ଷ୍ଟାର ହେବ ତ ଏମିତି! RRR ସୁପରହିଟ୍‌ ହେବା ପରେ BSF ଯବାନଙ୍କୁ ନିଜ ଘର ତିଆରି ଖାଦ୍ୟ ଖୁଆଇଲେ ରାମଚରଣ

ଫିଲ୍ମ ଆର୍‌ଆର୍‌ଆର୍‌ ସୁପର ଡୁପର ହିଟ୍‌ ସାବ୍ୟସ୍ତ ହେବା ପରେ ରାମଚରଣ ଏବେ ପଞ୍ଜାବର ଅମୃତସର ଠାରେ ନିର୍ମାତା ଶଙ୍କରଙ୍କ ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ମେଗା ପାଓ୍ଵାର ଷ୍ଟାର ରାମଚରଣ ବିନମ୍ର ଓ ଶାନ୍ତ ସ୍ୱଭାବ ପାଇଁ ଜଣାଶୁଣା। ନିକଟରେ ସେ ଖାସା ଏରିଆର ବିଏସ୍‌ଏଫ୍‌ କ୍ୟାମ୍ପରେ ପହଞ୍ଚିଥିଲେ। ଯବାନମାନେ ନିଜ ପ୍ରିୟ ହିରୋଙ୍କୁ ପାଖରେ ପାଇ ଉଦ୍‌ବୁଦ୍ଧ ହୋଇପଡ଼ିଥିଲେ। ତେବେ ଏ ଅବସରରେ ଯବାନଙ୍କ ପାଇଁ ହାଇଦ୍ରାବାଦରୁ ନିଜ ଘରୁ ରୋଷେଇୟାଙ୍କ ହାତ ରନ୍ଧା ଖାଇବା ନେଇ ଥିଲେ ରାମଚରଣ।

ଆରସି୧୫ ର ସୁଟିଂ ବେଳେ ରାମଚରଣ ବିଏସ୍‌ଏଫ୍‌ ଯବାନଙ୍କ ସହ ଲଞ୍ଚ୍‌ କରିବା ସହ କ୍ୱାଲିଟି ସମୟ ବିତାଇଥିଲେ।

 

View this post on Instagram

 

A post shared by Ram Charan (@alwaysramcharan)


ସୂଚନାଯୋଗ୍ୟ ଯେ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆରଆରଆର ଇତି ମଧ୍ୟରେ ସାରା ବିଶ୍ୱରେ ୮୫୦ କୋଟିରୁ ଊର୍ଦ୍ଧ୍ୱ ରୋଜଗାର କରିସାରିଲାଣି।

ପ୍ରକାଶ ଯେ ଆରଆରଆର ଏକ ପାନ୍‌ ଇଣ୍ଡିଆ ଆକ୍ସନ୍‌ ଫିଲ୍ମ। ଏହି ଫିଲ୍ମ ବିଂଶ ଶତାବ୍ଦୀର ପ୍ରାରମ୍ଭର ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ଉପରେ ଆଧାରିତ ଏକ କାଳ୍ପନିକ କାହାଣୀକୁ ଦର୍ଶାଇଛି। ଫିଲ୍ମରେ ରାମଚରଣ ଓ ଜୁନିୟର ଏନ୍‌ଟିଆର୍‌ ଯଥାକ୍ରମେ ଅଲ୍ଲୁରୀ ସୀତାରାମ ରାଜୁ ଓ କୁମରାମ ଭୀମଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଉଭୟଙ୍କ ଅଭିନୟ ଫ୍ୟାନ୍‌ଙ୍କୁ ବେଶ୍‌ ପସନ୍ଦ ଆସିଛି।

Also Read: ଡିଡିଏମ୍‌ଏ ବୈଠକ: ଦିଲ୍ଲୀରେ ପୁଣି ଫେରିଲା ମାସ୍କ, ନ ଲଗାଇଲେ ଗଣିବେ ୫୦୦ ଜରିମାନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.