଛନ୍ତି। ରୋହିତ ଏକ ହେଲିକପ୍ଟରରେ ଠିଆ ହୋଇ ସୁଟ୍ ଲୋକେସନ୍ ଆଡ଼କୁ ଯାଉଛନ୍ତି। ରୋହିତ ସେଟ୍ଟୀ ପୋଷ୍ଟ ସେୟାର କରି ଲେଖିଛନ୍ତି- ‘ପୁଣିଥରେ ପାଗଳ, ଜଙ୍ଗଳୀ, ର ଓ ରିୟଲ ହେବା ସମୟ ଆସିଛି। ଖତରୋଁ କେ ଖିଲାଡ଼ି!! ସୁଟିଂ ଆରମ୍ଭ!’
View this post on Instagram
ଏଥରକ ଖତରୋଁ କେ ଖିଲାଡ଼ିରେ ରୁବିନା ଦିଲେକ୍, ଶ୍ରୁତି ଝା, ଶିବାଙ୍ଗୀ ଯୋଶୀ, ମୁନବ୍ଦର ଫାରୁକୀ, କନିକା ମାନ୍, ପ୍ରତୀକ ସହଜପାଲ, ମୋହିତ ମଲିକ, ତୁଷାର କାଲିୟା, ଚେତନା ପାଣ୍ଡେ, ରାଜୀବ ଅଦତିୟା, ନିଶାନ୍ତ ଭଟ୍ଟ ଓ ଜନ୍ନତ ଜୁବେର ପ୍ରମୁଖ ଭାଗ ନେଉଛନ୍ତି। ଶୋ’ର ସୁଟିଂ ଆରମ୍ଭ ହେବା ସହ ଏହାର ପ୍ରସାରଣକୁ ନେଇ ମଧ୍ୟ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ମୁତାବକ, ଏହି ଶୋ’ ଅଗଷ୍ଟ ୭ରୁ କଲର୍ସରେ ପ୍ରସାରିତ ହେବ।
ଏଥିସହ ରୋହିତ ସେଟ୍ଟୀ ଏବେ ନିଜ ଆଗାମୀ େଓ୍ଵବ୍ ସିରିଜ୍ରେ ମଧ୍ୟ ବ୍ୟସ୍ତ ଅଛନ୍ତି। ଏଥିରେ ସିଦ୍ଧାର୍ଥ ମାଲହୋତ୍ରା, ବିବେକ ଓବରୟ ଓ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଅଭିନୟ କରୁଥିବାର ନଜର ଆସିବେ। ଶୋ’ର ଫାଷ୍ଟ ଲୁକ୍ ସେୟାର କରି ରୋହିତ ସେଟ୍ଟୀ ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି, ଆମ କୋପ୍ ୟୁନିଭର୍ସ ଡିଜିଟାଲ ହୋଇଯାଇଛି ଓ ଯେତେବେଳେ ଆମେ ଡିଜିଟାଲ ହୋଇଯାଉ ସେତେବେଳେ ତାହା ବଡ଼ ହେବା ଆବଶ୍ୟକ। ଆମାଜନ ପ୍ରାଇମ୍ ଭିଡିଓରେ ଭାରତର ସବୁଠୁ ବଡ଼ ଆକ୍ସନ୍ ସିରିଜ୍ ଆଣୁଥିବାରୁ ମୁଁ ଗର୍ବିତ। ସୂଚନାଯୋଗ୍ୟ ଯେ ଏହି ସିରିଜ୍ ରୋହିତଙ୍କ ଫିଲ୍ମ ସିଂଘମ୍, ସିମ୍ବା ଓ ସୂର୍ଯ୍ୟବଂଶୀ ଭଳି ସଫଳ ଫ୍ରାଞ୍ଚାଇଜ୍ର ଏକ ଅଂଶ।
Also Read: ସ୍ୱପ୍ନ ଦେଖିବ ତ ଏମିତି! IPS ହେବା ପରେ ବି ସନ୍ତୁଷ୍ଟ ନ ଥିଲେ ମହିଳା ଅଫିସର, ପୁଣିଥରେ ୟୁପିଏସ୍ସି ଦେଇ ବନିଗଲେ IAS