ଖୁସି ମୁହୂର୍ତ୍ତ ସହ ଷ୍ଟାଡିୟମରେ ନଜର ଆସିଲେ ଶାହରୁଖ କିଡ, ଅବରାମ କଲେ ଫିଙ୍ଗର କ୍ରସ; ଭିଡିଓ ଭାଇରାଲ

ଆଇପିଏଲ ମ୍ୟାଚରେ ଶାହାରୁଖ ଫ୍ୟାମିଲି । ଟିମ କୋଲକତା ନାଇଟ ରାଇଡର୍ସ ପାଇଁ ଫ୍ୟାମିଲି କିଡଙ୍କ ମଧ୍ୟରେ ଷ୍ଟାଡିୟମରେ ଖୁସି ମାହୋଲ । ଆଇପିଏଲ ସମୟର କିଛି ଚିତ୍ର ଏବେ ଭାଇରାଲ ହେଉଛି ଯେଉଁଥିରେ ଶାହରୁଖ ତନୟା ସୁହାନା, ପୁଅ ଅବରାମ, ଆର୍ଯ୍ୟନ, ଏମିତିକି ଅନନ୍ୟା ମଧ୍ୟ ନଜର ଆସିଥିଲେ । ମ୍ୟାଚ ସମୟରେ ପଞ୍ଜାବ କିଙ୍ଗ୍ସ ବିପକ୍ଷମ୍ୟାଚରେ ଜିତିବା ପରେ ଏମାନଙ୍କୁ ଚିତ୍କାର କରୁଥିବା ଅନେକ ଚିତ୍ରରେ ଦେଖିବାକୁ ମିଳିଥିଲା ।

abram
Picture credit-taajakhabar.com

ନିଜ ଇନଷ୍ଟାଗ୍ରାମ ପେଜରେ ସୁହାନା ଏହି ଫଟୋ ସେୟାର କରିଛନ୍ତି ଯେଉଁତିରେ ସେ ଏକ ହଲଦିଆ ରଙ୍ଗର ଟିଜ ପିନ୍ଧିଛନ୍ତି । ତାଛଡା ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଅବରାମଙ୍କ କ୍ରସ ଫିଙ୍ଗର ଫଟୋ ମଧ୍ୟ ସୁହାନା ସେୟାର କରିଛନ୍ତି । ସେ ଲେଖିଛନ୍ତି ଥିଙ୍କ ଇଟ ୱାର୍କ୍ଡ ଆଟ୍‌ କ୍ରିଡର୍ସ । ଅନ୍ୟ ଏକ ଫଟୋରେ ସୁହାନା ନିଜ ଭାଇ ବନ୍ଧୁ ଅନନ୍ୟାଙ୍କ ସହ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଲେଖିଛନ୍ତି ଡ୍ରିମ ଟିମ । ଅନ୍ୟଏକ ଫଟୋରେ ମଧ୍ୟ ଆର୍ଯ୍ୟନ, ଅନନ୍ୟା ଓ ସୁହାନା ସେଲଫି ନେବାର ଦେଖିବାକୁ ମିଳିଛି । ତା ସହ କମେଡି କରୁଥିବାର ମଧ୍ୟ ନଜର ଆସିଛନ୍ତି । ତେବେ କହିରଖୁଛୁ କେକେଆର ଶାହରୁଖ ଖାନ ଓ ଅଭିନେତ୍ରୀ ଜୁହି ଚାୱାଲାଙ୍କର ମାଲିକାନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.