କରୀନାଙ୍କୁ ବିବାହ କରିବା ଦିନ ଅମୃତା ସିଂହଙ୍କୁ ଚିଠି ଲେଖିଥିଲେ ସୈଫ୍‌ ଅଲ୍ଲୀ ଖାନ୍‌, କହିଥିଲେ ଏମିତି କଥା

ସୈଫ୍‌ ଅଲ୍ଲୀ ଖାନ୍‌ ଓ କରୀନା କପୁରଙ୍କ ଯୋଡ଼ିକୁ ବଲିଉଡ୍‌ର ସଫଳ ଯୋଡ଼ି ବୋଲି କୁହାଯାଏ। ୧୬ ଅକ୍ଟୋବର ୨୦୧୨ରେ ସୈଫ୍‌ ଓ କରୀନା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ କରୀନାଙ୍କୁ ବିବାହ କରିବା ପୂର୍ବରୁ ସୈଫ୍‌ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ। ଉଭୟେ ୧୯୯୧ରେ ବିବାହ କରିଥିଲେ ଓ ୨୦୦୪ରେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ତେବେ ଏକ କାର୍ଯ୍ୟକ୍ରମରେ ସୈଫ୍‌ ଅଲ୍ଲୀ ଖାନ୍‌ ତାଙ୍କର ଓ ଅମୃତାଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି। ଏହି ଶୋ’ରେ ତାଙ୍କ ସହ ଝିଅ ସାରା ଅଲ୍ଲୀ ଖାନ୍‌ ବି ଉପସ୍ଥିତ ଥିଲେ।

saif

ଶୋ’ରେ ସୈଫ୍‌ କହିଥିଲେ ଯେ କରୀନାଙ୍କୁ ବିବାହ କରିବା ଦିନ ସେ ଅମୃତା ସିଂହଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିକୁ ନେଇ ସେଦିନ ସୈଫ୍‌ ଓ କରୀନାଙ୍କ ମଧ୍ୟରେ ଝଗଡ଼ା ବି ହୋଇଥିଲା। କରୀନା ଚାହୁଁନଥିଲେ ସୈଫ୍‌ ଅମୃତାଙ୍କୁ କିଛି ଚିଠି ଲେଖନ୍ତୁ କି ତାଙ୍କ ସହ କୌଣସି ସମ୍ପର୍କ ରଖନ୍ତୁ। ଏଣୁ ସେ ଚିଠି ଦେବାକୁ ମନା କରିଥିଲେ। କିନ୍ତୁ ସୈଫ୍‌ କରୀନାଙ୍କ କଥା ନ ଶୁଣି ଅମୃତାଙ୍କୁ ଉକ୍ତ ଚିଠି ପଠାଇଥିଲେ। ସେହି ଚିଠି ସମ୍ପର୍କରେ ମଧ୍ୟ ସୈଫ୍‌ ଶୋ’ରେ କହିଥିଲେ।

saifina

ସୈଫ୍‌ କହିଥିଲେ ଉକ୍ତ ଚିଠିରେ ସେ ଅମୃତାଙ୍କୁ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ। ଏଥିସହ ସେମାନେ ଆଉ ଏକାଠି ରହିପାରିବେନି ବୋଲି କହିଥିଲେ। କିନ୍ତୁ ପିଲାଙ୍କ ଦାୟିତ୍ୱ ସେ ନେବେ ବୋଲି ଚିଠିରେ ସ୍ପଷ୍ଟ କରିଥିଲେ। ଏହି ଚିଠି ସମ୍ପର୍କରେ ଜାଣିବା ପରେ ସାରାଙ୍କର ସୈଫଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଯାଇଥିଲା ବୋଲି ଶୋ’ରେ ସାରା କହିଥିଲେ। ତେବେ ଉକ୍ତ ଶୋ’ରେ ସାରା ସୈଫ୍‌ଙ୍କୁ ସମର୍ଥନ କରୁଥିବା ଶୁଣି ସୈଫ୍‌ ଖୁବ୍‌ ଖୁସି ହୋଇଯାଇଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ କରୀନାଙ୍କୁ ବିବାହ କରିବା ପରେ ମଧ୍ୟ ସୈଫ୍‌ ଅଲ୍ଲୀ ଖାନ୍‌ ଏବେ ବି ସାରା ଓ ତାଙ୍କ ଭାଇଙ୍କ ଯୋଗାଯୋଗରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.