ସଲମାନଙ୍କ ପରି ରୟାଲ୍ ଲାଇଫ ବଂଚନ୍ତି ଶେରା, ଦାମୀ ଗାଡି ସହ ଚପର ଏବଂ ଜେଟରେ ଯାତ୍ରା କରନ୍ତି ଭାଇଜାନଙ୍କ ବଡିଗାର୍ଡ

ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ବଲିଉଡ୍ ସୁଲତାନ୍ ସଲମାନଙ୍କ ବଡିଗାର୍ଡ ଶେରା । ଏହି ଭିଡିଓକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର୍ କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଶେରା ଜଣେ ବ୍ୟକ୍ତିଙ୍କୁ ଜିମରେ କସରତ କରାଉଛନ୍ତି । ଏହା ସହ ନିଜ ମାଲିକ ଅର୍ଥାତ୍ ସଲମାନଙ୍କ ପରି ଅଭିନୟ କରିବାକୁ ଚେଷ୍ଟା କରୁଛନ୍ତି । ଖୁବ୍ ମଜାଦାର ହୋଇଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

bodyguard sheraସଲମାନଙ୍କ ସବୁଠାରୁ ବିଶ୍ବସ୍ତ ପର୍ସନାଲ୍ ବଡିଗାର୍ଡ ଶେରା । ଯାହାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ସଲମାନଙ୍କୁ ଆଖି ବୁଜି ଫଲୋ କରୁଥିବା ଶେରା ଇନଷ୍ଟାଗ୍ରାମରେ ବେଶ୍ ଆକ୍ଟିଭ୍ । ଏପରିକି ନିଜ ମାଲିକଙ୍କ ପରି ରୟାଲ୍ ଲାଇଫ୍ ମଧ୍ୟ ବଂଚନ୍ତି ଶେରା । କୌଣସି ସେଲିବ୍ରିଟିଙ୍କଠୁ କମ୍ ନୁହେଁ ତାଙ୍କ ଜୀବନ । ଯାହାର ପ୍ରମାଣ ତାଙ୍କ ଇନଷ୍ଟାଗ୍ରାମ ଫଟୋରୁ ମିଳିଛି ।

 

କେବଳ ଦାମୀ ଦାମୀ ଗାଡି ନୁହେଁ ଶେରାଙ୍କ ନିକଟରେ ଅଛି ଚପର ଏବଂ ପ୍ଲେନ । ବିଦେଶ ଯିବା ଏବଂ ବଡ଼ ବଡ଼ ଷ୍ଟାରଙ୍କ ସହ ପାର୍ଟି କରିବା ଶେରାଙ୍କ ଲାଇଫ ଷ୍ଟାଇଲରେ ସାମିଲ୍ । ଗତ ୨୦ ବର୍ଷ ଧରି ସଲମାନଙ୍କ ବଡିଗାର୍ଡ ରହିଥିବା ଶେରାଙ୍କ ମାସିକ ଦରମା ୧୫ ଲକ୍ଷ ଟଙ୍କା । ଅନ୍ୟପଟେ ଶେରାଙ୍କ ପୁଅ ଟାଇଗର ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

 

 

View this post on Instagram

 

Love spending my Sunday evening with my boy Tequila. #Englishpointer #Tequila #Beingshera #Shera

A post shared by Being Shera (@beingshera) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.