ପୁଣି ଟ୍ରୋଲ ହେଲେ ସାଇପଲ୍ଲବୀ, ଅମରାନ’କୁ ତେଲୁଗୁର ପ୍ରଥମ ବ୍ଲକ ବଷ୍ଟର କହିବାରୁ ତାତିଲେ ଫ୍ୟାନ
‘ଅମରାନ’ର ସଫଳତା ପରେ ଆୟୋଜିତ ଏକ କାର୍ଯ୍ୟ କ୍ରମରେ ସାଇ ପଲ୍ଲବୀ ସିଭାକାର୍ତ୍ତିକେୟାନଙ୍କ ଫିଲ୍ମଟିକୁ ସୁପରହିଟ୍ ବୋଲି କହିଥିଲେ । ଏହା ପରେ ଲୋକମାନେ ସୋସିଆଲ ମିଡିଆରେ ସାଉଥ୍ ଅଭିନେତ୍ରୀଙ୍କୁ ବହୁତ ଟ୍ରୋଲ କରିଛନ୍ତି ।
ଅକ୍ଟୋବର ୩୧ରେ ସିଭାକାର୍ତ୍ତିକେୟାନ ଏବଂ ସାଇପଲ୍ଲବୀ ଅଭିନୀତ ରାଜକୁମାର ପେରିୟାସାମୀଙ୍କ ‘ଅମରାନ’ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା । ସ୍ୱଗର୍ତ ମେଜର ମୁକୁନ୍ଦ ଏବଂ ତାଙ୍କ ପତ୍ନୀ ଇନ୍ଧୁ ରେବିକା ଭାର୍ଗସେ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟି । ଏହା ସହ ଏହି ତେଲୁଗୁ ଫିଲ୍ମଟି ଲୋକମାନଙ୍କଠାରୁ ବହୁତ ଭଲ ରିଭିୟୁ ମଧ୍ୟ ଗ୍ରହଣ କରିଛି । ପ୍ରାରମ୍ଭିକ ଧାରା ଅନୁଯାୟୀ, ସୋମବାର ଦିନ ‘ଅମରାନ’ ୭.୫୦ କୋଟିରୁ ୮.୫୦ କୋଟି ଟଙ୍କାର ରେଞ୍ଜରେ ଗତି କରୁଛି । ନୀତେଶ ତିଓ୍ୱାରୀଙ୍କ ‘ରାମାୟଣ’ରେ ସୀତା ଭୂମିକାରେ ଅଭିନୟ କରିଥିବା ସାଇପଲ୍ଲବୀ ପୁଣି ଥରେ ବିବାଦକୁ ଆସିଛନ୍ତି । ଏହାପୂର୍ବରୁ ମଧ୍ୟ ସେ ଭାରତୀୟ ସେନା ଉପରେ ମନ୍ତବ୍ୟ ଦେଇ ଟ୍ରୋଲ ହୋଇଥିଲେ ।
ସାଇପଲ୍ଲବୀ ତେଲୁଗୁ ଭାଷାର ସିଭାକାର୍ତ୍ତିକେୟାନଙ୍କ ପ୍ରଥମ ଫିଲ୍ମ ‘ଅମରାନକୁ ବ୍ଲକବଷ୍ଟର ବୋଲି କହିଛନ୍ତି । କିନ୍ତୁ ଏଥିରେ ଅସନ୍ତୁଷ୍ଟ ହୋଇ ଲୋକମାନେ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ତେଲୁଗୁରେ ‘ଅମରାନ’ଫିଲ୍ମର ସଫଳତାକୁ ପାଳନ କରିବା ପାଇଁ ହାଇଦ୍ରାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାଇପଲ୍ଲବୀ ତାମିଲ ଭଳି ତେଲୁଗୁ ଫିଲ୍ମକୁ ପସନ୍ଦ କରୁଥିବାରୁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ମଧ୍ୟ ଅଭିନେତ୍ରୀ କହିଛନ୍ତି , ମୁଁ ଆଶା କରୁଛି ତାଙ୍କର ପରବର୍ତ୍ତୀ ଫିଲ୍ମ ଗୁଡିକ ମଧ୍ୟ ଏପରି ପ୍ରଶଂସା ମିଳିବ ।