ସଲମାନଙ୍କୁ ଲାଗିଛି ଫଟୋଗ୍ରାଫି ନିଶା, ମଡ଼େଲ ବନିଲେ …

ମୁମ୍ବାଇ : ବଲିଉଡ଼ର ଦବଙ୍ଗ ଖାନ ଖୁବ ଶୀଘ୍ର ଅଲ୍ଲୀ ଅବାସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଭାରତ’ରେ ନଜର ଆସିବା ପାଇଁ ଯାଉଛନ୍ତି। ଫିଲ୍ମର ଟିଜର ଅଗଷ୍ଟ ୧୫ ଦିନ ରିଲିଜ ହୋଇଥିବା ବେଳେ ଏଥିରେ ଅଭିନେତାଙ୍କ ନାୟିକା ସାଜିଛନ୍ତି କ୍ୟାଟ୍ରିନା କୈଫ୍। ତେବେ ଫିଲ୍ମରେ ହାସ୍ୟଅଭିନେତା ସୁନିଲ ଗୌଭରଙ୍କର ମଧ୍ୟ ମୁଖ୍ୟ ଭୂମିକା ରହିଛି। ତେବେ ନିକଟରେ ସଲମାନ ଏବଂ ଶାହାରୁଖ ଖାନଙ୍କ ସହ ସୁନିଲ ତାଙ୍କ ଜନ୍ମ ଦିନର କେକ୍ କାଟୁଥିବା ମଧ୍ୟ ନଜର ଆସିଥିଲେ। ଖାଲି ତାହା ନୁହଁ ଅଭିନେତାଙ୍କୁ ଏବେ ଫଟୋଗ୍ରାଫି ଜୋରସୋରରେ ଆରମ୍ଭ କରିଦେଇଛନ୍ତି। ଆଜ୍ଞା ହଁ, ପେଟିଂ ଏବଂ ଗୀତ ପରେ ସଲମାନଙ୍କୁ ଲାଗିଛି ଫଟୋଗ୍ରାଫିର ନିଶା।

ଆହୁରି ପଢ଼ନ୍ତୁ :ପୁଣି ଥରେ ଛୋଟ ପରଦାକୁ ଫେରିବେ ବଡ଼ ପରଦାର ବାଦଶାହା

ଫଟୋଗ୍ରାଫି ସମୟରେ ସଲମାନଙ୍କର ମଡ଼େଲ ସାଜିଥିଲେ କମେଡ଼ିଆନ୍ ସୁନିଲ ଗ୍ରୋଭର। ଏହା ବିଷୟରେ ସୁନିଲ ତାଙ୍କର ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ପୋଷ୍ଟର କ୍ୟାପସନରେ ସୁନିଲ ଲେଖିଛନ୍ତି, “ଆଃ ଆଃ… ଖୁବ୍ ଶୀଘ୍ର ଫାଇନାଲ ଫଟୋ ପୋଷ୍ଟ କରିବି , ଯେତେବେଳେ ତାହା ମୋ ପାଖକୁ ପଳାଇ ଆସିବ”। ଏଥିସହ ସେ ଲେଖିଛନ୍ତି “କେବଳ ଫଟୋଗ୍ରାଫରଙ୍କୁ ଦେଖନ୍ତୁ ନାହିଁ। ତେବେ ଏହି ସ୍ଥାନ ମାଲଟା ଏବଂ ଏଠାରେ ଭାରତର ଶୁଟିଂ ଚାଲିଛି। ଫଟୋଗ୍ରାଫରଙ୍କର ଫଟୋ କ୍ରେଡ଼ିଟ ଅତୁଲ ସାରଙ୍କୁ ଦିଆଯିବ”। ଏହି ଫଟୋସୁଟରେ ସୁନିଲ ବିଲକୁଲ ସଲମାନଙ୍କ ଭଳି ପୋଷାକ ପରିଧାନ କରିଛନ୍ତି। ଏବେ ଫଟୋଟି ବହୁତ ସଂଖ୍ୟାରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।