ମନୋରଂଜନ

ପ୍ରତୀକ୍ଷାର ଅନ୍ତ! ଏହି ଦିନ ରିଲିଜ୍‌ ହେବାକୁ ଯାଉଛି ସାଇନା ନେହଓ୍ଵାଲଙ୍କ ବାୟୋପିକ୍‌ ଫିଲ୍ମ

ବଲିଉଡ୍‌ରେ ସ୍ପୋର୍ଟସ ଉପରେ ତିଆରି ହେଉଥିବା ଫିଲ୍ମକୁ ବେଶ୍‌ ପସନ୍ଦ କରାଯାଉଛି। ଦର୍ଶକମାନଙ୍କଠାରୁ ଭଲ ରେସ୍‌ପନ୍ସ ମିଳୁଛି। ବର୍ତ୍ତମାନ ଦେଶର ଷ୍ଟାର୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହଓ୍ଵାଲଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚା ହେଉଛି। ଏବେ ଏହାର ରିଲିଜ୍‌ ଡେଟ୍‌ ବିଷୟରେ ଖୁଲାସା କରାଯାଇଛି। ସାଇନା ନେହଓ୍ଵାଲଙ୍କ ଚରିତ୍ରରେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ କାଷ୍ଟ କରାଯାଇଛି। ରିପୋର୍ଟ ମୁତାବକ, ଫିଲ୍ମକୁ ୧୦୦ ପ୍ରତିଶତ ଦଖଲ ସହିତ ସିନେମାଘରେ ରିଲିଜ୍‌ କରାଯିବ।

ଫିଲ୍ମ ରିଲିଜ୍‌କୁ ନେଇ ୨୬ ମାର୍ଚ୍ଚ ଏବଂ ୯ ଏପ୍ରିଲ ତାରିଖ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିଲା। କିନ୍ତୁ ଏହାକୁ ୨୬ ମାର୍ଚ୍ଚରେ ରିଲିଜ୍‌ କରାଯିବାକୁ ଘୋଷଣା କରାଯାଇଛି। ଭୂଷଣ କୁମାର ଏହିବର୍ଷ ୨୦ ଫିଲ୍ମ ନେଇ ଆସୁଛନ୍ତି। ପ୍ରଥମେ ୧୯ ମାର୍ଚ୍ଚରେ ମୁମ୍ବାଇ ସାଗା ଏବଂ ଏହାପରେ ସାଇନାଙ୍କ ବାୟୋପିକ୍‌ ଫିଲ୍ମ ରିଲିଜ୍‌ କରାଯିବ। ଯଦିଓ ଏ ନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ।

କହି ରଖୁଛୁ, ପ୍ରଥମେ ଏହି ଫିଲ୍ମ ପାଇଁ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ କାଷ୍ଟ୍‍ କରାଯାଇଥିଲା। କିନ୍ତୁ ପରେ ତାଙ୍କ ଜାଗାରେ ପରିଣୀତି ଚୋପ୍ରାଙ୍କୁ ଚୟନ କରାଯାଇଛି। ପରିଣୀତି ଏହି ଫିଲ୍ମ ପାଇଁ ବହୁତ ପରିଶ୍ରମ କରିଛନ୍ତି। ଫିଲ୍ମ ନିର୍ମାଣ ଅମୋଲ ଗୁପ୍ତେ କରିଥିବା ବେଳେ ସାଇନାଙ୍କ କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କ ଭୂମିକାରେ ଆକ୍ଟର ମାନବ କୌଲ ନଜର ଆସିବେ। ଏଥିସହ ପରେଶ ରାଓ୍ଵଲ ମଧ୍ୟ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Roshni

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

5 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

5 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

22 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

23 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

27 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

50 mins ago