ନାଗରିକତା ସଂଶୋଧନ ଆଇନ(CAA) ବିରୋଧରେ ରାଷ୍ଟ୍ରପତି ପ୍ରଦର୍ଶନ ପରେ ଏବେ ବଲିଉଡ ଅଭିନେତା ସେଫ ଅଲ୍ଲି ଖାନ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଦେଶର ଜଣେ ନାଗରିକ ଭାବେ ବର୍ତ୍ତମାନର ପରିସ୍ଥିତିକୁ ନେଇ ସେ ଚିନ୍ତିତ ଅଛନ୍ତି। ତେବେ 49 ବର୍ଷୀୟ ଅଭିନେତା ସେଫ ଅଲ୍ଲୀ ଖାନ ବଲିଉଡର ସେହି କଳାକାର ମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ନୂଆ କାନୁନକୁ ବିରୋଧ କରାଯାଉଥିବା କାରଣରୁ ବଢୁଥିବା ଅଶାନ୍ତିକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଫ କହିଛନ୍ତି “ଅନେକ କଥା ରହିଛି ଯାହାକୁ ନେଇ ଆମେ ଚିନ୍ତିତ, ଦେଖାଯାଉ ଏସବୁ କେଉଁଠି ଯାଇ ଶେଷ ହେଉଛି”।
ଫରହାନ ଅଖତାର, ପରିଣୀତି ଚୋପ୍ରା, ରିଚା ଚଢା, ମହମ୍ମଦ ଯିଶାନ ଅୟୁବ, ଅନୁରାଗ କଶ୍ୟପ, ଶବାନା ଆଜମୀ, ଜାଭେଦ ଅଖତାର, ହୃତିକ ରୋଶନ ଓ ସ୍ୱରା ଭାସ୍କର ଭଳି ଅନେକ ବଲିଉଡ ତାରକାମାନେ ସଂଶୋଧିତ ନାଗରିକତା ଆଇନକୁ ନେଇ ନିଜ ନିଜର ପ୍ରତିକ୍ରିୟା ଦେଇସାରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ନାମୀ କଳାକାରଙ୍କ ନିରବତାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି ଏବଂ ଏପରିସ୍ଥଳେ ସେଫ ଅଲ୍ଲି ଖାନ କହିଛନ୍ତି ଯେ ସମସ୍ତଙ୍କ ପାଖରେ ନିଜର ମତ ଅଭିବ୍ୟକ୍ତ କରିବା ପାଇଁ ଅଧିକାର ରହିଛି।
ଏକ ଇଣ୍ଟରଭିୟୁରେ ସେଫ କହିଛନ୍ତି “ଶାନ୍ତିପୂର୍ବକ ପ୍ରଦର୍ଶନ କରିବା ପ୍ରତ୍ୟେକ ବ୍ୟକ୍ତିର ଅଧିକାର ଏବଂ ନକରିବା ମଧ୍ୟ ପ୍ରତ୍ୟେକ ବ୍ୟକ୍ତିର ଅଧିକାର”। ଏହାସହିତ ସେ କହିଛନ୍ତି ‘ପରିସ୍ଥିତିକୁ ଠିକଭାବେ ବୁଝିବାକୁ ଚେଷ୍ଟା କରୁଛି ଏବଂ ଭଲଭାବେ ବୁଝିଗଲା ପରେ ଏହା ଉପରେ ମୁଁ ନିଜର ମତ ରଖିବି। ପ୍ରେସରେ ଅନେକ କିଛି ଲେଖାଯାଉଛି କିନ୍ତୁ କିଛି କଥା ରହିଛି ଯାହାକୁ ଆମକୁ ଚିନ୍ତା କରିବାକୁ ପଡିବ। ଅନ୍ୟପଟେ ସେ କହିଛନ୍ତି ଯେ ଅନେକସ୍ଥଳେ ଭାରତକୁ ନିଜକୁ ପରିଭାଷିତ କରିବାକୁ ପଡିବ।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…