ବିନା ସାର୍ଟରେ ଶ୍ରଦ୍ଧା କପୁରଙ୍କ ସହିତ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ରଣବୀର କପୁର, ଇନ୍ଷ୍ଟଗ୍ରାମରେ ଭାଇରାଲ ହେଉଛି ଭିଡିଓ
ଅଭିନେତା ରଣବୀର କପୁର ନିଜ ଅପକମିଙ୍ଗ ଫିଲ୍ମ “ବ୍ରାହ୍ମସ୍ତ୍ର”ର ସୁଟିଂ ଶେଷ କରିବା ପରେ ନିଜ ଆଗାମୀ ପ୍ରୋଜେକ୍ଟ ପାଇଁ ଲାଗି ପଡିଛନ୍ତି । ବର୍ତ୍ତମାନ ସମୟରେ ରଣବୀର ଲବ ରଞ୍ଜନଙ୍କ ଆଗାମୀ ଫିଲ୍ମର ସୁଟିଙ୍ଗ ପାଇଁ ସ୍ପେନ ଗସ୍ତରେ ଅଛନ୍ତି । କିନ୍ତୁ ସେଠାରେ ଚକୋଲେଟ ବୟ ରଣବୀର ଏକୁଟିଆ ନାହାନ୍ତି । ସୁଟିଂ କରିବା ପାଇଁ ରଣବୀରଙ୍କ ସହିତ ଶ୍ରଦ୍ଧା କପୁର ବି ଯାଇଛନ୍ତି । ଦୁହେଁ ସ୍ପେନରେ ସୁଟିଂରେ ବ୍ୟସ୍ତ ଅଛନ୍ତି । ସୋସିଆଲ ମିଡିଆରେ ଫିଲ୍ମ ସହ ଜଡିତ କିଛି ଭିଡିଓ ବେଶ ଭାଇରାଲ ହେଉଛି । ଏଇ କିଛି ସମୟ ତଳେ ଫିଲ୍ମ ସେଟରୁ ଏହି ଭିଡିଓଟି କେମିତି କେଜାଣି ଲିକ ହୋଇଯାଇଛି । ଯେଉଁଥିରେ ଉଭୟେ ରଣବୀର ଓ ଶ୍ରଦ୍ଧା ରୋମାଣ୍ଟିକ ଅନ୍ଦାଜରେ ଦେଖାଦେଉଛନ୍ତି । କହିରଖେକି ଶ୍ରଦ୍ଧା, ରଣବୀରଙ୍କ ଅପୋଜିଟରେ କାମ କରୁଛନ୍ତି ।
View this post on Instagram
ପ୍ରକୃତରେ, ସ୍ପେନରେ ଦୁହିଁଙ୍କୁ ନେଇ ଏକ ଗୀତର ସୁଟିଙ୍ଗ ଚାଲିଛି । ଯେଉଁଥିରେ ଦୁହିଁଙ୍କ ମଧ୍ୟରେ ଅନେକ ରୋମାଣ୍ଟିକ ସିନ ନଜର ଆସିଛି । ଏହି ସମୟର ଅନେକ ଫଟୋ ଓ ଭିଡିଓ ଲିଙ୍କ ହେଉଛି । ଆଉ ଫିଲ୍ମ ସେଟର ଯେଉଁ ଭିଡିଓ ଲିକ ହୋଇଛି ସେଥିରେ ରଣବୀର ବିନା ସାର୍ଟରେ ନଜର ଆସିଛନ୍ତି । ଆଉ ଏହି ସିନରେ ଶ୍ରଦ୍ଧା କପୁର ବିକିନି ପିନ୍ଧିଥିବା ଅବସ୍ଥାରେ ଦେଖାଦେଇଛନ୍ତି । ଭିଡିଓରେ ଆପଣ ଦେଖିପାରିବେ ରଣବୀର ଓ ଶ୍ରଦ୍ଧା ନଦୀରେ ମଧ୍ୟରେ ଖେଳୁଥିବା ଦେଖାଦେଇଛନ୍ତି । ଦୁହେଁ ଧୀରେ ଧୀରେ ପରସ୍ପରର ନିକଟତର ହେଉଛନ୍ତି । ଭିଡିଓରେ ଆପଣ ସୁଟିଙ୍ଗରେ ବ୍ୟବହାର ହୋଇଥିବା ଜିନିଷ ସବୁକୁ ମଧ୍ୟ ଦେଖିପାରିବେ । ସୋସିଆଲ ମିଡିଆରେ ରଣବୀର ଓ ଶ୍ରଦ୍ଧାଙ୍କ
ଏହି ଭିଡିଓ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ରଣବୀରଙ୍କୁ ବିନା ସାର୍ଟରେ ଦେଖି ଫ୍ୟାନ୍ସ ମାନେ ଏକ୍ସଟାଇଟେଡ଼ ହୋଇ ପଡିଛନ୍ତି । ଆଉ ଖୁବ ପ୍ରଶଂସା ବି କରିଛନ୍ତି । ଜଣେ ୟୁଜର ନିଜ କମେଣ୍ଟରେ ଲେଖିଛନ୍ତିକି, ଆମେ ରଣବୀର ଓ ଶ୍ରଦ୍ଧାଙ୍କୁ ନେଇ ଖୁବ ଏକ୍ସଟାଇଟେଡ଼ ଅଛୁ | ଅନେକ ଅସୁବିଧା ସାମ୍ନା କରିବା ପରେ “ଲବ ରଞ୍ଜନ”ର ସୁଟିଙ୍ଗ ଆରମ୍ଭ ହୋଇଛି । ଏହା ଏକ ରୋମାଣ୍ଟିକ କମେଡି ଫିଲ୍ମ ବୋଲି ଜଣା ଯାଇଛି । ଏଥିରେ ଫିଲ୍ମ ପ୍ରଯୋଜକ ବୋନି କପୁର ରଣବୀରଙ୍କ ପିତା ଭୂମିକାରେ ନଜର ଆସିବେ । ଆଉ ମଧ୍ୟ ଏଥିରେ ଡିମ୍ପଲ କାପଡ଼ିଆ ବି ନଜର ଆସିବେ ।