ଆଇସିୟୁରେ ସାଇରା ବାନୁ, ନିଶ୍ବାସ ନେବା କଷ୍ଟକର ହେଉଛି
ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଅଭିନେତା ଦିଲ୍ଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ ଗତକିଛିଦିନ ହେଲାଣି ଅସୁସ୍ଥ ହୋଇ ହିନ୍ଦୁଜା ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ବ୍ଲଡପ୍ରେସର ଏବଂ ସୁଗାଲ ଲେବଲ ବଢିବା ଯୋଗୁଁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଏବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
୭୭ ବର୍ଷୀୟ ସାଇରାଙ୍କ ଅବସ୍ଥା ଏବେ ସ୍ଥିର ରହିଛି ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି। ଗତ ଜୁଲାଇରେ ଦିଲ୍ଲୀପ କୁମାରଙ୍କ ଦେହାନ୍ତ ପରେ ଏକୁଟିଆ ଅନୁଭବ କରୁଛନ୍ତି ସାଇନା ବାନୁ। ତେଣୁ ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ଯବସ୍ଥା ଖରାପ ହେବାରେ ଲାଗିଛି।
ଏବେ ସାଇରାଙ୍କ ଏମିତି ଅବସ୍ଥା ଦେଖି ତାଙ୍କ ଫ୍ଯାନ ବହୁତ ଚିନ୍ତାରେ ରହିଛନ୍ତି। ସୋସିଆଲ ମିଡିଆରେ ଲୋକେ ଆଶୁ ଆରୋଗ୍ଯ କାମନା କରୁଛନ୍ତି।