ମୃତ୍ୟୁ ପରେ ବି ସୁଶାନ୍ତଙ୍କ ସୋସିଆଲ ମିଡିଆକୁ ବ୍ଯବହାର କରୁଛି କିଏ? ମୋଦି ଓ ଶାହାଙ୍କୁ ଟ୍ଯାଗ କରି ପ୍ରଶ୍ନ କଲେ ରୂପା ଗାଙ୍ଗୁଲୀ

ଦିଗ୍ଗଜ ଅଭିନେତ୍ରୀ ଏବଂ ଭାଜପା ସାଂସଦ ରୂପା ଗାଙ୍ଗୁଲୀ ଆଶ୍ଚର୍ଯ୍ଯ କଲା ଭଳି ଅଭିଯୋଗ ଲଗାଇଛନ୍ତି। ରୂପା ଗାଙ୍ଗୁଲୀଙ୍କ କହିବାନୁଯାୟୀ ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ କିଏ ଜଣେ ବ୍ଯବହାର କରୁଛନ୍ତି। ଏଥିସହ ରୂପା ଏହା ମଧ୍ଯ କହିଛନ୍ତି ତଥ୍ଯ ପ୍ରମାଣକୁ ମଧ୍ଯ ଲୁଚାଇବାକୁ ଚେଷ୍ଟା କରାଯାଉଛି। ଏଥିପାଇଁ ମଧ୍ଯ ତାଙ୍କର ସୋସିଆଲ ମିଡିଆ ପୋଷ୍ଟକୁ ଡିଲିଟ୍ କରିଦିଆଯାଉଛି।

ସୂଚନା ମୁତାବକ ରୂପା ଟ୍ବିଟରରେ ଏକ ଭିଡିଓ ସେୟାର କରି କହିଛନ୍ତି, କ’ଣ ଡିଲିଟ୍ କରାଯାଉଛି ଏବଂ କ’ଣ ଯୋଡା ଯାଉଛି ତାହା କାହାକୁ ଜଣା ନାହିଁ? କିଏ ତାଙ୍କର ଆକାଉଣ୍ଟ ବ୍ଯବହାର କରୁଛି। ପୋଳିସ ନା ଆଉ କିଏ? ଏଥିସହ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ଯ କିଏ ବ୍ଯବହାର କରୁଛି। ପ୍ରଥମେ ଏହି କଥା ଶୁଣି ମୁଁ ବିଶ୍ବାସ କରିପାରିନଥିଲି କିନ୍ତୁ ପରେ ଜାଣିବା ପରେ ମୁଁ ମଧ୍ଯ ସ୍କ୍ରିନସଟ୍ ଯୋଗାଡ କରିଥିଲି। ହେଲେ ଏହା ସମ୍ଭବ କିପରି? ଏନେଇ କେବେ ହେବ ସିବିଆଇ ଯାଞ୍ଚ? ଯେତିକି ପ୍ରମାଣ ଅଛି କ’ଣ ସବୁ ଶେଷ ହେବା ପରେ? ରୂପା ଗାଙ୍ଗୁଲୀ ନିଜର ଏହି ଟ୍ବିଟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ଯ ଟ୍ଯାଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.