‘କସୌଟୀ ଜିନ୍ଦେଗୀ କି ୨’ରେ ପୁଣି ଥରେ ଆରମ୍ଭ ହେଲା ଅନୁରାଗ ଓ ପ୍ରେରଣାଙ୍କ ରୋମାନ୍ସ, ଦ୍ୱନ୍ଦ୍ୱରେ ବିରାଜ

ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ‘କସୌଟୀ ଜିନ୍ଦେଗୀ କି ୨’କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଥିବା ଦେଖାଯାଇଛି। ଖାସ୍‌ କରି ଟ୍ଵିଟରରେ ଏହି ସିରିୟଲକୁ ନେଇ ୟୁଜର୍ସ ରିଟ୍ଵିଟ୍‌ କରୁଛନ୍ତି। ଗୋଟେ ପଟେ ପ୍ରେରଣା ଓ ବିରାଜଙ୍କ ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ଅନୁରାଗଙ୍କ ମନରେ ପ୍ରେରଣାଙ୍କ ପ୍ରତି ଫିଲିଙ୍ଗସ ଆସିବା ଆରମ୍ଭ ହୋଇଯାଇଛି। ଉଭୟେ ଏକ ପାର୍ଟିରେ ଡ୍ୟାନ୍ସ କରିବା ବେଳେ ପରସ୍ପର ଭିତରେ ହଜିଯାଉଛନ୍ତି। ଏହା ଦେଖି ଉଭୟଙ୍କ ଭିତରେ କ’ଣ ଚାଲିଛି ଭାବି ବିରାଜ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି।

Kasautii Zindagii Kay 2 - India TV

ଏହି ସିରିୟଲର ଆଗାମୀ ଏପିସୋଡ୍‌ରେ ବାସୁବାଡ଼ିରେ ଚାଲିଥିବା ଏକ ପାର୍ଟିରେ ପୁଣିଥରେ ପ୍ରେରଣା ଓ ଅନୁରାଗ ବାସୁଙ୍କୁ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ଡ୍ୟାନ୍ସ କରିବା ବେଳେ ଅଚାନକ ପ୍ରେରଣାଙ୍କ ଗୋଡ଼ ମୋଡ଼ି ହୋଇଯାଉଛି, ଏହି ସମୟରେ ଅନୁରାଗ ତାଙ୍କୁ ଠିକ୍‌ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଦେଖି ବିରାଜଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି।

ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ପ୍ରେରଣା ଓ ବିରାଜଙ୍କ ବିବାହ ପୂର୍ବରୁ ଅନୁରାଗଙ୍କ ସ୍ମୃତି ଶକ୍ତି ଫେରିପାରୁଛି କି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.