କୋଭିଡ-୧୯ ଯୋଦ୍ଧାଙ୍କ ପ୍ରତି ହିଂସାତ୍ମକ ଆଚରଣ ନକରିବା ପାଇଁ ନିଜ ଶେଷ ଟ୍ୱିଟରେ ଅପିଲ କରିଥିଲେ ବର୍ଷିୟାନ ଅଭିନେତା ଋଷି କପୁର

ବିଗତ ଦିନର ରୋମାଣ୍ଟିକ ହିରୋ ଋଷି କପୁର ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାନ୍ତି । ଅନେକ ସମୟରେ ବିଭିନ୍ନ ମାମଲାକୁ ନେଇ ସୋସିଆଲ ମିଡିଆରେ ତାଙ୍କର ମନ୍ତବ୍ୟ ବିବାଦୀୟ ହୋଇ ଉଠୁଥିଲା । ସାମାଜିକ ଓ ରାଜନୈତିକ ମାମଲା ଗଡିକରେ ମନ୍ତବ୍ୟ ରଖୁଥିବା ବଲିଉଡ କଳାକାରଙ୍କ ମଧ୍ୟରେ ରୁଷି କପୁର ଅନ୍ୟତମ ଥିଲେ । ଏପ୍ରିଲ ୩୦ ତାରିଖ ଅର୍ଥାତ ଆଜିର ଦିନରେ ଇହଲୀଳା ସମ୍ବରଣ କରିଥିବା ରୁଷି ଶେଷ ଥର ପାଇଁ ଏପ୍ରିଲ ୨  ତାରିଖରେ ହିଁ ଟ୍ୱିଟ କରିଥିଲେ ।

ଏଥିରେ ସେ କୋଭିଡ- 19 ଭାଇରସ ଲଢେଇରେ ପ୍ରମୁଖ ଭୂମିକା ନିଭାଉଥିବା ଡାକ୍ତର, ନର୍ସ ତଥା ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କିମ୍ବା ହିଂସାତ୍ମକ ଆଚରଣ ନକରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ହାତ ଯୋଡି ଏହି ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, କୃପା କରି ପଥର ପକାଇବା, ହିଂସା ତ୍ମକ ଆଚରଣ ଆଦିର ସାହାରା ନିଅନ୍ତୁ ନାହିଁ । ଆପଣଙ୍କୁ ବଞ୍ଚାଇବା ପାଇଁ ଏମାନେ ଦିନ ରାତି ଏକ କରି ନିଜ ଜୀବନକୁ ଖାତିର ନକରି ଆପଣ ମାନଙ୍କ ସେବାରେ ହିଁ ଲାଗି ପଡିଛନ୍ତି । ଏହି କରୋନା ଯୁଦ୍ଧକୁ ଏକା ସାଥିରେ ଜିତିବାକୁ ଚେଷ୍ଟା କରନ୍ତୁ । ଜୟ ହିନ୍ଦ । ସେହି ଦିନ ହିଁ ରୁଷି ନିର୍ଦ୍ଦେଶକ କୁନାଲ କୋହଲିଙ୍କ ଏକ ଟ୍ୱିଟର ଉତ୍ତର ମଧ୍ୟ ଦେଇଥିଲେ ।

ପ୍ରକୃତରେ କୁନାଲ ସ୍କ୍ରିନ ଉପରେ ଋଷିଙ୍କ ଡ଼ଫଳି ବାଜା ବଜାଇବାକୁ ନେଇ ପ୍ରଶଂସା କରିଥିଲେ । ସେ ଲେଖିଥିଲେକି, ଆପଣଙ୍କ ଭଳି କେହି ବି ଡ଼ଫଲି ବଜାଇ ପାରିବେ ନାହିଁ । ସମସ୍ତ ମ୍ୟୁଜିକାଲ ବାଦ୍ୟଯନ୍ତ୍ର ଆପଣ ପରଦା ଉପରେ ଅସଲରେ ହିଁ ବଜାଇ ଥାନ୍ତି । ଆପଣଙ୍କ ଡ଼ଫଲି ବାଜା ବଜାଇବା ଶୈଳୀ କିନ୍ତୁ ସବୁଠୁ ନିଆରା । ଏହାର ଉତ୍ତରରେ ଋଷି କୋରିଓଗ୍ରାଫର ପିଏଲ ରାଜଙ୍କ ପ୍ରଶଂସା କରିବା ସହ ସ୍କ୍ରିନ ଉପରେ କରୁଥିବା ଅଭିନୟ ସମ୍ପକରେ ସମସ୍ତଙ୍କର କିଛିଟା ଜ୍ଞାନ ରହିବା ନିହାତି ଆବଶ୍ୟକ ବୋଲି କହି ନିର୍ଦ୍ଦେଶକ କୁନାଲଙ୍କୁ ଧନ୍ୟବାଦ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.