ଗାର୍ଲଫ୍ରେଣ୍ଡ ଲୁଲିଆଙ୍କ ସହ ମିଶି ଫାର୍ମହାଉସ ସଫା କରୁଛନ୍ତି ସଲମାନ ଖାନ୍, ଭାଇରାଲ ହେଲା ଭିଡିଓ

ମୁମ୍ବାଇ ଓ ଗୁଜରାଟରେ ବାତ୍ୟା ନିସର୍ଗ ଯୋଗୁ ବହୁ କ୍ଷୟକ୍ଷତି ହୋଇଛି। ବାତ୍ୟା ପ୍ରଭାବରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ ଛୋଟ ଚାଳ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ନିସର୍ଗର ପ୍ରଭାବ ସଲମାନ ଖାନଙ୍କ ପନବେଲ ସ୍ଥିତ ଫାର୍ମ ହାଉସରେ ମଧ୍ୟ ଦେଖିବାକୁ ମିଳିଛି। ସେଠାକାର ସ୍ଥିତି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ତେବେ ଏବେ ସଲମାନ ଖାନ ଓ ଲୁଲିଆ ବନ୍ତୁରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ସବୁଠୁ ଚର୍ଚ୍ଚାରେ ରହିଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

#SwachhBharat #WorldEnvironmentDay Music Credits: Mark Mothersbaugh

A post shared by Salman Khan (@beingsalmankhan) on

ଭିଡିଓରେ ସଲମାନ ଫାର୍ମ ହାଉସ ସଫା କରୁଥିବା ଦେଖିବାକୁ ମିଳୁଛି। ତାଙ୍କ ସହ ଲୁଲିଆ ମଧ୍ୟ ଝାଡୁ ମାରୁଛନ୍ତି। ଏମାନଙ୍କ ସହ ଆଉ କିଛି ଲୋକ ମଧ୍ୟ ସଫାସଫି କରୁଥିବା ଦେଖାଯାଇଛି। ଏହି ଭିଡିଓକୁ ସଲମାନ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ସ୍ୱଚ୍ଛ ଭାରତର ସନ୍ଦେଶ ଦେଇଛନ୍ତି। ଏଥିରେ ସେ କ୍ୟାପସନ ଲେଖିଛନ୍ତି “ସ୍ୱଚ୍ଛ ଭାରତ, ବିଶ୍ୱ ପରିବେଶ ଦିବସ”।

World Environment Day 2020: Salman Khan and Iulia Vantur Sweep and ...

ସୂଚନାଯୋଗ୍ୟ ଯେ ଲକଡାଉନ ଯୋଗୁ ସଲମାନ ଗତ ୨ ମାସ ହେଲା ପରିବାର ସହ ଫାର୍ମ ହାଉସରେ ସମୟ ବିତାଉଛନ୍ତି। ତାଙ୍କ ସହ ଫାର୍ମହାଉସରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ଓ ଆଉ କିଛି ସଦସ୍ୟ ମଧ୍ୟ ଅଛନ୍ତି। ଏବେ ସଲମାନ ସୋସିଆଲ ମିଡିଆ ଜରିଆରେ ଫ୍ୟାନଙ୍କ ସହ ଯୋଗାଯୋଗ ରଖିଛନ୍ତି। ଫ୍ୟାନଙ୍କ ପାଇଁ ନିୟମିତ ଭାବେ ସେ ଫଟୋ ଓ ଭିଡିଓ ସେୟାର କରିଥାନ୍ତି।

Leave A Reply

Your email address will not be published.