ପ୍ରିୟଙ୍କାଙ୍କ ଉପରେ ବାହାରିଲା ସଲମାନଙ୍କ ରାଗ ! କହିଲେ, ୧୦୦୦ ଥର ଅର୍ପିତାକୁ କଲ୍ କରି ଫିଲ୍ମରେ ମାଗିଥିଲେ କାମ

ପ୍ରିୟଙ୍କା ଭାରତ ଛାଡିବା ପରେ ପୁରା ବଲିଉଡରେ ଏବେ ବି ଗରମ ଅଛି ମାହୋଲ୍ । ପ୍ରିୟଙ୍କା ସିନେମା ଛାଡିବାର ବର୍ତ୍ତମାନ ସୁଦ୍ଧା ପ୍ରାୟ ଏକ ମାସ ହୋଇସାରିଲାଣି କିନ୍ତୁ ମାମଲା ଏଯାଏ ଥଣ୍ଡା ହୋଇନି । କିଛି ଦିନ ଯାଏଁ ଚୁପ୍ ରହିବା ପରେ ଏବେ ଧୀରେ ଧୀରେ ମୁହଁ ଖୋଲିଲେଣି ସଲମାନ୍ । ଗୋଟିଏ ପରେ ଗୋଟିଏ ଖୁଲାସା କରୁଛନ୍ତି ଭାଇଜାନ୍ ।

ନିକଟରେ ଏକ ସାକ୍ଷାତକାରରେ ପ୍ରିୟଙ୍କା ସିନେମା ଛାଡିବାକୁ ନେଇ ରାଗ ଜାହିର୍ କରିଥିଲେ ଭାଇଜାନ୍ । ସଲମାନ୍ କହିଥଲେ ଏମିତି କରିବାକୁ ପ୍ରିୟଙ୍କାଙ୍କ ନିକଟରେ କାରଣ ଥିଲା । କଥା ମାତ୍ର ଏତିକି ଯେ ପ୍ରୋଜେକ୍ଟ ଟା ଅଟକି ଗଲା । ଯଦି ଆମକୁ ପ୍ରଥମରୁ ଜଣା ପଡିଥାନ୍ତା ତେବେ କିଛି ସମାଧାନର ରାସ୍ତା ବାହାର କରିଥାନ୍ତୁ । ଏହା ସହ ଆହୁରୀ ସଲମାନ୍ କହିଛନ୍ତି ପ୍ରିୟଙ୍କାଙ୍କୁ କହିଥିଲି ଯଦି ବିବାହ କରିବାର ଅଛି ତେବେ ସିନେମା ଛାଡିବା କଣ ଆବଶ୍ୟକ । ଫିଲ୍ମରେ ପ୍ରିୟଙ୍କାଙ୍କ କାମ କେବଳ ୭୫ -୮୦ ଦିନର ଥିଲା । କିନ୍ତୁ ବିବାହ ପ୍ରସ୍ତୁତି ପାଇଁ ଆବଶ୍ୟକ ମାତ୍ର ଚାରି ଦିନ ଏବଂ ବିବାହ ପାଇଁ ୪ ଦିନ । ୮ ଦିନ ମଧ୍ୟରେ ବିବାହ ଏବଂ ଏହା ପରେ ହନିମୁନ୍ । ତେଣୁ ଆମେ କହିଲୁ ଆମେ ମ୍ୟାନେଜ୍ କରିଦେବୁ । କିନ୍ତୁ ପ୍ରିୟଙ୍କା ସଫା ସଫା ଫିଲ୍ମରେ କାମ କରିବାକୁ ମନା କରିଦେଲେ ।

କିନ୍ତୁ ଏହି ସିନେମା କରିବା ପାଇଁ ହଜାର ଥର ଅର୍ପିତାକୁ କଲ୍ କରିଥିଲେ ପ୍ରିୟଙ୍କା । ଆଉ କହିଥିଲେ ସଲମାନଙ୍କ ସହ କାମ କରିବାକୁ ଚାହୁଁଛି । କେବଳ ସେତିକି ନୁହେଁ ଅଲ୍ଲୀ ଅବାସଙ୍କୁ କଲ୍ କରି କହିଥିଲେ ଦେଖନ୍ତୁ ଯଦି ମୋ ପାଇଁ ଫିଲ୍ମରେ କିଛି ରୋଲ୍ ଅଛି କି । ଏମିତି କହି ସିନେମା ପାଇବା ପରେ କାହିଁକି ସେ ଭାରତ ଛାଡିଲେ ମୁଁ ଜାଣି ପାରୁନି । ବୋଧେ ସେ ବିବାହ ପରେ ମୋ ସହ କାମ କରିବାକୁ ଚାହୁଁ ନାହାଁନ୍ତି କିମ୍ବା ବଲିଉଡ ଛାଡି ହଲିଉଡରେ କାମ କରିବାକୁ ଚାହୁଁଛନ୍ତି ।

ତେବେ ଭାଇଜାନଙ୍କ ଏହି ବୟାନରୁ ଜଣା ପଡୁଛି ସେ ପ୍ରିୟଙ୍କାଙ୍କ ଉପରେ ଖୁବ୍ ରାଗିଛନ୍ତି । ବିଗ୍ ବସ୍ ଲଚିଂଙ୍ଗ୍ ସମୟରେ କମେଂଟ୍ ମାରି କହିଥଲେ ପ୍ରିୟଙ୍କା ବହୁତ ଭଲ ତେଣୁ ସୁଟିଂ ହେବାର ୫ ଦିନ ପୂର୍ବରୁ ଫିଲ୍ମ ଛାଡିବା କଥା କହିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.