ଛୋଟେ ନବାବ ହେବାକୁ ଯାଉଛନ୍ତି ନାଗା ସାଧୁ !

ମୁମ୍ବାଇ : ନାଗା ସାଧୁ ଭୂମିକାରେ ପରଦାରେ ଅଭିନୟ କରିବେ ଛୋଟେ ନବାବ ସୈଫ ଅଲ୍ଲୀ ଖାନ୍ । ନିକଟରେ ନିଜର ଆଗାମୀ ଫିଲ୍ମ ‘ହଣ୍ଟର’ ବିଷୟରେ ଘୋଷଣା କରିଛନ୍ତି ସୈଫ। ଏହି କ୍ରାଇମ ଥ୍ରୀଲର ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନବଦୀପ ସିଂ। ଫିଲ୍ମର ପଚାଶ ପ୍ରତିଶତ ଭାଗର ସୁଟିଂ ଶେଷ କରିସାରିଛନ୍ତି ସୈଫ। ଏହି ଫିଲ୍ମରେ ସୈଫଙ୍କୁ ପୁରାପୁରି ଏକ ଅଲଗା ଲୁକରେ ଦେଖିବାକୁ ମିଳିବ। ଏଥିରେ ସେ ଲମ୍ବାଚୁଟି ଓ ଦାଢିରେ ସାଧୁ ବେଶରେ ନଜର ଆସୁଛନ୍ତି। ରାଜସ୍ଥାନରେ ମଧ୍ୟ ଫିଲ୍ମର କିଛି ଦୃଶ୍ୟ ସୁଟିଂ କରାଯାଇଛି।

ବର୍ତ୍ତମାନ ନେଟ୍ ଫ୍ଲିକ୍ସର ୱେବ ସିରିଜ ସାକ୍ରେଡ ଗେମ୍ସରେ ନଜର ଆସୁଛନ୍ତି ସୈଫ୍। ଏଥିରେ ସେ ଜଣେ ପୋଲିସ ଅଫିସର ସରତାଜ ସିଂର ଦମଦାର ଅଭିନୟ କରି ଦର୍ଶକ ଓ ସମୀକ୍ଷକଙ୍କ ପ୍ରଶଂସା ସାଉଁଟୁଛନ୍ତି । ଶେଷ ଥର ପାଇଁ ତାଙ୍କୁ ଫିଲ୍ମ କାଲାକାନ୍ଦୀରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ବି ସୈଫଙ୍କର ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । କିନ୍ତୁ ଦର୍ଶକଙ୍କୁ ଫିଲ୍ମଟି ଖାସ୍ ପସନ୍ଦ ଆସିନଥିଲା । ଏଣୁ ବକ୍ସ ଅଫିସରେ ଏତେତା ବ୍ୟବସାୟ କରି ପାରି ନଥିଲା କାଲାକାନ୍ଦୀ।

Leave A Reply

Your email address will not be published.