ପାଣିରେ ବ୍ଲାକ୍ ମରମେଡ୍ ଲୁକରେ ନଜର ଆସିଲେ ରୁବିନା, କାତିଲ୍ ଅନ୍ଦାଜ ଦେଖି ଦିୱାନା ହେଲେ ଫ୍ୟାନ୍ସ

ଛୋଟ ପରଦାର ରୁବିନା ଦିଲୈକ୍ ଏକ ଖୁବ ଲୋକପ୍ରିୟ ଚେହେରା । ମା’ ହେବା ପରେ ମଧ୍ୟ ସେ ନିଜ ସୌନ୍ଦର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ରୁବିନା ଦିଲୈକ୍ ଛୋଟ ପରଦାରୁ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି । ସେ ପ୍ରାୟତଃ ଟିଭି ସୋ ମାନଙ୍କରେ ସଂସ୍କାରୀ ବୋହୂ ଏବଂ ଝିଅ ରୂପରେ ନଜର ଆସିଛନ୍ତି । ହେଲେ ରୁବିନା ତାଙ୍କ ରିୟଲ ଲାଇଫରେ ବହୁତ ବୋଲ୍ଡ ଓ ବିନ୍ଦାସ ରୁହନ୍ତି । ଆଜିକାଲି ରୁବିନା ଅଭିନୟରୁ ଦୂରେଇ ରହିପାରନ୍ତି, କିନ୍ତୁ ସେ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରୁହନ୍ତି ।

ରୁବିନା ପ୍ରତିଦିନ କିଛି ନା କିଛି ନୂଆ ପୋଷ୍ଟ ସେୟାର ମଧ୍ୟ କରନ୍ତି । ନିକଟରେ ରୁବିନା ନିଜର ଏକ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚାରେ ରହିଛନ୍ତି । ତେବେ ନିକଟରେ ଅଭିନେତ୍ରୀ ଏକ କିଲର୍ ଫଟୋସୁଟ୍ କରିଛନ୍ତି । ଯାହାର ଫଟୋ ସେ ବର୍ତ୍ତମାନ ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ରୁବିନା ଦିଲୈକ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଲାଟେଷ୍ଟ ଫଟୋସୁଟର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ପାଣିରେ ଖୁବ ସୁନ୍ଦର ପୋଜ୍ ଦେଉଥିବାର ନଜର ଆସିଥିଲେ । ଏହି ଫଟୋଗୁଡ଼ିକରେ ରୁବିନା ଦିଲୈକଙ୍କ ମରମେଡ୍ ଲୁକ୍ ଦେଖିବାକୁ ମିଳିଛି ।

ଯାହା ଦେଖି ଫ୍ୟାନ୍ସ ତାଙ୍କ ଲୁକର ଦିୱାନା ହୋଇଯାଇଛନ୍ତି । ଏଥିରେ ରୁବିନା ଏକ ବ୍ଲାକ କଲର ଡ୍ରେସ ପିନ୍ଧିଛନ୍ତି । ଏହା ସହିତ ଅଭିନେତ୍ରୀ ବୋଲ୍ଡ ମେକଅପ୍ ଏବଂ ସିଲଭର ଅଳଙ୍କାର ସହିତ ନିଜର ଲୁକ୍ କମ୍ପ୍ଲିଟ କରିଥିଲେ । ପ୍ରତ୍ୟେକ ଫଟୋରେ ରୁବିନାଙ୍କ ଭିନ୍ନ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ଯେଉଁଥିରେ ତାଙ୍କର କିଲର୍ ଅନ୍ଦାଜ ସମସ୍ତଙ୍କୁ ପାଗଳ କରିଦେଇଛି ।

ଫ୍ୟାନ୍ସମାନଙ୍କ ସହ ଏହି ଫଟୋ ସେୟାର କରିବା ବେଳେ ରୁବିନା କ୍ୟାପ୍ସନରେ ଲେଖିଥିଲେ, ‘ବ୍ଲାକ୍ ମରମେଡ୍ …’ ଅଭିନେତ୍ରୀଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ ଜୋରସୋରରେ ଭାଇରାଲ୍ ହେବାରେ ଲାଗିଛି । ରୁବିନାଙ୍କ ଫ୍ୟାନ୍ସମାନେ ତାଙ୍କର ଏହି ଫଟୋ ଉପରେ ବହୁତ ପ୍ରେମ ଦେଖାଉଛନ୍ତି ଏବଂ ଅଭିନେତ୍ରୀଙ୍କୁ ଅତି ସୁନ୍ଦର ବୋଲି କହୁଛନ୍ତି ।

You might also like