କରୀନା କପୁରଙ୍କ ରେଡିଓ ଶୋ’କୁ ଆସିଲେ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ୍‌, ଖୋଲିଦେଲେ ସିକ୍ରେଟ୍‌, ଲାଜରେ ନଇଁଗଲେ ବେଗମ୍‌

ବଲିଉଡ୍‌ର ପାଓ୍ଵାର କପଲ୍‌ ସୈଫ୍‌ ଅଲ୍ଲୀ ଖାନ୍‌ ଓ କରୀନା କପୁର ସମସ୍ତଙ୍କ ପାଇଁ ଆଦର୍ଶ ଦମ୍ପତି। ନିକଟରେ ସୈଫ୍‌ କରୀନାଙ୍କ ରେଡିଓ ଶୋ’ ‘ହ୍ଵାଟ୍‌ ଓ୍ଵିମେନ୍‌ ଓ୍ଵାଣ୍ଟ୍‌’ରେ ସାମିଲ ହୋଇଥିଲେ। ଶୋ’ ମଝିରେ ସୈଫ୍‌ ଓ କରୀନାଙ୍କ ମଧ୍ୟରେ କେମିଷ୍ଟ୍ରି ଦେଖିବାକୁ ମିଳିଥିଲା। ଏଥିରେ କରୀନା ସୈଫ୍‌ଙ୍କୁ ପଚାରିଥିବା ଅନେକ ପ୍ରଶ୍ନର ଉତ୍ତରକୁ ସୈଫ୍‌ ବଡ଼ ଚାଲାକିର ସହ ଦେଇଥିଲେ। ତେବେ ଏକ ପ୍ରଶ୍ନର ଉତ୍ତର ଶୁଣି କରୀନା ପୂରା ଲାଜେଇ ଯାଇଥିଲେ। ସେ କେବେ ଭାବି ନ ଥିଲେ, ସୈଫ୍‌ ଶୋ’ରେ ଏଭଳି ସିକ୍ରେଟ୍‌ ଖୋଲିଦେବେ।

q2

ଶୋ’ ଚାଲିଥିବା ବେଳେ କରୀନା ସୈଫଙ୍କୁ ପଚାରିଥିଲେ ଯେ ‘ସୈଫ୍‌, ତାହା କେଉଁ ଜିନିଷ, ଯାହାକୁ ଲୋକେ ନିଜ ବୈବାହିକ ଜୀବନରେ ନିଶ୍ଚିତ କରିବା ଦରକାର? ଏମିତି କ’ଣ, ଯାହା ବିବାହ ଭିତରେ ଜୋଶ୍‌କୁ ବଜାୟ ରଖିଥାଏ? କରୀନାଙ୍କ ପ୍ରଶ୍ନ ଶୁଣି ସୈଫ୍‌ ଝଟାପଟ ଉତ୍ତର ଦେଇଥିଲେ, ‘ରୋଲ୍‌ ପ୍ଲେ’। ଏହା ଶୁଣି କରୀନା ଲାଜେଇ ଯାଇଥିଲେ। ଯଦିଓ ପରେ ସୈଫ୍‌ ଏହାକୁ କେବଳ ମଜା ବୋଲି କହିଥିଲେ।

q3

ଏହାପରେ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୈଫ୍‌ କହିଥିଲେ ଯେ ‘ଆପଣ ଆପଣଙ୍କ ଜୀବନରେ କିଛି ଅଲଗା କରିଚାଲିଲେ, ତାଜାପଣ ବଜାୟ ରହିଥାଏ। ଫଳରେ ଆପଣ ଯେତେବେଳେ ଦିନର ଶେଷ ସମୟରେ ମିଶିିବେ, ତା’ହେଲେ କିଛି ରହିପାରିବ। ଲଗାତାର ସମାନ କାମ ବିବାହକୁ ବୋର୍‌ କରିଦେଇଥାଏ। ଏହାସହ ମୋତେ ଲାଗେ କି, ଏହି ସ୍ପାର୍କକୁ ବଜାୟ ରଖିବାରେ ଅଧିକ ପ୍ରେସର ବି ନେବା ଉଚିତ ନୁହେଁ। ଆପଣ ସବୁବେଳେ ନିଜ ଚାର୍ମକୁ ରଖିପାରିବେ ନାହିଁ’।

q5

ତେବେ ନିକଟରେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ ଶୋ’କୁ ଆସିଥିଲେ। ଏହି ସମୟରେ ସାରା ଓ କରୀନାଙ୍କ କେମିଷ୍ଟ୍ରିକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା।