ରୋୱନ ଏଟକିଙ୍ଗସନ କଲେ ଖୁଲାସା, ‘ମିଷ୍ଟର ବୀନ’ ଚରିତ୍ରରେ ଆଉ କେବେ ବି ଆସିବେନି ନଜର, ଏ ହେଉଛି କାରଣ

ଦୁନିଆର ବେଷ୍ଟ କମେଡିଆନମାନଙ୍କ ମଧ୍ୟରୁ ରୋୱନ ଏଟକିଂସନ ଅନ୍ୟତମ। ରୋୱନ ଏଟକିଂସନ ପ୍ରସିଦ୍ଧ କମେଡି ଚରିତ୍ର ‘ମିଷ୍ଟର ବୀନ’ର ରୋଲ ନିଭାଇ ଆସୁଛନ୍ତି। ତାଙ୍କ ଅଭିନୟକୁ ପସନ୍ଦ କରୁଥିବା ଲୋକେ ଆପଣଙ୍କୁ ସବୁ ଦେଶରେ ମିଳିଯିବେ। ପିଲାଙ୍କଠାରୁ ବଡ଼ଙ୍କ ଯାଏ, ସମସ୍ତେ ‘ମିଷ୍ଟର ବୀନ’ଙ୍କ ଫ୍ୟାନ। କିନ୍ତୁ ଏବେ ରୋୱନ ଏଟକିଂସନ ଏକ ବଡ଼ ଖୁଲାସା କରି ତାଙ୍କ ଫ୍ୟାନମାନଙ୍କୁ ଦୁଃଖୀ କରାଇ ଦେଇଛନ୍ତି।

rowan2

ନିକଟରେ ଏକ ଇଣ୍ଟରଭ୍ୟୁରେ ରୋୱନ କହିଛନ୍ତି ଯେ ସେ ଏବେ ‘ମିଷ୍ଟର ବୀନ’ର ଚରିତ୍ର ନିଭାଇବେନି। ସେ କେବଳ ଏହାର ଏନିମେଟେଡ ଫିଲ୍ମରେ କଣ୍ଠ ଦେବେ। ତାଙ୍କ କହିବା ହେଲା, ମିଷ୍ଟର ବୀନର ଚରିତ୍ରକୁ ଯେଉଁ ଦାୟିତ୍ୱବୋଧତାର ସହ ନିଭାଇବାକୁ ପଡ଼ିଥାଏ, ତାହା ବହୁତ ଜଟିଳ। ତାଙ୍କୁ ଏହି ଚରିତ୍ରରେ ଅଭିନୟ କରିବାକୁ ମଜା ଆସୁନାହିଁ। ତେଣୁ ସେ ମିଷ୍ଟର ବୀନଠୁ ଦୂରେଇ ଯିବାକୁ ଚାହୁଁଛନ୍ତି।

rowan3

‘ମିଷ୍ଟର ବୀନ’ ଚରିତ୍ର ଟିଭିରେ ୧୯୯୦ରେ ପ୍ରଥମ ଥର ଦେଖାଯାଇଥିଲା। ସେବେଠାରୁ ଏହା ଏତେ ପ୍ରସିଦ୍ଧ ହୋଇଯାଇଥିଲା କି, ଏହାର ସିରିଜର ନକଲ ବି କରାଯିବାକୁ ଲାଗିଲା। ଏପରିକି, ମିଷ୍ଟର ବୀନ ଉପରେ ଫିଲ୍ମ ମଧ୍ୟ ନିର୍ମାଣ କରାଗଲା। ଇଣ୍ଟରଭ୍ୟୁରେ ରୋୱନ କହିଥିଲେ, ‘ମିଷ୍ଟର ବୀନ’ ଚରିତ୍ରକୁ ନିଭାଇବା ବହୁତ ଚିନ୍ତାଜନକ ଥିଲା। ଏବେ ଏହା ଏତେ ପୁରୁଣା ହୋଇସାରିଛି ଯେ ବର୍ତ୍ତମାନ ଏହାକୁ ଶେଷ କରିଦେବାକୁ ହେବ।

rowan5

କହି ରଖୁଛୁ, ମିଷ୍ଟର ବୀନ ସିରିଜ ବିଶ୍ୱରେ ୧୦୦ରୁ ବି ଅଧିକ ଦେଶରେ ପ୍ରସାରିତ ହୋଇସାରିଛି। ରୋୱନ ଏଟକିଂସନଙ୍କୁ ମିଷ୍ଟର ବୀନ ଚରିତ୍ର ପାଇଁ ପୁରସ୍କାର ମଧ୍ୟ ମିଳିଛି।

Leave A Reply

Your email address will not be published.