ଜନ୍‌ ଆବ୍ରାହମ୍‌କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଲେ ସଲମାନ୍‌ ଖାନ୍‌, ‘ସତ୍ୟମେବ ଜୟତେ ୨’ ସାମ୍ନାରେ ରିଲିଜ୍‌ କରିବେ ନିଜର ୧୦୦ କୋଟିର ଫିଲ୍ମ

କରୋନାର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ସଂକ୍ରମଣ ଯେତିକି କମୁଛି ଫିଲ୍ମ ଇଣ୍ଡଷ୍ଟ୍ରୀ ସେତିକି ଆକ୍ଟିଭ୍‌ ହେଉଛି। କରୋନା ଯୋଗୁ ଦୀର୍ଘ ୨ ବର୍ଷ ଧରି ମାନ୍ଦାବସ୍ଥା ଦେଇ ଗତି କରୁଥିବା ବଲିଉଡ୍‌ ଏବେ ଚଳଚଞ୍ଚଳ ହୋଇଛି। ଇତି ମଧ୍ୟରେ କେତେକ ଫିଲ୍ମ ନିର୍ମାତା ନିଜ ଆଗାମୀ ସିନେମାର ରିଲିଜ୍‌ ତାରିଖ ବି ଘୋଷଣା କରିଛନ୍ତି। ଏଥିରେ ସୂର୍ଯ୍ୟବଂଶୀ, ୮୩, ସତ୍ୟମେବ ଜୟତେ ୨, କେଜିଏଫ୍‌, ପୁଷ୍ପା, ଲାଲ ସିଂହ ଚଢ଼ା ସମେତ ଅନେକ ଫିଲ୍ମ ସାମିଲ ଅଛି। ଏବେ ଏହି ଲିଷ୍ଟରେ ସଲମାନ୍‌ ଖାନ୍‌ ଓ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ସହ ଅପ୍‌କମିଂ ଫିଲ୍ମ ‘ଅନ୍ତିମ’ ମଧ୍ୟ ସାମିଲ ହୋଇଛି।

ଅନ୍ତିମ୍‌ର ରିଲିଜ୍‌ ଡେଟ୍‌କୁ ନେଇ ମେକର୍ସ ଅନେକ ଦିନ ହେଲାଣି ଅପେକ୍ଷା କରିଥିଲେ। ମେକର୍ସ ସ୍ଥିର କରିପାରୁନଥିଲେ ଯେ ଫିଲ୍ମକୁ କେଉଁ ଦିନ ରିଲିଜ୍‌ କରିବେ। କାରଣ ଆସନ୍ତା ୨ ବର୍ଷ ପାଇଁ ଅଲଗା ଅଲଗା ମେକର୍ସ ବକ୍ସ ଅଫିସରେ ସ୍ଲଟ୍‌ ବୁକ୍‌ କରିସାରିଛନ୍ତି। ଏବେ ଅନ୍ତିମର ମେକର୍ସ ଘୋଷଣା କରିଛନ୍ତି ଯେ ଫିଲ୍ମ ଚଳିତବର୍ଷ ୨୬ ନଭେମ୍ବରରେ ରିଲିଜ୍‌ ହେବ। ତେବେ ରିଲିଜ୍‌ ସହ ବଲିଉଡ୍‌ରେ ମୁହାଁମୁହିଁ ପରିସ୍ଥିତି ଉପୁଜିବା ନେଇ ସ୍ପଷ୍ଟ ହୋଇଛି। କାରଣ ଏହି ଦିନ ବକ୍ସ ଅଫିସରେ ଅନ୍ତିମ ବ୍ୟତୀତ ଜନ୍‌ ଆବ୍ରାହମ୍‌ଙ୍କର ଫିଲ୍ମ ‘ସତ୍ୟମେବ ଜୟତେ ୨’ ମଧ୍ୟ ରିଲିଜ୍‌ ହେବ। ତେଣୁ ଏହି ଦୁଇଟି ଫିଲ୍ମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ଅନ୍ତିମ୍‌ ଫିଲ୍ମରେ ମହେଶ ମାଞ୍ଜେରେକର ନିର୍ଦ୍ଦେଶନା ଦେଇଛନ୍ତି। ଅନ୍ତିମ ହେଉଛି ହିଟ୍‌ ମରାଠୀ ଫିଲ୍ମ ମୁଲସୀ ପ୍ୟାଟର୍ଣ୍ଣର ହିନ୍ଦୀ ରିମେକ୍‌। ଫିଲ୍ମରେ ସଲମାନ୍‌ ଖାନ୍‌ ଓ ଆୟୁଷ ଶର୍ମା ଲିଡ୍‌ ରୋଲ୍‌ରେ ନଜର ଆସିବେ। ଫିଲ୍ମରେ ସଲମାନ୍‌ ଖାନ୍‌ ଜଣେ ଶିଖ୍‌ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି। ସେହିପରି ଆୟୁଷ ଶର୍ମା ଗ୍ୟାଙ୍ଗ୍‌ଷ୍ଟରଭାବେ ଅଭିନୟ କରୁଛନ୍ତି। ଫିଲ୍ମର ଫାଷ୍ଟ ଲୁକ୍‌ ଓ ଟିଜରରୁ ସ୍ପଷ୍ଟ ହୋଇଛି ଯେ ଫିଲ୍ମ ବେଶ୍‌ ଧମାକେଦାର ରହିବ। ତେବେ ଫିଲ୍ମରେ ସଲମାନ୍‌ ଖାନ୍‌ଙ୍କ ଲୁକ୍‌ ପୂରା ହଟ୍‌କେ ରହିଛି।

 

View this post on Instagram

 

A post shared by Mahesh Manjrekar (@maheshmanjrekar)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.