ହିରୋରୁ ଜିରୋ ହେଲେ ସଲମାନ୍

ମୁମ୍ବାଇ : କେରଳ ବନ୍ୟା ପୀଡ଼ିତାଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ବଢ଼ିଛନ୍ତି ବଲିଉଡ଼ର ଅନେକ କଳାକାର। ଅଭିତାଭ ବଚ୍ଚନ, ଶାହାରୁଖ ଖାନ, ସୁଶାନ୍ତ ସିଂ ରାଜପୁତ, ଜାକଲିନ୍ ଫର୍ଣ୍ଣାଟେଜ୍ , ସନି ଲିଓନି, ପ୍ରିୟା ପ୍ରକାଶ ଏବଂ ଅକ୍ଷୟ କୁମାରଙ୍କ ଭଳି ବଡ଼ବଡ଼ କଳାକାର କେରଳା ମୁଖ୍ୟମନ୍ତ୍ରୀ ବନ୍ୟା ସାହାଯ୍ୟ କେନ୍ଦ୍ରକୁ ଟଙ୍କା ଦାନ କରିଛନ୍ତି। ତେବେ ଏହି ତାଲିକାରେ ଏବେ ବଲିଉଡ଼ର ଦବଙ୍ଗ ଖାନଙ୍କ ନାଁ ମଧ୍ୟ ସାମିଲ ହୋଇଛନ୍ତି। ନିକଟରେ ଜାବେଦ ଜାଫରୀ ନିଜର ଟ୍ବିଟର ଅକାଉଣ୍ଟରେ କେରଳ ପୀଡ଼ାତାଙ୍କୁ ସଲମାନ୍ ୧୨କୋଟି ଟଙ୍କା ଦାନ କରିବା କଥା ଲେଖିଥିଲେ। ଏହି ଖବର ପରେ ସଲମାନ ଖାନଙ୍କୁ ବାସ୍ତବରେ ହିରୋ ବୋଲି କହିବା ଆରମ୍ଭ କରିଥିଲେ କିନ୍ତୁ ବାସ୍ତବରେ କଥା ଥିଲା କିଛି ଅଲଗା।
Heard @BeingSalmanKhan donated ₹12cr for Kerala.. this man is something else. Kitnon ki duaein leke chal rahi hain isey. God Bless you bro. Love and #Respect
— Jaaved Jaaferi (@jaavedjaaferi) August 26, 2018
ଜାବେଦ୍ ଜାଫରୀ ଲେଖିଥିଲେ , ମୁଁ ଶୁଣିବାକୁ ପାଇଛି ସଲମାନ ଖାନ କେରଳ ବନ୍ୟା ପୀଡ଼ିତାଙ୍କୁ ୧୨ କୋଟି ଟଙ୍କା ଦାନ କରିଛନ୍ତି। ଅନେକଙ୍କ ଆର୍ଶୀବାଦ ଏବଂ ଭଲ କାମନା ତାଙ୍କୁ ମିଳୁ। ଯାହାପରେ ଜାବେଦଙ୍କୁ ଟ୍ବିଟରରେ ବହୁ ସଂଖ୍ୟାକ ଟ୍ରୋଲ କରାଯାଇଥିଲା। କିଛି ବ୍ୟକ୍ତି ତ କେରଳ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ ମଧ୍ୟ ଏଥିରେ ରିଟ୍ବିଟ୍ କରିଥିଲେ।
ଯେଉଁଥିରେ ଲେଖାଯାଇଥିଲା କି ଆମେ କେରଳ ପାଇଁ ସାହାଯ୍ୟ ଅର୍ଥ ପଠାଇଥିବା ବ୍ୟକ୍ତିଙ୍କ ତାଲିକା ଦେଖିଛୁ କିନ୍ତୁ ସେଥିରେ ସଲମାନଙ୍କର ନାମ ରହିନାହିଁ। ଯେତେବେଳେ ଜାବେଦ ଜାଫରୀଙ୍କୁ ତାଙ୍କୁ ଭୁଲର ଅନୁଭବ ହୋଇଥିଲା ସେ ଆଉ ଏକ ଟ୍ବିଇଟ କରିଥିଲେ।
I had tweeted that I had ‘heard’ about @BeingSalmanKhan ‘s bcontribution. Because it was a very strong possibility given his track record, I put forward my thoughts and admiration.
Taking the tweet off till I can confirm it— Jaaved Jaaferi (@jaavedjaaferi) August 26, 2018
ଯେଉଁଥିରେ ଲେଖାହୋଇଥିଲା କି ମୁଁ ଲେଖିଥିଲି ଯେ, ମୁଁ ଶୁଣିଛି ସଲମାନ ଦାନ କରିଛନ୍ତି। କାରଣ ଏହା ସମ୍ବବ କାରଣ ସେ ଏତିକି ଅର୍ଥ ଦାନ କରିପାରିବେ। ଏଣୁ ମୁଁ ନିଜର ମତ ରଖିଥିଲି। ଯେପର୍ୟ୍ୟନ୍ତ ପ୍ରମାଣ ନହୋଇଛି ସେପର୍ୟ୍ୟନ୍ତ ମୁଁ ମୋର ପୂର୍ବ ଟ୍ବିଟରକୁ ଫେରସ୍ତ ନେଉଛି। ସଲମାନଙ୍କୁ ହିରୋ କରିବା ଚକ୍କରରେ ଜାବେଦ ତାଙ୍କୁ ଜିରୋ କରିଦେଇଛନ୍ତି।