‘ଆଦିପୁରୁଷ’ରେ ୮ ଫୁଟ୍‌ ଉଚ୍ଚା ଦିଶିବେ ସୈଫ୍‌ ଅଲ୍ଲୀ ଖାନ୍‌, ବଦଳାଇବେ ପୂରା ଲୁକ୍‌; ଟିମ୍‌ କଲା ଖୁଲାସା

ନିଜ ଆଗାମୀ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌। ଫିଲ୍ମ‘ଆଦିପୁରୁଷ’ ରାମାୟଣର କାହାଣୀ ଉପରେ ଆଧାରିତ। ଫିଲ୍ମରେ ରାମଙ୍କ ଭୂମିକାରେ ପ୍ରଭାସ ନଜର ଆସିବେ ଓ ସୈଫ୍‌ ଅଲ୍ଲୀ ଖାନ୍‌ ରାବଣ ହେବେ। ନିକଟରେ ଫିଲ୍ମର ଏକ ପୋଷ୍ଟର ରିଲିଜ୍‌ ହୋଇଛି। ଏଥିରେ ଫିଲ୍ମ ବିଷୟରେ କେତେକ ସୂଚନା ମଧ୍ୟ ଦିଆଯାଇଛି।

 

View this post on Instagram

 

A post shared by Prabhas (@actorprabhas)

ମିଡିଆ ରିପୋର୍ଟ ମୁତାବକ, ଫିଲ୍ମରେ ସୈଫ୍‌ ଅଲ୍ଲୀ ଖାନ୍‌ ୮ ଫୁଟ୍‌ ଲମ୍ବା ଦିଶିବେ। ପୁରାଣରେ ରାବଣଙ୍କୁ ଯେମିତି ଭୟଙ୍କର ଓ ସଶକ୍ତ ଦର୍ଶାଯାଇଛି ଫିଲ୍ମରେ ମଧ୍ୟ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ସେଭଳି ଦେଖିବାକୁ ମିଳିବ। ଲଙ୍କେଶଙ୍କ ପର୍ସନାଲାଟି ଯେମିତି ଥିଲା ସୈଫ୍‌ଙ୍କୁ ଅବିକଳ ସେଭଳି ସ୍କ୍ରିନ୍‌ରେ ଦେଖିବାକୁ ମିଳିବ। ସ୍ପେଶାଲ ଇଫେକ୍ଟ ମାଧ୍ୟମରେ ସୈଫ୍‌ଙ୍କ ଉଚ୍ଚତା ୮ରୁ ୯ ଫୁଟ୍‌ ଯାଏଁ ବଢ଼ାଯିବ। ଏଥିସହ ତାଙ୍କର ମୋଟା ନିଶ ଓ ଲମ୍ବା ଚୁଟି ମଧ୍ୟ ରହିବ। ଫିଲ୍ମରେ ନିଜ ଭୂମିକାକୁ ନେଇ ସୈଫ୍‌ କଠିନ ପରିଶ୍ରମ କରୁଥିବା ଦେଖାଯାଇଛି।

 

View this post on Instagram

 

A post shared by Prabhas (@actorprabhas)

ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଅଜୟ ଦେବଗନ୍‌ଙ୍କ ଫିଲ୍ମ ତାନାଜୀରେ ଜଣେ ଦୁର୍ଦ୍ଦାନ୍ତ ଖଳନାୟକ ରୂପରେ ଦେଖିବାକୁ ମିଳିଥିଲା। ସୈଫ୍‌ଙ୍କର ଏହି ଭିଲେନ୍‌ ଲୁକ୍‌କୁ ଦର୍ଶକେ ମଧ୍ୟ ଖୁବ୍‌ ପସନ୍ଦ କରିଥିଲେ।

You might also like