ଗରିବ ଘରର ସଲମାନ ହେଲେ ଇଣ୍ଡିଆନ ଆଇଡ଼ଲ-୧୦ର ବିଜେତା, ପୁଅକୁ ଦେଖି କାନ୍ଦି ପକାଇଲେ ମାବାପା

ମୁମ୍ବାଇ : ଇଣ୍ଡିଆନ ଆଇଡଲ ୧୦ର ବିଜେତା ସାଜିଛନ୍ତି ସଲମାନ ଅଲ୍ଲି। ତାଙ୍କ ସହ ଆଉ ଚାରିଜଣ ପ୍ରତିଯୋଗୀ ରହିଥିବା ବେଳେ ସର୍ବଧିକ ଭୋଟ ନେଇ ବାଜି ମାରିଛନ୍ତି ସଲମାନ। ତେବେ ଶୋର ଫିନାଲେରେ ଫିଲ୍ମ ଜିରୋର ଷ୍ଟାରକାଷ୍ଟ ଶାହାରୁଖ, ଅନୁଷ୍ମା ଏବଂ କେଟ୍ରିନା ଆସିଥିବା ବେଳେ ତାଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ। ହରିୟାଣାର ଏକ ଛୋଟ ଗ୍ରାମରୁ ଆସିଥିବା ସଲମାନ ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛନ୍ତି। ଆସନ୍ତୁ ଜାଣିବା ସୁରର ରାଜା ସଲମାନଙ୍କ ସଫଳତା କାହାଣୀ…

salman

ସଲାମାନ ଅଲ୍ଲି ହରିୟାଣାର ନୁହଁର ପୁହ୍ନାନା ଗ୍ରାମର ବାସିନ୍ଦା। ମେବାତରେ ସଲମାନ ଅଲ୍ଲି ମଙ୍ଗଳ ନାମରେ ପରିଚିତ। ତାଙ୍କର ବିଜେତା ସାଜିବା ଖବର ଏବେ ସାରା ରାଜ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି। ଗତରାତିରେ ଲାଇଭ ଶୋରେ ତାଙ୍କୁ ବିଜେତା ଘୋଷଣା କରାଯାଇଥିବା ବେଳେ ପରିବାର ପରିଜନ ମଧ୍ୟରେ ଖେଳିଯାଇଥିଲା ଖୁସର ଲହରୀ।

salman (1)

ସଲମାନଙ୍କ ପରିବାର ମିରାସି ସମାଜର ରହିଥିବା ବେଳେ ଗୀତ ଗାଇବା ତାଙ୍କର ପେଷା। ଏଣୁ ସଲମାନଙ୍କ ମଧ୍ୟରେ ଗୀତ ଗାଇବାର ପ୍ରତିଭା ପିଲାଟି ବେଳୁ ରହିଥିଲା। ଛୋଟ ବୟସରୁ ପରିବାର ସହ ବିଭିନ୍ନ ଜାଗରଣରେ ଗୀତଗାଉଥିବା ବେଳେ ରିଆଲିଟି ଶୋ ଲିଟିଲ ଚ୍ୟାମ୍ପସର ସେ ରନଅପ୍ ରହିସାରିଛନ୍ତି।

salman 2

ଚାରି ପିଢ଼ିରୁ ଗୀତ ଗାଇ ପେଟ ପୋଷୁଥିବା ସଲମାନଙ୍କ ପରିବାର ପରିଜନ କେବେ ମଧ୍ୟ ଭାବି ନଥିଲେ ତାଙ୍କ ପୁଅ ତାଙ୍କର ନାମ ସଂପୂର୍ଣ୍ଣ ପ୍ରଦେଶରେ ପରିଚିତ କରିଦେବ। ସଲମାନଙ୍କ ବିଜେତା ହେବା ପରେ ତାଙ୍କ ପିତା କାସିମ୍ ଅଲ୍ଲି କହିଛନ୍ତି, ସେ ତାଙ୍କ ପୁଅ ଉପରେ ବହୁତ ଗର୍ବିତ। ପାଞ୍ଚ ଭଉଣୀରେ ସଭା ସାନ ସଲମାନଙ୍କ ସଫଳତାରେ ସମଗ୍ର ପରିବାର ଏବଂ ରାଜ୍ୟ ଖୁସି।

salman ali

ସଲାମାନ କହିଛନ୍ତି, ତାଙ୍କ ଘରେ ପୂର୍ବେ ଟିଭି ମଧ୍ୟ ନଥିଲ। ଏଣୁ ପରିବାର ଲୋକ କାର‌୍ୟ୍ୟକ୍ରମ ଦେଖିବା ପାଇଁ ପଡ଼ୋଶୀଙ୍କ ଘରକୁ ଯାଉଥିଲେ। ସେ ୫ବର୍ଷ ବୟସରୁ ଗୀତ ଗାଉଥିବା ବେଳେ ପିତା କାସିମ ଅଲ୍ଲି ତାଙ୍କୁ ସଂଙ୍ଗୀତ ପ୍ରଶିକ୍ଷଣ ଦେଇଛନ୍ତି। ଏଥିସହ ଦିଲ୍ଲୀର ଗାୟକ ଉତ୍ସାଦ ଇକବାଲ ହୁସେନଙ୍କ ପାଖରେ ଗାୟୀକର ସୂକ୍ଷ୍ମ ଜିନିଷ ଶିକ୍ଷା କରିଥିଲେ।