ଲଙ୍କେଶ ପାଇଁ ପ୍ରସ୍ତୁତ ରହିଛନ୍ତି ସୈଫ ଅଲ୍ଲୀ ଖାନ: କହିଲେ, ମଜା ଆସିଯିବ

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଏବେ ଖଳନାୟକ ଚରିତ୍ରରେ ନିଜର ଅଭିନୟ ଦେଖାଉଛନ୍ତି। ତାନାଜୀରେ ଜବରଦସ୍ତ ନକାରାତ୍ମକ ଭୂମିକାରେ ଆସି ଲୋକଙ୍କ ମନ ଜିଣିନେଇଥିଲେ। ଏବେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ଆଦିପୁରୁଷ’ କୁ ନେଇ ଫ୍ଯାନଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି। ବଲିଉଡର ସବୁଠାରୁ ବଡ ଫିଲ୍ମ କୁହାଯାଉଥିବା ଆଦିପୁରୁଷକୁ ନେଇ ଉତ୍ସାହିତ ରହିଛନ୍ତି ସୈଫ। ଫିଲ୍ମରେ ସୈଫ ଅଲ୍ଲୀ ଖାନ ଲଙ୍କାପତି ରାବଣ ଭୂମିକାରେ ନଜର ଆସିବେ, ଯାହାକୁ ନେଇ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି ସୈଫ।

ଫିଲ୍ମ ଠାରୁ ସୈଫ ଲଙ୍କାପତି ହେବା ଫ୍ଯାନଙ୍କ ପାଇଁ ବେଶି ଉତ୍ସାହିତ କରୁଛି। ଫିଲ୍ମ ‘ତାନାଜୀ’ରେ ଖଳନାୟକ ଭୂମିକାରେ ଆସି ନିଜର ଅଭିନୟକୁ ସାବ୍ଯସ୍ତ କରିସାରିଛନ୍ତି। ରାକ୍ଷସ ଭୂମିକାରେ ନଜର ଆସିବା ମଜା ଆସିବ ବୋଲି କହିଛନ୍ତି ସୈଫ।

saif

ଫିଲ୍ମ ‘ଆଦିପୁରୁଷ’ରେ ରାମ ଭୂମିକାରେ ପ୍ରଭାସ ନଜର ଆସୁଥିବା ବେଳେ ସୀତା ଭୂମିକାରେ କ୍ରିତି ସାନନ ନଜର ଆସିବେ। ପୂର୍ବରୁ ସୀତା ରୋଲ ପାଇଁ ବାହୁବଳୀର ଦେବସେନା ଅର୍ଥାତ୍ ଅନୁଷ୍କା ସେଟୀଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ପରେ ଫିଲ୍ମ ନିର୍ମାତା କ୍ରିତି ସାନନକୁ ବାଛିଥିଲେ। ଫିଲ୍ମଟି ଆସନ୍ତା ୨୦୨୨ରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.