ଟିଭି ପରଦାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ଦେଖି ଅତୀତର ସ୍ମୃତି ମନେ ପକାଇଲେ ରୂପା, ସେୟାର କଲେ ନିଜର ଏହି ଭିଡିଓ

ଗତ କିଛି ଦିନ ତଳେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଦୁଇ ଜଣ ସାଧୁ ଓ ସେମାନଙ୍କ ଡ୍ରାଇଭର ଉପରେ ହୋଇଥିବା ଆକ୍ରମଣ ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିଲା । ଘଟଣାଟି ସାମ୍ନାକୁ ଆସିବା ପରେ ଦେଶର ସମସ୍ତ ମହଲରୁ ନିନ୍ଦା ହେବାରେ ଲାଗିଛି । ପାଲଘର ଠାରେ ହୋଇଥିବା ଏହି “ମୋବ ଲିଚିଙ୍ଗ” ବା ସଂଘବଦ୍ଧ ଆକ୍ରମଣ ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ସାଧାରଣ ଲୋକଙ୍କ ବ୍ୟତୀତ ବଲିଉଡ଼ ସେଲିବ୍ରିଟି ମାନେ ମଧ୍ୟ ଘଟଣାର ନିନ୍ଦା କରିଛନ୍ତି ।

ଏହା ଭିତରେ ବିଆର ଚୋପ୍ରାଙ୍କ ନିର୍ଦ୍ଦେଶିତ “ମହାଭାରତ”ରେ ଦ୍ରୌପଦୀ ଭୂମିକା ନିଭେଇ ଥିବା ଅଭିନେତ୍ରୀ ରୂପା ଗାଙ୍ଗୁଲ୍ଲୀ ପ୍ରାୟ ୩ ରୁ ୪ ବର୍ଷ ତଳେ ତାଙ୍କ ସହ ଘଟିଥିବା ଏକ ଘଟଣାର ଖୁଲାସା କରିଛନ୍ତି ।ରୂପା ଗାଙ୍ଗୁଲ୍ଲୀ “ମହାଭାରତ”ରେ ଦ୍ରୌପଦୀଙ୍କ ବସ୍ତ୍ରହରଣର ଏକ ଭିଡିଓ ସେୟାର କରି କହିଛନ୍ତି କି, ୨୦୧୬ ମସିହାରେ ସେ ବି ସମାନ ଧରଣର ଏକ ହିଂସାର ଶିକାର ହୋଇଥିଲେ । ସେସମୟରେ ରୂପା ଗାଙ୍ଗୁଲିଙ୍କ

ଉପରେ ହଠାତ ୧୭ ରୁ ୧୮ ଜଣ ତାଙ୍କ ଉପରେ ହଠାତ ଆକ୍ରମଣ କରିବା ସହ ତାଙ୍କୁ ଗାଡ଼ିରୁ ବାହାର କରି ପିଟିବାକୁ ଲାଗିଥିଲେ । ଏମିତିକି ଏହି ଘଟଣାରେ ତାଙ୍କ ମୁଣ୍ଡରୁ ରକ୍ତ ବାହାରି ଥିଲା ।ଆକ୍ରମଣ କାରୀ ମାନେ ତାଙ୍କ ଗାଡିକୁ ପିଟି ପିଟି ଭାଙ୍ଗି ଦେଇଥିଲେ । ଏହି ଘଟଣାରେ ରୂପାଙ୍କ ଜୀବନ ଯାଉ ଯାଉ ବଂଚି ଯାଇଥିଲା । ଏଥିରେ ରୂପାଙ୍କର ଦୁଇ ଦୁଇଟି ବ୍ରେନ ହାମ୍ରେଜ ମଧ୍ୟ ହୋଇଥିଲା ।

 

Leave A Reply

Your email address will not be published.