ଅନୁପମା ସିରିଏଲ ଛାଡି ଦେବେ କି ରୁପାଲି ଗାଙ୍ଗୁଲି …କଣ କହିଲେ ଅଭିନେତ୍ରୀ

ଏକ ଘରୋଇ ଚ୍ୟାନେଲର ବହୁ ପରିଚିତ ସିରିଏଲ ହେଉଛି ଅନୁପମା । ଏହି କିଛି ମାସ ହେଲା ଗୋଟିଏ ପରେ ଗୋଟିଏ କଳାକାର ଶୋ କୁ ଛାଡିଦେଉଥିବା ଦେଖିବାକୁ ମିଳୁଛି । ସୁଧାଂଶୁ ପାଣ୍ଡେ ,ପାରସ କଲନାବତଙ୍କ ଠାରୁ ଆନିଶା ମଧ୍ୟ ଏହି ଶୋ ଛାଡି ସାରିଛନ୍ତି । ଶୁଣିବାକୁ ମିଳୁଛି ମୂଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ରୁପାଲି ଗାଙ୍ଗୁଲି । ସେ ତିନି ମାସ ପରେ ଏହି ଶୋ ଛାଡିଦେବେ ବୋଲି ଶୁଣାଯାଉଛି । କିନ୍ତୁ ଏପରି ହେବନାହିଁ । ରୁପାଲି ଗାଙ୍ଗୁଲି ଚାଲୁଥିବା ଏହି ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି ଏବଂ ଶୋ ର ପ୍ରଯୋଜକଙ୍କୁ ତାରିଫ କରିଥିଲେ ।

କୁହା ଯାଉଥିଲା କି ଆଗାମୀ ଦିନରେ ଏହି ସିରିଏଲର  ଷ୍ଟୋରି ଲାଇନ ବଦଳିବ । କିଛି ଲୋକଙ୍କୁ ଲାଗୁଛି କି ରୁପାଲି ଗାଙ୍ଗୁଲି ଶୋ ଛାଡିଦେବେ । ଏହି ସମୟରେ ଦର୍ଶକଙ୍କ ମଧ୍ୟରେ ଦ୍ବନ୍ଦ ଲାଗି ରହୁଛି । ରୁପାଲି କହିଛନ୍ତି ଲୋକଙ୍କ ଭାବନାକୁ ମୁଁ ପ୍ରଶଂସା କରୁଛି । ଆପଣ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି କି ଆପଣ ମୋ ବିଷୟରେ ଏବଂ ଶୋ ବିଷୟରେ କଥା ହେଉଛନ୍ତି । ମୁଁ କଣ କହିବି …ସମସ୍ତ ମଣିଷଙ୍କ ଏକ ପରିଚୟ ରହିଥାଏ । ମୋ ପରିଚୟ ମୋର ବିଶ୍ବାସ ଅଟେ । ମୁଁ ଆଉ ମୋ ସ୍ବାମୀ ବିଶ୍ବାସ କରୁଛୁ କି ରାଜନ ଜୀ ଯାହା କିଛି ମତେ ଦେଇଛନ୍ତି ଯେମିତିକି ପରିଚୟ, ପ୍ଲାର୍ଟଫର୍ମ, ସ୍ଥାନ, ଯାହାକିଛି ଦେଇଛନ୍ତି ତାହା ମୁଁ ଏ ଜୀବନରେ କେବେ ସୁଝି ପାରିବି ନାହିଁ ।

ଅନୁପମା କେବଳ ଏକ ଶୋ ନୁହେଁ ମୋ ପାଇଁ ଏକ ଭାବନା । ମୋ ଘର ଥିଲେ ମଧ୍ୟ ଏହା ମୋର ଆଉ ଗୋଟିଏ ଘର । ଏଠାରେ ମୋର ଭାବନା ସହ ଜଡିତ ହୋଇଥିବା ସମସ୍ତ ଘଟଣା ଏଠାରେ ମୋ ହୃଦୟରେ ସବୁଦିନ ପାଇଁ ରହିବ । ଏଠାରେ ଥିବା ପୁରା ଟିମ ମୋ ପରିବାର ହୋଇଯାଇଥିଲେ । ତେବେ କିଏ ନିଜ ପରିବାର, ନିଜ ଘର ଛାଡି ଦିଏ କି ? ଭଗବାନ କେବେ ନ କରନ୍ତୁ ଏମିତି କେବେ ହେଉ .. ରାଜନ ଜୀ କେବେ କହିଦିଅନ୍ତୁ କି ତାଙ୍କୁ ଏବେ ମୋର ଅବଶ୍ୟକତା ନାହିଁ ତାହାହେଲେ ମୁଁ ତାଙ୍କ ସହ ଝଗଡା କରିପାରେ ଓ କହିବି ପ୍ଲିଜ ମତେ ଅନୁପମାରେ ରହିବାକୁ ଦିଅନ୍ତୁ ।

ଏହି ଶୋରେ ମୋ ପାଇଁ ସବୁବେଳେ ବାଟ ଖୋଲା ରହିବ ଏବଂ ମୁଁ ଏହି ଶୋରେ ଶେଷ ପର୍ଯ୍ୟନ୍ତ ରହିବି । ମତେ ଅସୁବିଧା ସମୁଖୀନ କରିବାକୁ ହେଲେ ମଧ୍ୟ  ମୁଁ ପ୍ରସ୍ତୁତ ଅଛି । ମୁଁ ଏହାକୁ ଛାଡିବି ନାହିଁ ।  ଏହାଠୁ ବଡ ଅଜିବ ଖବର ଆଉ କିଛି ନହେଇ ପାରେ । ଅନୁପମା ରୁପାଲି ଗାଙ୍ଗୁଲିଙ୍କୁ ଏମିତି କରିଦେଇଛି  ଯାହା ଫଳରେ  ଆଜି ଏତେ ସଫଳତା ମିଳିଛି । ଅନୁପମା ମୋ ଅସ୍ତିତ୍ବର ଏକ ଅଂଶ ହୋଇଯାଇଛି । ମଜା ଲାଗୁଛି କି ଲୋକେ ଏଭଳି ଏକ କଥା ଭାବୁଛନ୍ତି ଓ ଲେଖିଛନ୍ତି …ମତେ ମିଳିଥିବା ସମସ୍ତ ଭଲ ପାଇଥିବା ହେତୁ ଆପଣ ସମସ୍ତଙ୍କୁ ଅନେକ ଧନବାଦ ଏବଂ ଯେଉଁମାନେ ମୋତେ ସମର୍ଥନ କରିଛନ୍ତି  ସେମାନଙ୍କୁ ମୁଁ କହିବାକୁ ଚାହୁଛି ଯାହା ହେଇଯାଉ ପଛେ ସମସ୍ତେ ମୋ ଶୋକୁ ଦେଖିବା ଦରକାର । ଯାହାଦ୍ବାରା ମୋ ଶୋ ଚାଲୁରହିବ ।