ଅକ୍ଷୟ ଖାନ୍ନାଙ୍କ ‘ସବ୍‌ କୁଶଳ ମଙ୍ଗଳ’ର ଟ୍ରେଲର ରିଲିଜ୍‌, ଲୋକେ ଦେଲେ ଏଭଳି ରିଆକ୍ସନ୍‌

ଅକ୍ଷୟ ଖାନ୍ନାଙ୍କ ଆଗାମୀ ଫିଲ୍ମ ‘ସବ୍‌ କୁଶଳ ମଙ୍ଗଳ’ର ଟ୍ରେଲର ରିଲିଜ୍‌ ହୋଇଛି। ବର୍ତ୍ତମାନ ଟ୍ଵିଟରରେ ଏହା ଟ୍ରେଣ୍ଡ୍‌ କରୁଥିବା ନଜର ଆସିଛି। ଲୋକମାନେ ହାସ୍‌ ଟ୍ୟାଗ୍‌ ଦେଇ ଟ୍ରେଲରକୁ ନିଜ ପ୍ରୋଫାଇଲ୍‌ରେ ସେୟାର କରୁଛନ୍ତି।

ଏହି ଫିଲ୍ମରେ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟାଙ୍କ ଶର୍ମା ଓ ଅଭିନେତା ତଥା ସାଂସଦ ରବି କିଶନଙ୍କ ଝିଅ ରୀବା କିଶନ ଡେବ୍ୟୁ କରିବାକୁ ଯାଉଛନ୍ତି। ୨୦୨୦ ଜାନୁୟାରୀ ୩ ତାରିଖରେ ଫିଲ୍ମ ହଲ୍‌କୁ ଆସିବ ବୋଲି ଜଣାଯାଇଛି।

ଦେଖନ୍ତୁ ଟ୍ରେଲର:

Video Courtesy: Zee Music Company

ଦେଖନ୍ତୁ ରିଆକ୍ସନ୍‌:

ଏହାସହ ପଢ଼ନ୍ତୁ: ଏୟାରପୋର୍ଟରେ ରାନୁମଣ୍ଡଳଙ୍କୁ ସେଲ୍ଫି ନେବାକୁ ଡାକିବାରୁ ଦେଲେ ଏମିତି ରିଆକସନ୍‌, ଦେଖନ୍ତୁ ଭାଇରାଲ ଭିଡିଓ

ଫିଲ୍ମର ନିର୍ଦ୍ଦେଶକ କରଣ ବିଶ୍ୱନାଥ କଶ୍ୟପ ଏହାର ଟ୍ରେଲର ସେୟାର କରି ଲେଖିଛନ୍ତି ‘ବିବାହ ପାଇଁ ହେବ ଦଙ୍ଗଲ, କିନ୍ତୁ ଆଜିଠୁ ହେବ ସବୁ କୁଶଳ ମଙ୍ଗଳ’। ଏବେ ଯାଏଁ ଟ୍ରେଲରକୁ ୟୁଟ୍ୟୁବ୍‌ରେ ୭୦ ହଜାରରୁ ଅଧିକ ଥର ଦେଖାସରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.