ପୋଲିସକୁ ମିଳିଲା ଛୁରୀର ଶେଷ ଅଂଶ, ଯେଉଁଥିରେ ସୈଫଙ୍କୁ ହୋଇଥିଲା ଆକ୍ରମଣ

ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହାପରେ ମୁମ୍ବାଇ ପୋଲିସ ସୈଫ୍ ଅଲ୍ଲୀଙ୍କ ପରିବାରଙ୍କୁ ସୁରକ୍ଷା ଦେଇଛି ।  ବାନ୍ଦ୍ରା ପୋଲିସ ହୋଇଥିବା ଆକ୍ରମଣରେ ବ୍ୟବହାର ହୋଇଥିବା ଛୁରୀର ତୃତୀୟ ତଥା ଶେଷ ନିଖୋଜ ଖଣ୍ଡକୁ ଉଦ୍ଧାର କରିଛି । ଯାହାକୁ ଆକ୍ରମଣ ପରେ ଅଭିଯୁକ୍ତମାନେ ଫିଙ୍ଗି ଦେଇଥିଲେ ।

ଏହା ବ୍ୟତୀତ ତାଙ୍କ ଲାଇସେନ୍ସ ମଧ୍ୟ ଉଦ୍ଧାର କରାଯାଇଛି । ଆକ୍ରମଣ ପରେ ଛୁରୀର ତିନି ଇଞ୍ଚ ଖଣ୍ଡ ସୈଫଙ୍କ ପିଠିରେ ଅଟକି ଯାଇଥିଲା ।  ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇଥିଲେ । ଏହା ବ୍ୟତୀତ ଅପରାଧ ପରେ କରାଯାଇଥିବା ପଞ୍ଚନାମା ସମୟରେ ତାଙ୍କ ଘରେ ଆଉ ଏକ ଛୋଟ ଖଣ୍ଡ ମିଳିଥିଲା । ହ୍ୟାଣ୍ଡେଲ ସହିତ ଶେଷ ବଡ ଅଂଶ ପୋଖରୀ ନିକଟରେ ମିଳିଥିଲା ।

ଘଟଣାର ରିକ୍ରିଏସନ କରିଥିଲା ବାନ୍ଦ୍ରା ପୋଲିସ । ଏହାପରେ ଅଭିଯୁକ୍ତଙ୍କୁ ନେଇ ପୋଲିସ ବିଲଡିଙ୍ଗ ରୁ ୧.୪ କିଲୋମିଟର ଦୂରରେ ଥିବା ପୋଖରୀ ନିକଟକୁ ନେଇଥିଲା । ଯାହାପରେ ସେ ଦେଖାଇଥିଲା ଛୁରୀକୁ କେଉଁଠାରେ ଫିଙ୍ଗି ଥିଲା । ଏହାପରେ ସେ ସେ ନ୍ୟାସନାଲ କଲେଜ ବାହାରେ ବସଷ୍ଟାଣ୍ଡରେ ପହଞ୍ଚିବା ପୂର୍ବରୁ ୬୫୦ମିଟର ପାଦରେ ଚାଲି ଚାଲି ଯାଇଥିଲା । ଏହାପରେ ସେ ଏକ ରେଷ୍ଟୁରାଣ୍ଟକୁ ଗଲା । ସକାଳ ହେଲାପରେ ୮ଟାରେ ଦାଦର ଯିବା ପାଇଁ ବାନ୍ଦ୍ରା ରେଳ ଷ୍ଟେସନକୁ ଯାଇଥିଲା ।

ଅଭିଯୁକ୍ତର ବାଙ୍ଗଲାଦେଶ ସହ ଜଡିତ ଡକ୍ୟୁମେଣ୍ଟ ସାମ୍ନାକୁ ଆସିଛି । ବାଂଲାଦେଶରୁ ଅଭିଯୁକ୍ତ ଶରିଫୁଲ ଇସଲାମର ଡ୍ରାଇଭିଂ ଲାଇସେନ୍ସ ସାମ୍ନାକୁ ଆସିଛି। ପିପୁଲ୍ସ ରିପବ୍ଲିକ୍ ବାଂଲାଦେଶ ସରକାର ଏବଂ ବାଂଲାଦେଶ ସଡକ ପରିବହନ ପ୍ରାଧିକରଣ ଦ୍ବାରା ଏହା ଜାରି ହୋଇଛି । ୨୧ ନଭେମ୍ବର ୨୦୧୯ରେ ବାରିସଲ ଟ୍ରାନ୍ସପୋର୍ଟ ଅଥରିଟି, ବାଂଲାଦେଶ ଶାରିଫୁଲ୍ ଇସଲାମକୁ ଏହି ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିଥିଲେ ।  ଏହା ଦୁଇ ଚକିଆ ଯାନ ପାଇଁ ଏକ ଶିକ୍ଷା ଲାଇସେନ୍ସ ଥିଲା ।

ଲାଇସେନ୍ସ ସଂଖ୍ୟା ହେଉଛି ୧୪୪ ବୋଲି ଜଣାପଡିଛି । ଶରିଫୁଲ ଇସଲାମଙ୍କ ପିତାଙ୍କ ନାମ ମହମ୍ମଦ ରୁଲ ହମିଦ ଜଣାପଡିଛି । ଜାନୁୟାରୀ ୧୬ ମଧ୍ୟ ରାତିରେ ସୈଫଙ୍କ ଉପରେ ଆକ୍ରମଣ ହୋଇଥିଲା । ଚୋର ଘରେ ପଶିବା ପରେ ଛୁରୀରେ ସୈଫଙ୍କ ଉପରେ ୬ ଥର ଆକ୍ରମଣ କରିଥିଲା । ଅଭିଯୁକ୍ତ ପୋଲିସ ହେପାଜତରେ ଅଛି । ଏପଟେ ସୈଫଙ୍କର ଦୁଇଟି ସର୍ଜରୀ ହେବାପରେ ସେ ଘରକୁ ଫେରିଛନ୍ତି । ଏହି ଆକ୍ରମଣ ଘଟଣା ସୈଫ ଓ ତାଙ୍କ ପରିବାରକୁ ଏକ ଝଟକା ଦେଇଛି ।

Also read:କୁସ୍ତିଯୋଦ୍ଧା ବୋଲି ସହଜରେ ସୈଫଙ୍କୁ କରିଥିଲା ଆକ୍ରମଣ, ଶାହରୁଖ-ସଲମାନଙ୍କ ଘରେ କରିଥିଲା ରେକି

 

You might also like