ଝଗଡା କୁଇନ ରୁବିନା, ଏହିସବୁ କଥାକୁ ନେଇ ‘ବିଗ୍ ବସ୍ ୧୪’ ଘରେ କରନ୍ତି ଧମାଲ

ବିଗବସ୍ ସିଜିନ ୧୪ ଆରମ୍ଭ ହେବା ଦିନରୁ ବହୁତ ଚର୍ଚ୍ଚାରେ ରହିଛି । ଶୋ’ର ସମସ୍ତ ପ୍ରତିଯୋଗୀ ଜନତାଙ୍କ ମନୋରଂଜନ କରିବାର ସୁଯୋଗ ହାତଛଡା କରୁନାହାନ୍ତି । ସବୁଠାରୁ ବେଶି ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ରୁବିନା ଦିଲାୟକ । ସେ ନିଜର କଥା ରଖିବା ପାଇଁ କାହାକୁ ମଧ୍ୟ ଡରନ୍ତି ନାହିଁ ।

ସୂଚନାଯୋଗ୍ୟ, ରୁବିନା ବିଗବସ୍ ଉପରେ କେତେ ଜଣ ପ୍ରତିଯୋଗୀଙ୍କୁ ସପୋର୍ଟ କରୁଥିବା ଆରୋପ ଲଗାଇଥିଲେ । ଏମାନଙ୍କ ମଧ୍ୟ;ା ନିକ୍କି ତାମ୍ବୋଲି, ଏଜାଜ ଖାନ ଏବଂ ପବିତ୍ର ପୁନିଆ ସମେତ ତାଙ୍କ ଗ୍ରୁପ ସାମିଲ ରହିଥିଲା । ରୁବିନା କହିଥିଲେ, ବିଗବସ୍ ତାଙ୍କୁ ହିଁ ସପୋର୍ଟ କରନ୍ତି ଏବଂ ତାଙ୍କ ସପକ୍ଷରେ ପଇସଲା ନିଅନ୍ତି ଯିଏ ଏହି ଶୋକୁ ଟିଆରପି ଦେଇଥାଏ ।

rubina

ସେହିପରି ସଲମାନ ଖାନ ମସ୍ତି କରିବା ମୁଡରେ ରୁବିନାଙ୍କ ସ୍ୱାମୀ ଅଭିନବଙ୍କ ଡାକିଥିଲେ । ଏହି କଥା ରୁବିନାଙ୍କୁ ଭଲ ଲାଗିନଥିଲା । ତେଣୁ ରୁବିନା କନଫେସନ ରୁମକୁ ଯାଇ ବିଗ୍‌ବସଙ୍କୁ ଏହାର ଅଭିଯୋଗ କରିଥିଲେ । ତା’ ପରେ ବିଗ୍‌ବସ ତାଙ୍କ ସ୍ୱାମୀ ଅଭିନବଙ୍କୁ ବୁଝାଇବା ପରେ ରୁବିନା ମାନିଥିଲେ ।

ଏକ ଟାକ୍ସରେ ନିକ୍କି ଏବଂ ରୁବିନାଙ୍କ ମଧ୍ୟରୁ କାହା ମୁଣ୍ଡରେ ବେଶି ଅଳିଆ ରହିଥାଏ, ତାହା ପଚରାଯାଇଥିଲା । ରୁବିନା ଏହି ଟାକ୍ସ କରିବାକୁ ସଫା ସଫା ମନା କରିଦେଇଥିଲେ । ତେଣୁ ସେ ଏହି କଥାରେ ଲଢିଥିଲେ । ବିଗ୍‌ବସସ୍ ହାଉସରେ ରୁବିନା ଆସିବା ମାତ୍ରେ ରିଜେକ୍ଟ ହୋଇଯାଇଥିଲେ । ଏଥିପାଇଁ ତାଙ୍କୁ ଲଗଜରୀ ଗାର୍ଡେନରେ ଏରିଆରେ ରହିବାକୁ ପଡିଥିଲା ।

Leave A Reply

Your email address will not be published.