କାନାଡ଼ାରେ ସଲମାନଙ୍କ ଫ୍ୟାନ୍ କଲେ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ର୍ଦୁବ୍ୟବହାର

ମୁମ୍ବାଇ: ନିକଟରେ ସୋସିଆଲ ମିଡ଼ିଆରେ କ୍ୟାଟ୍ରିନାଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି।  ଏହି ଭିଡ଼ିଓଟି କାନାଡ଼ାର ହୋଇଥିବା ବେଳେ ଜଣେ ମହିଳା କ୍ୟାଟ୍ରିନାଙ୍କୁ ର୍ଦୁବ୍ୟବହାର କରିଥିବା ଦେଖାଯାଇଛି । ଏଥିରେ ଅଭିନେତ୍ରୀ ଜଣଙ୍କ ବହୁ ଥକା ଦେଖାଯାଉଛନ୍ତି।

କାନାଡ଼ାରେ ଏକ ପୋଗ୍ରାମରୁ ଥକି ନିଜ ଗାଡ଼ିରେ ବସିବାକୁ ଯାଉଥିବା ସମୟରେ କ୍ୟାଟ୍ରିନାଙ୍କ ସହ ଜଣେ ମହିଳା ଫଟୋ ଉଠାଇବାକୁ ଚାହୁଁଥିଲେ। କ୍ୟାଟ୍ରିନା ଥକି ଯାଇଥିବାରୁ ସେ ତାଙ୍କ ଗାଡ଼ି ଆଡ଼କୁ ପଳାଇଥିଲେ। ଯାହାଫଳରେ ମହିଳା ଜଣଙ୍କ “ଆମେ ଆପଣଙ୍କ ସହ ଫଟୋ ଉଠାଇବାକୁ ଚାହୁଁନାହୁଁ” କହିବା ସହ ଖରାପ ଇଙ୍ଗିତ କରିଥିଲେ। ଯାହା କ୍ୟାଟ୍ରିନାଙ୍କୁ ଖରାପ ଲାଗିବା ସହ ସେ ତାଙ୍କ ନିକଟକୁ ଯାଇ ତାଙ୍କ ସହ କଥା ହୋଇଥିଲେ।

“ମୁଁ ବହୁତ ଥକା ଅନୁଭୁତ କରୁଛି ଏବଂ ବ୍ୟସ୍ତ ରହିଛି। ଏଥିରେ ଏତେ ଖରାପ ବ୍ୟବହାର କରିବାର କଣ ଅଛି” ବୋଲି କହିଥିଲେ ଅଭିନେତ୍ରୀ। ଯାହାପରେ ସଂପୂର୍ଣ୍ଣ ଘଟଣାକୁ ନିୟନ୍ତ୍ରିତ କରିଥିଲେ କ୍ୟାଟ୍ରିନାଙ୍କ ବଡ଼ିଗାର୍ଡ଼। ତାହାପରେ ଅଭିନେତ୍ରୀ ପ୍ରଶଂସକଙ୍କ ପାଖକୁ ଯାଇ ତାଙ୍କ ସହ ଫଟୋ ଉଠାଇଥିଲେ। କିନ୍ତୁ ତାହାପରେ ର୍ଦୁବ୍ୟବାହାର କରିଥିବା ଚିତ୍କାର କରି କହିଥିଲେ, “ସଲମାନଙ୍କ ଫ୍ୟାନ୍ ଆମେ ତାଙ୍କ ସହିତ ହିଁ ଫଟୋ ଉଠାଇବୁ”।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.