ସଲମାନଙ୍କୁ ଜୀବନରୁ ମାରିଦେବା ଧମକରେ ମୁହଁ ଖୋଲିଲେ ସଲମାନ, କହିଲେ ଆଲ୍ଲା ଓ ଭଗବାନ ଅଛନ୍ତି

ସଲମାନ ଖାନ ତାଙ୍କ ଆଗାମୀ ଫିଲ୍ମ ସିକନ୍ଦରର ପ୍ରମୋସନର ଶେଷ ପର୍ଯ୍ୟାୟରେ ବ୍ୟସ୍ତ ଅଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ୨୬ ମାର୍ଚ୍ଚରେ ସେ ଫିଲ୍ମ ବିଷୟରେ କିଛି ଆକର୍ଷଣୀୟ କଥା କହିଥିଲେ । କେବଳ ଫିଲ୍ମ ନୁହେଁ ତାଙ୍କୁ ମିଳିଥିବା ହତ୍ୟା ଧମକ ସମେତ ଅନେକ ବିଷୟରେ ମଧ୍ୟ କହିଥିଲେ । ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ମିଳିଥିବା ହତ୍ୟା ଧମକ ବିଷୟରେ ମୁହଁ ଖୋଲିଥିଲେ । “ଆଲ୍ଲା ଏବଂ ଈଶ୍ୱର ଅଛନ୍ତି… ସେ ସମ୍ଭାଳିବେ ବୋଲି କହିଥିଲେ ।

ସିକନ୍ଦରର ଟ୍ରେଲର ଲଞ୍ଚରେ ସଲମାନ ଫିଲ୍ମରେ କାମ କରିବାର ତାଙ୍କର ଅଭିଜ୍ଞତା ବିଷୟରେ କହିଥିଲେ । ସେ କହିଥିଲେ ଯେ ନିର୍ଦ୍ଦେଶକ ଏ.ଆର. ମୁରୁଗାଡୋସ୍ କିପରି ତାଙ୍କୁ ନିରନ୍ତର ପ୍ରେରଣା ଦେଉଥିଲେ । ବିଶେଷକରି ଆକ୍ସନ ଦୃଶ୍ୟରେ ଯାହା ଦ୍ଵାରା ସେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିପାରିବେ । ସଲମାନ ପାର୍ଶ୍ୱ ଆଘାତ ପାଇଥିଲେ ମଧ୍ୟ ୧୪ ଘଣ୍ଟା ସିଫ୍ଟରେ କାମ କିଛି ଦିନ ସକାଳ ୭ଟାରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଚାଲୁଥିବା ସେ କହିଛନ୍ତି ।

ଯେତେବେଳେ କିଛି ଅସୁବିଧା ଆସେ ସେଗୁଡ଼ିକ ଆହୁରି ବଢ଼ିଯାଏ ବୋଲି ସେ କହିଥିଲେ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଠାରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଅନେକ ଥର ହତ୍ୟା ଧମକ ପାଇଥିବା ଅଭିନେତା ସଲମାନ ଖାନ ସମ୍ପ୍ରତି ସେୟାର କରିଛନ୍ତି ଯେ ଏପରି ଧମକ ତାଙ୍କୁ ଭୟଭୀତ କରେ କି ନାହିଁ। ସେ କହିଛନ୍ତି ଯେ ସେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ତାଙ୍କ ପାଇଁ ଯାହା ଜୀବନକାଳ ଲେଖାଯାଇଛି, ସେ ସେତେ ଦିନ ବଞ୍ଚିବେ ।

ଧମକ ପରେ, ସଲମାନ ପ୍ରକାଶ କରିଛନ୍ତି ଯେ ସେ ଏବେ କେବଳ ତାଙ୍କ ଘର ଏବଂ ଫିଲ୍ମ ସେଟ୍ ମଧ୍ୟରେ ଯାତାୟାତ କରନ୍ତି । ସିକନ୍ଦର ମାର୍ଚ୍ଚ ୩୦ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Also read: ସିକନ୍ଦର ଫିଲ୍ମର ପ୍ରମୋସନ କାହିଁକି କରୁନାହାନ୍ତି ସଲମାନ, କଣ ରହିଛି ଏହା ପଛର କାରଣ..