ବାପା-ମାଆ ହେଲେ ସଚେତ ଓ ପରମ୍ପରା, ଘରକୁ ଆସିଲା ପୁତ୍ର ସନ୍ତାନ
ମନୋରଞ୍ଜନ ଜଗତର ଜଣାଶୁଣା କମ୍ପୋଜର ତଥା ସିଙ୍ଗର ସଚେତ ଟଣ୍ଡନ୍ ଓ ପରମ୍ପରା ଠାକୁର ଫ୍ୟାନମାନଙ୍କୁ ଖୁସି ଖବର ଦେଇଛନ୍ତି । ସଚେତ ଓ ପରମ୍ପରା ବାପା-ମାଆ ହୋଇଛନ୍ତି । ବିବାହର ୪ ବର୍ଷ ପରେ ପରମ୍ପରା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହି ଗୁଡ୍ ନ୍ୟୁଜ୍ ସେମାନେ ସୋସିଆଲ ମିଡିଆରେ ନିଜ ପ୍ରଶଂସକମାନଙ୍କ ସହ ସେୟାର କରିଛନ୍ତି ।
ଶିଶୁପୁତ୍ରର ପ୍ରଥମ ଝଲକ୍ ମଧ୍ୟ ସେମାନେ ପ୍ରଶଂସକଙ୍କୁ ଦେଖାଇଛନ୍ତି । ଏହି ଖୁସି ଖବର ଶୁଣିବା ପରେ ପ୍ରଶଂସକମାନେ ମଧ୍ୟ ଦମ୍ପତିଙ୍କୁ ବାପା-ମାଆ ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । କହି ରଖୁଛୁ ଯେ ଗତ ସପ୍ତାହରେ ବି ଟିଭି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜ୍ୟ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଏକ ସପ୍ତାହ ମଧ୍ୟରେ ଆଉ ଜଣେ କପଲ୍ କୁନି ଅତିଥିଙ୍କୁ ଗ୍ରାଣ୍ଡ ୱେଲକମ୍ କରିଛନ୍ତି ।
ଦୁଇମାସ ପୂର୍ବେ ଖବର ଆସିଥିଲା ଯେ ମ୍ୟୁଜିସିୟାନ୍ କପଲ୍ ସଚେତ ଟଣ୍ଡନ ଓ ପରମ୍ପରା ଠାକୁର ବହୁତ ଜଲଦି ବାପାମାଆ ହେବାକୁ ଯାଉଛନ୍ତି । ଏବେ ଏହି ଦମ୍ପତି ସେମାନଙ୍କ ଜୀବନର ଏକ ନୂତନ ଚାପ୍ଟର ଆରମ୍ଭ କରିଛନ୍ତି । ମାଆ-ବାପା ହେବା ପରେ କପଲ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଫ୍ୟାନମାନଙ୍କୁ ଖୁସି ଖବର ଦେଇଛନ୍ତି ।
ଏହି ଭିଡିଓ କ୍ଲିପରେ ସଚେତ ଓ ପରମ୍ପରା ନିଜ ନବଜାତ ଶିଶୁର ହାତ ଧରିଥିବାର ଦେଖାଯାଉଛନ୍ତି । ଏହା ବ୍ୟତୀତ ହାର୍ଟ ଶେପ୍ କରି ସେମାନେ ଶିଶୁପୁତ୍ରର ହାତ ଓ ପାଦର ଝଲକ୍ ମଧ୍ୟ ଦେଖାଇଛନ୍ତି । ଭିଡିଓ କ୍ଲିପ୍ ସେୟାର କରି କପଲ୍ ଲେଖିଛନ୍ତି, ‘ସଚେତ ଓ ପରମ୍ପରାର ଦିଲ୍ ଆସିଯାଇଛି । ଏହା ଏକ ଶିଶୁପୁତ୍ର’ ।
ସେମାନେ ଏକ ସ୍ନେହପୂର୍ଣ୍ଣ କ୍ୟାପସନ ମଧ୍ୟ ଦେଇଛନ୍ତି । ଏଥିରେ ଲେଖା ହୋଇଛି, ‘ମହାଦେବଙ୍କ ଆଶୀର୍ବାଦରୁ ଆମେ ଆମର ସୁନ୍ଦର ଶିଶୁପୁତ୍ରର ଜନ୍ମ ବିଷୟରେ ଘୋଷଣା କରି ବହୁତ ଖୁସି । ଏହି ସୁନ୍ଦର ମୁହୂର୍ତ୍ତରେ ଆମେ ଆପଣଙ୍କ ଆଶୀର୍ବାଦ ଏବଂ ଶୁଭକାମନା ଆଶା କରୁଛୁ’ ।