ମାତ୍ର ୬ ଦିନରେ ସୈଫଙ୍କ ସୁସ୍ଥ ହେବାକୁ ନେଇ ଉଠିଲା ପ୍ରଶ୍ନ, ଫ୍ୟାନ୍ସଙ୍କ ମଧ୍ୟରେ ଚାଲିଛି ଜୋରଦାର ଚର୍ଚ୍ଚା

ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ । ଭର୍ତ୍ତି ହେବାର ୬ ଦିନ ପରେ ସେ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ତେବେ ସୈଫ ସୁସ୍ଥ ହେବା ପରେ ଉଠିଛି ପ୍ରଶ୍ନ । ମାତ୍ର ୬ ଦିନରେ ସୈଫ ସୁସ୍ଥ ହୋଇଥିବା ନେଇ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କିଛି ଫ୍ୟାନ୍ସ ପ୍ରଶ୍ନ ଉଠାଇଛନ୍ତି । ସୈଫଙ୍କୁ ଥରେ କି ଦୁଇ ଥର ନୁହେଁ ୬ ଥର ଛୁରୀରେ ଆକ୍ରମଣ କରାଯାଇଥିଲା । ତାଙ୍କ ପିଠିରେ ୨.୫ ଇଞ୍ଚ ପର୍ଯ୍ୟନ୍ତ ଛୁରୀ ପଶିଥିଲା । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ୬ ଘଣ୍ଟା ପର୍ଯ୍ୟନ୍ତ ସର୍ଜରୀ ଚାଲିଥିଲା । ଏତେ ଗମ୍ଭୀର ଭାବେ ଆହତ ହେବା ପରେ ସେ ମାତ୍ର ୬ ଦିନରେ ସୁସ୍ଥ ହେବାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ସମସ୍ତେ । ଏହା କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି ଚାଲିଛି ଜୋରଦାର ଚର୍ଚ୍ଚା ।
ସୈଫ ଶୀଘ୍ର ସୁସ୍ଥ ହେବାକୁ ନେଇ ଶିବସେନା ନେତା ସଂଜୟ ନିରୁପମ ଚିନ୍ତା ପ୍ରକାଶ କରିଛନ୍ତି । ସୈଫଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିରୁପମ । ଏକ୍ସର ଏକ ପୋଷ୍ଟରେ ନିରୁପମ ଲେଖଛନ୍ତି ସୈଫ ବିନା କାହା ସାହାଯ୍ୟରେ ଚାଲି ଚାଲି ଯାଉଛନ୍ତି, ତାଙ୍କ ପିଠିରେ ୨.୫ ଇଞ୍ଚ ପର୍ଯ୍ୟନ୍ତ ଛୁରୀ ପଶିଥିଲା । ୬ ଘଣ୍ଟା ଅପରେସନ ପରେ ଛୁରୀକୁ ବାହାର କରାଯାଇଥିଲା । ଏହି ଘଟଣା ୧୬ ଜାନୁଆରୀରେ ଘଟିଥିବାବେଳେ ୨୧ ଜାନୁଆରୀରେ ଡିସଚାର୍ଜ ହୋଇଛନ୍ତି ସୈଫ । କିନ୍ତୁ ହସ୍ପିଟାଲରୁ ବାହାରୁ ବାହାରୁ ଏତେ ଫିଟ୍ ? ପୁଣି ମାତ୍ର ୬ ଦିନରେ । ଏହା କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି କହିଛନ୍ତି ନିରୁପମ ।
ସୂଚନା ଥାଉ କି ୬ ଦିନ ତଳେ ଅଭିନେତାଙ୍କୁ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଦୁର୍ବୃତ୍ତ ଆକ୍ରମଣ କରିଥିଲା । ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସୈଫଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଛି । ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ ଆହୁରି ସମୟ ଲାଗିବ ।
୧୬ ତାରିଖ ମଧ୍ୟରାତ୍ରିରେ ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ବାନ୍ଦ୍ରା ବାସଭବନରେ ଦୁର୍ବୃତ୍ତ ଛୁରାମାଡ଼ କରିଥିଲା । ଆକ୍ରମଣ ପରେ ସୈଫଙ୍କୁ ଜଣେ ସିକ୍ୟୁରିଟି ଗାର୍ଡ ପୁଅ ତୈମୁର ସହିତ ଅଟୋରେ ହସ୍ପିଟାଲ ନେଇଯାଇଥିଲେ । ମହାରାଷ୍ଟ୍ରର ଥାଣେରୁ ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା । ପୋଲିସ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି ।
#WATCH | Actor #SaifAliKhan reached his residence after he was discharged from Lilavati Hospital in Mumbai.
Saif Ali Khan was admitted there after being stabbed by an intruder at his residence, in the early morning of January 16. pic.twitter.com/QKIfGH1xqq
— ANI (@ANI) January 21, 2025
;