ନିଜ ଘରର ରାସ୍ତା ଭୁଲିଲେ ସୈଫ୍ ଅଲ୍ଲୀ ଖାନ୍, କରୀନା ଏବଂ ତୈମୁର ସହ ଖୋଜିଲେ ଏପରି
ଚଳିତ ବର୍ଷ କରୀନା କପୁର ତାଙ୍କ ଜନ୍ମଦିନ ପଟୌଦୀ ସ୍ଥିତ ଇବ୍ରାହିମ୍ ରାଜପ୍ରସାଦରେ ପାଳନ କରିବେ। ଏହି ଦିନକୁ ଖାସ୍ କରିବା ପାଇଁ ଆଲିସାନର ମଧ୍ୟ ଅୟୋଜନ କରାଯାଇଛି। ଗତ ବୁଧବାର ଦିନ ସୈଫ୍ ଅଲ୍ଲୀ ଖାନ୍ ତାଙ୍କ ପତ୍ନୀ କରୀନା ଏବଂ ପୁଅ ସହ ପଟୌଦି ବାହାରିଥିଲେ କିନ୍ତୁ ସେଠାରେ ସେ ରାସ୍ତା ଭୁଲିଯାଇଥିଲେ। ସୈଫ୍ ବିମାନ ବନ୍ଦରରୁ ବାହାରିବା ପରେ ଏସୟୁବି ଟ୍ୟାକ୍ସି ବୁକ୍ କରିଥିଲେ। ଏହି ସମୟରେ ସୈଫ୍ ନିଜ ପ୍ରାସାଦର ରାସ୍ତା ଭୁଲିଯାଇ ମାର୍କେଟ ଆଡକୁ ଚାଲିଯାଇଥିଲେ। କିଛି ସମୟପରେ ସେ ଭୁଲ ରାସ୍ତାରେ ଯାଉଥିବା ଜାଣିପାରିଥିଲେ।
ଏହାପରେ ସୈଫ୍ ଜଣେ ବ୍ୟକ୍ତିଙ୍କ ଠାରୁ ରାସ୍ତା ପଚାରି ବୁଝିଥିଲେ। ସୈଫ୍ଙ୍କୁ ଦେଖିବା ପରେ ବ୍ୟକ୍ତି ଜଣଙ୍କ ତାଙ୍କୁ ରାସ୍ତା ବତାଇବା ସହ ସେଠାରେ ନେଇ ଛାଡିଥିଲେ। ରିପୋର୍ଟ ଅନୁଯାୟୀ କରୀନାଙ୍କ ଜନ୍ମଦିନ ପାଇଁ ଏହି ପ୍ୟାଲେସ୍ରେ ଅନେକ ଦିନରୁ ପ୍ରସ୍ତୁତି ଚାଲିରହିଛି। ସୂଚନା ଅନୁଯାୟୀ ଏଠାରେ ସୈଫ୍, କରୀନା ଏବଂ ତୈମୁର ହର୍ସ ରିଡିଂଗ କରିବା ସହ କ୍ରିକେଟ ଖେଳିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।