ରାଣୀଙ୍କୁ ଦେଇଥିବା ଚୁମ୍ବନ ଇତିହାସର ସବୁଠାରୁ ଖରାପ KISS ଥିଲା! ଏମିତି କହି ସେ ଦିନର କଥା ଖୁଲାସା କଲେ ସୈଫ୍‌ ଅଲୀ ଖାନ

ବଲିଉଡ୍‌ ଆକ୍ଟର ସୈଫ୍‌ ଅଲୀ ଖାନ ଓ ରାଣୀ ମୁଖାର୍ଜୀ ବହୁତ କମ୍‌ ଫିଲ୍ମରେ ଏକାଠି ନଜର ଆସିଛନ୍ତି। କିନ୍ତୁ ଯେତେବେଳେ ବି ସେମାନେ ପରଦାରେ ଏକ ସାଥୀରେ ନଜର ଆସିଛନ୍ତି, ସେମାନଙ୍କ କେମିଷ୍ଟ୍ରୀକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରିଛନ୍ତି। ଏବେ ଲମ୍ବା ସମୟ ପରେ ଦୁଇଜଣ ପୁଣି ଏକାଠି ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି। ଫିଲ୍ମ ‘ବଣ୍ଟି ଔର୍‌ ବବ୍‌ଲି ୨’ରେ ସୈଫ୍‌ ଓ ରାଣୀ ଏକାଠି କାମ କରିଛନ୍ତି। ବଣ୍ଟି ଔର୍‌ ବବ୍‌ଲି ୨ର ପ୍ରମୋଶନ ସମୟରେ ଦୁଇଜଣ ଫିଲ୍ମ ‘ହମ ତୁମ’ର ସ୍ମୃତିକୁ ମନେ ପକାଇଥିଲେ ଏବଂ କହିଥିଲେ କି, କେମିତି କିସିଙ୍ଗ୍‌ ସିନ୍‌କୁ ନେଇ ଦୁଇଜଣ ବହୁତ ଅସହଜ ଥିଲେ। ସୈଫ୍‌ ଖୁଲାସା କରିଥିଲେ କି, ସେହି ସମୟରେ ରାଣୀ ତାଙ୍କୁ ବୁଝାଇ ଦେଇ କହିଥିଲେ ଯେ ସେ ରାଣୀଙ୍କୁ କିସ୍‌ କରିବାକୁ ଚାହୁଁ ନାହାନ୍ତି ବୋଲି ନିର୍ଦ୍ଦେଶକଙ୍କୁ କହି ଦିଅନ୍ତୁ।

ନ ଚାହିଁ ବି ଶୁଟ୍‌ କରିଥିଲେ କିସିଙ୍ଗ୍‌ ସିନ

ୟଶରାଜ ଫିଲ୍ମର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍‌ କରାଯାଇଥିବା ଏକ ଭିଡିଓରେ କଥାବାର୍ତ୍ତା ସମୟରେ ରାଣୀ ମୁଖାର୍ଜୀ, ସୈଫ୍‌ ଅଲୀ ଖାନଙ୍କୁ ପ୍ରଶ୍ନ କରୁଛନ୍ତି। ସେ ପଚାରୁଛନ୍ତି, ‘ତୁମର ମନେ ଅଛି କି କିସିଙ୍ଗ୍‌ ସିନ କରିବା ପୂର୍ବରୁ ଆମେ କେତେ ଡରି ଯାଇଥିଲୁ’। ଏହାର ଉତ୍ତରରେ ସୈଫ୍‌ କହୁଛନ୍ତି, ‘ମୋର ମନେ ଅଛି କି, ଏହି ସଟ୍‌କୁ ନେଇ ତୁମେ କେତେ ଅଧିକ ଡରି ଯାଇଥିଲ’।

ସୈଫ୍‌ କହିଲେ, ଇତିହାସର ସବୁଠାରୁ ଖରାପ କିସ୍‌

ସୈଫ୍‌ ଅଲୀ ଖାନ କହିଥିଲେ, ଯେତେବେଳେ ରାଣୀ ତାଙ୍କୁ କହିଥିଲେ ଯେ ସେ ଏହି ସିନ୍‌ ପାଇଁ ନିର୍ଦ୍ଦେଶକଙ୍କୁ ମନା କରି ଦିଅନ୍ତୁ, ତ ସୈଫ୍‌ ଏହା କରି ପାରିବେ ନାହିଁ ବୋଲି କହିଥିଲେ। ଆଉ ଏହା ତାଙ୍କୁ ତାଙ୍କ ବସ୍‌ କହିଥିବା ସୈଫ୍‌ କହିଥିଲେ। ଯଦିଓ ପରେ ଦୁଇଜଣ ଏହି ସିନ୍‌ କରିଥିଲେ, କିନ୍ତୁ ସୈଫ୍‌ ଅଲୀ ଖାନ କହିଥିଲେ, ଏହା ସିନେମା ଜଗତ ଇତିହାସର ସବୁଠାରୁ ଖରାପ କିସିଙ୍ଗ୍‌ ସିନ୍‌ ଥିଲା। ଏହା ବହୁତ ଅସହଜ ଥିଲା। ମୁଁ ଏତେ ଅସହଜ ହୋଇ ଯାଇଥିଲି କି, କାହିଁକିନା, ରାଣୀ ବହୁତ ଅସହଜ ଥିଲେ’।

ସୂଚନାଥାଉ କି, ୨୦୦୫ରେ ଆସିଥିବା ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ବଣ୍ଟି ଔର୍ ବବ୍‌ଲି’ର ସ୍ୱିକ୍ୱେଲ ‘ବଣ୍ଟି ଔର୍ ବବ୍‌ଲି ୨’ ଖୁବ୍‌ଶୀଘ୍ର ଆପଣଙ୍କ ପରଦାକୁ ଆସିବାକୁ ଯାଉଛି। ଏହାର ଟ୍ରେଲରକୁ ରିଲିଜ୍ କରି ଦିଆଯାଇଛି। ଏଥର ଫିଲ୍ମରେ ଅନେକ କିଛି ପରିବର୍ତ୍ତନ କରାଯାଇଛି, ଯାହାକି ଟ୍ରେଲର ଦେଖିବା ପରେ ହିଁ ଜଣାପଡ଼ିଛି। ପ୍ରଥମ ଫିଲ୍ମରେ ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀ ଜଣେ ଜଣଙ୍କର କ୍ରାଇମ୍ ପାର୍ଟନର ଥିଲେ। ଏବେ ସେହି କ୍ରାଇମ୍ ପାର୍ଟନର ପରସ୍ପରର ସାଥୀ ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଖାସ୍ କଥା ହେଉଛି କି, ଏଥର ଫିଲ୍ମରେ ବଣ୍ଟି-ବବ୍‌ଲି ଟିମ୍ଅପ ପାଇଁ ସୈଫ୍ ଓ ରାଣୀ ନୁହନ୍ତି, ବରଂ ସିଦ୍ଧାନ୍ତ ଓ ଶରବରୀ ବାଘ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଅର୍ଥାତ୍ ଫିଲ୍ମରେ ବଣ୍ଟି ଓ ବବ୍‌ଲି ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ ଓ ଶରବରୀ।

video courtesy: YRF

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.