ଦବଙ୍ଗ ଖାନ ଦେଲେ ଫ୍ୟାନଙ୍କୁ ଉପହାର : “ଭାରତ”ର ହେଲା ଟିଜର ରିଲିଜ୍

ମୁମ୍ବାଇ : ସ୍ୱାଧୀନତା ଦିବସରେ ଫ୍ୟାନଙ୍କୁ ଦବଙ୍ଗ ଖାନ ଭେଟି ଦେଇଛନ୍ତି ଆଗାମୀ ଫିଲ୍ମ ଭାରତର ଟିଜର। ଏହାକୁ ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହାର କ୍ୟାପସନରେ ସଲମାନ ଲେଖିଛନ୍ତି “କିଛି ସଂପର୍କ ମାଟିରୁ ହୋଇଥାଏ ଆଉ କିଛି ରକ୍ତର ଆଉ ମୋ ପାଖରେ ଦୁଇଟି ହିଁ ରହିଛି “। ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଅନେକ ବିବାଦରେ ଲାଗିରହିଛି। ଏଥିରେ ସଲମାନଙ୍କ ସହ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ କେଟ୍ରିନା କୈଫ୍। ଏହି ଫିଲ୍ମଟି ୨୦୧୯ ଇଦରେ ରିଲିଜ୍ ହେବାକୁ ଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ଅଲ୍ଲୀ ଆବାସ ଜାଫର।

ତେବେ ସ୍ବଧିନତା ଦିବସ ଅବସରରେ ମଧ୍ୟ ଦେଶବାସୀଙ୍କ ପାଇଁ ମେସେଜ୍ ଦେଇଛନ୍ତି ବଲିଉଡ଼ର ଦବଙ୍ଗ ଖାନ। ଏନେଇ ସୋସିଅଆଲ ମିଡ଼ିଆରେ ନିଜର ଏକ ଫଟୋ ଶେୟାର କରିଛନ୍ତି ସଲମାନ। ଆଉ ଏହାର କ୍ୟାପସନରେ ଲେଖିଛନ୍ତି “ସ୍ୱଚ୍ଛ ଭାରତ ତ ଆମେ ଫିଟ୍, ଆମେ ଫିଟ୍ ତ ଇଣ୍ଡିଆ ଫିଟ୍”। ଏଥିସହ ସଲମାନ ଲେଖିଛନ୍ତି, ଆପଣ ଯାହା କରିବାକୁ ଚାହୁଁଛନ୍ତି କରନ୍ତୁ କିନ୍ତୁ ମାତୃଭୂମିକୁ ଅସୁବିଧାରେ ନ ପକାନ୍ତୁ। ଆପଣଙ୍କ ସୂଚନା ପାଇଁ, ପୂର୍ବରୁ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ରହିଛନ୍ତି ଅଭିନେତା ସଲମାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.