ସାଉଥ୍‌ଷ୍ଟାର ରାମଚରଣଙ୍କ ଘରେ ରାତ୍ରି ଭୋଜନ ପାଇଁ ପହଞ୍ଚିଲେ ସଲମାନ୍‌ ଖାନ୍‌, ସାଙ୍ଗରେ ଥିଲେ ପୂଜା ହେଗ୍‌ଡେ ଓ ଭେଙ୍କଟେଶ୍‌ ଦଗୁବାତୀ

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ନିଜ ଅପ୍‌କମିଂ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ଵାଲୀ’ ପାଇଁ ଏବେ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ସୁଟିଂ ପାଇଁ ସଲମାନ୍‌ ଓ ତାଙ୍କ ପୂରା ଟିମ୍‌ ହାଇଦ୍ରାବାଦରେ ସମୟ କାଟୁଛନ୍ତି। ଏହି ସମୟ ଭିତରେ ସଲମାନ୍‌ ସାଉଥ୍‌ଷ୍ଟାର ରାମ ଚରଣଙ୍କ ଘରକୁ ଯାଇଛନ୍ତି। କେବଳ ଏତିକି ନୁହେଁ, ଆରଆରଆର ଷ୍ଟାର ରାମ ଚରଣ ଓ ସଲମାନ୍‌ ଖାନ୍‌ଙ୍କ ସହ ଫଟୋ ବି ଏବେ ସାମ୍ନାକୁ ଆସିଛି। ଏହି ଫଟୋରେ ସାଉଥ୍‌ ଷ୍ଟାର ଭେଙ୍କଟେଶ୍‌ ଦଗୁବାତୀ ମଧ୍ୟ ନଜର ଆସିଛନ୍ତି।

ସଲମାନ୍‌ ଖାନ୍‌ ଗତ କିଛି ଦିନ ହେଲାଣି ନିଜ ବହୁ ପ୍ରତୀକ୍ଷିତ ଫିଲ୍ମ କଭି ଇଦ୍‌ କଭି ଦିଓ୍ଵାଲୀର ସୁଟିଂକୁ ନେଇ ହାଇଦ୍ରାବାଦରେ ଅଛନ୍ତି। ଇତି ମଧ୍ୟରେ ଆର୍‌ଆର୍‌ଆର୍‌ ଷ୍ଟାର ରାମଚରଣ ସଲମାନ୍‌ ଖାନ୍‌ଙ୍କୁ ନିଜ ଘରକୁ ଡାକିଥିଲେ। ଏଥିପାଇଁ ସେ ନିମନ୍ତ୍ରଣ ମଧ୍ୟ ପଠାଇଥିଲେ। ତାଙ୍କ ନିମନ୍ତ୍ରଣ ରକ୍ଷା କରି ଗତ ରାତିରେ ସଲମାନ୍‌ ଖାନ୍‌ ରାମଚରଣଙ୍କ ଘରେ ପହଞ୍ଚିଥିଲେ। ସଲମାନ୍‌ ଖାନ୍‌ଙ୍କ ସହ ଅଭିନେତ୍ରୀ ପୂଜା ହେଗ୍‌ଡେ ମଧ୍ୟ ଥିଲେ। ଏ ଅବସରରେ ସଲମାନ୍‌ ଖାନ୍‌ ରାମଚରଣଙ୍କ ଘରେ ରାତ୍ରି ଭୋଜନ ମଧ୍ୟ କରିଥିଲେ।

 

View this post on Instagram

 

A post shared by Rhyme (@alwaysrhyme)

ରାମ ଚରଣଙ୍କ ଘରୁ ସଲମାନ୍‌ ଖାନ୍‌ଙ୍କର ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫଟୋରେ ରାମ ଚରଣ ଓ ତାଙ୍କ ପତ୍ନୀ ଉପାସନା ସଲମାନ୍‌ ଖାନ୍‌ଙ୍କ ସହ ପୋଜ୍‌ ଦେଉଥିବା ଦେଖାଯାଇଛି। ତେବେ ଖାସ୍‌ କଥା ହେଉଛି ଏହି ଫଟୋରେ ସଲମାନ୍‌ଙ୍କ ସହ ସାଉଥ୍‌ ସୁପରଷ୍ଟାର ଭେଙ୍କଟେଶ ଦଗୁବାତୀ ଓ ପୂଜା ହେଗ୍‌ଡେ ମଧ୍ୟ ପୋଜ୍‌ ଦେଉଥିବା ଦେଖାଯାଇଛି।

ରିପୋର୍ଟ ମୁତାବକ, ସଲମାନ୍‌ ଖାନ୍‌ଙ୍କ ଫିଲ୍ମ କଭି ଇଦ୍‌ କଭି ଦିଓ୍ଵାଲୀରେ ରାମଚରଣ ଅତିଥି କଳାକାର ଭାବେ ନଜର ଆସିବେ। ଖବର ଅନୁସାରେ, ରାମ ଚରଣ ଏକ ସ୍ପେଶାଲ ଗୀତରେ ଅଭିନୟ କରୁଛନ୍ତି। ଏହି ଗୀତରେ ତାଙ୍କ ସହ ସଲମାନ୍‌ ଖାନ୍‌ ବି ଦମ୍‌ଦାର ପରଫର୍ମାନ୍ସ ଦେବେ। ତେବେ ଫିଲ୍ମୁକୁ ଦର୍ଶକେ ଅପେକ୍ଷା କରିଥିବା ଜଣାଯାଇଛି।

Also Read: ପାକିସ୍ତାନର ତଳମୁହାଁ ଅର୍ଥନୀତିକୁ ଏବେ ସାହାରା ହେବେ ଛତୁଆ ଓ ଲସି!

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.