ଧୁମଧାମର ସହ ଜାଆଁଳା ଝିଅଙ୍କ ପ୍ରଥମ ଜନ୍ମଦିନ ପାଳନ କଲେ ଅଭିନେତ୍ରୀ ରୁବିନା, ସୋସିଆଲ ମିଡିଆରେ ସେୟାର କଲେ ସୁନ୍ଦର ଫୋଟ
ଟେଲିଭିଜନ ଅଭିନେତ୍ରୀ ରୁବିନା ସୋଲିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି । ସୋସିଆଲ ମିଡିଆରେ ନିଜ ପ୍ରଂଶସକଙ୍କ ସହିତ ନିଜ ବ୍ୟକ୍ତିଗତ ଜୀବନରେ ଜଡିତ ଥିବା କାହାଣୀ ସେୟାର କରିଥାନ୍ତି । ସେ ନିଜ ଟୁଇନ୍ସ ଙ୍କ ପ୍ରଥମ ଜନ୍ମଦିନର କିଛି ଫୋଟ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଆଜିକାଲି ରୁବିନା ତାଙ୍କ ମାତୁତ୍ୱ ଯାତ୍ରାକୁ ଉପଭୋଗ କରୁଥିବା ଜଣା ପଡୁଛି ।
ସେ ଗତବର୍ଷ ନଭେମ୍ବରରେ ଯାଆଁଳା କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ସୋସିଆଲ ମିଡିଆରେ ଏହି ଖବର ନିଜ ପ୍ରଶଂସକ ମାନଙ୍କୁ ଜଣାଇଥିଲେ । ଏହା ସହ କୁନି ପରୀ ମାନଙ୍କ ନାମ ମଧ୍ୟ ଜଣାଇଥିଲେ । ଜଣଙ୍କ ନାମ ଇଧା ଓ ଅନ ଜଣଙ୍କ ନାମ ଜୀବା ରଖିଥିଲେ । ଏବେ ଅଭିନେତ୍ରୀଙ୍କ ଯାଆଁଳା କନ୍ୟାଙ୍କୁ ଏକ ବର୍ଷ ହୋଇଯାଇଛି ।
ରୁବିନା ନିଜ ପରିବାରର ସଦସଙ୍କ ସହ ଖୁବ ଧୁମଧାମ ସହ ଛୁଆ ମାନଙ୍କର ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି । ଏହି ଖୁସି ଅବସରରେ ରୁବିନା ପ୍ରଶଂସକ ମାନଙ୍କ ପାଇଁ ଏହାର ଏକ ଝଲକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।କିଛି ଫୋଟରେ ରୁବିନା ଏବଂ ଅଭିନବଙ୍କ ସହ ଦୁଇ ଝିଅ ନଜର ଆସୁଛନ୍ତି । ଏହା ସହ ଅଭିନେତ୍ରୀ ନିଜ ଝିଅକୁ ଧରିଥିବା ଫୋଟସହ ନାଚୁଥିବା ନଜର ଆସୁଛନ୍ତି ।
ଏହା ସହ ଆଉ ଏକ ଫୋଟରେ ଦୁହେଁ ଦମ୍ପତି ନଜର ଆସୁଛନ୍ତି । ଏହି ସବୁ ଫୋଟ ସେୟାର କରିଥିବା ସମୟରେ ସେ କ୍ୟାପସନରେ ଲେଖିଛନ୍ତି ପବିତ୍ର ନଭେମ୍ବର..ଭଲ ପାଇବାର ୩୬୫ ଦିନ, କ୍ରେଜି ହରମନ, ଖୁବ ସୁନ୍ଦର ମୁହୁର୍ତ, ଇଧା ଏବଂ ଜୀବା ଆମର ଜୀବନକୁ ମଧୁରତାରେ ଭରି ଦେଇଛନ୍ତି ।