ବିଗବସ ହାଉସରେ ବାଥରୁମଠୁ ନେଇ କିଚେନ ପର୍ଯ୍ୟନ୍ତ ସଫାକଲେ ସଲମାନ ଖାନ..ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

Bigg Boss 13 ନିଜର ପ୍ରତିଯୋଗୀମାନଙ୍କ ପାଇଁ ଆଜିକାଲି ବହୁତ ଚର୍ଚ୍ଚାରେ ରହିଛି । ଘରର ସଦସ୍ୟ ମାନଙ୍କ ଭିତରେ ହେଉଥିବା ଝଗଡ଼ାର ଦର୍ଶକମାନେ ଖୁବ ମଜା ଉଠାଉଛନ୍ତି ଯେଉଁ କାରଣରୁ ଶୋ’ର ଟିଆରପି ବଢି ବଢି ଚାଲିଛି । ପ୍ରାୟତଃ ସୋସିଆଲ ମିଡିଆରେ ବିଗବସର ଭିଡିଓ ଭାଇରଲ ହୋଇଥାଏ । ତେବେ ନିକଟରେ ଏକ ପ୍ରମୋ ଅତ୍ୟନ୍ତ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ସଲମାନ ଖାନ କିଚେନଠୁ ନେଇ ବାଥରୁମ ପର୍ଯ୍ୟନ୍ତ ସାରା ଘରକୁ ସଫା କରୁଥିବା ଦେଖିବାକୁ ମିଳିଛି । ନିକଟରେ ବିଗବସରେ ସଲମନ ଖାନଙ୍କର ଜନ୍ମଦିନ ପାଳନ କରାଯାଇଥିଲା । ଏହାପରେ ଘରର ଅବସ୍ଥା ଦେଖି ଦବାଙ୍ଗ ଖାନ ନିଜେହିଁ ବିଗବସ ହାଉସକୁ ସଫା କରିବା ପାଇଁ ପହଂଚି ଯାଇଥିଲେ ।


ବିଗବସର ପ୍ରମୋ ଭିଡିଓରେ ଦେଖିବାକୁ ମିଳିଛି ଯେ ଘରର ସମସ୍ତ ସଦସ୍ୟ ଗୋଟିଏ ରୁମରେ ଅଛନ୍ତି ଏବଂ ସଲମାନ ଖାନ ଘରେ ଏଣ୍ଟ୍ରି କରିବା ସହିତ ସାରା ଘରକୁ ସଫା କରିବାରେ ଲାଗି ପଡିଛନ୍ତି । ବିଗବସର ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ସଲମାନ କିପରି ଭାବେ ବାଥରୁମଠୁ ନେଇ କିଚେନ ପର୍ଯ୍ୟନ୍ତ ସଫା କରୁଛନ୍ତି ଓ ଘରଲୋକ ତାଙ୍କୁ ଏସବୁ କରିବା ପାଇଁ ରୋକୁଛନ୍ତି ।

सलमान खान ने किया बिग बॉस हाउस का टॉयलेट साफ, Video हुआ वायरल

ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ସେହନାଜ ଗିଲଙ୍କୁ କ୍ୟାପଟେନ୍ସି ମିଳିଥିଲା ଏବଂ ସେ କ୍ୟାପଟେନ ହେବାପରେ ଘରର କୌଣସି ସଦସ୍ୟ କାମକୁ ଅତି ଗମ୍ଭିରତାର ସହ ନେଉନାହାନ୍ତି । ଯେଉଁ କାରଣରୁ ନିଜେ ସଲମାନ ଖାନଙ୍କୁ ବିଗବସ ହାଉସ ସଫା କରିବାକୁ ପଡିଲା । ତେବେ ଏହି ସପ୍ତାହର ୱିକେଣ୍ଡ କା ବାରରେ ରୋହିତ ସେଠି ବିଗବସ ହାଉସରେ ଏଣ୍ଟ୍ରି କରିଥିଲେ ଓ ପ୍ରତିଯୋଗୀ ମାନଙ୍କର ଖୁବ ମନୋରଞ୍ଜନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.