ଆସୁଛି ହାଇଭୋଲ୍ଟେଜ ରିୟାଲିଟି ସୋ’ ବିଗ୍‌ ବସ୍‌ ସିଜିନ୍‌-୧୩, ହୋଷ୍ଟିଂ ପାଇଁ ଚ୍ୟାନେଲ ସହିତ ୪୦୩କୋଟି ଟଙ୍କାର ଚୁକ୍ତି କଲେ ସୁପରଷ୍ଟାର ସଲମାନ ଖାନ୍

ମୁମ୍ବାଇ : ରିୟାଲିଟି ସୋ’ ବିଗ୍‌ ବସ୍‌ ସବୁବେଳେ ଚର୍ଚ୍ଚାର ପରିସରରେ ରହିଥାଏ । କେତେବେଳେ ଏହାର ପ୍ରତିଯୋଗୀ ମାନଙ୍କ ହାଇ ଭୋଲଟେଜ୍ ଡ୍ରାମା ପାଇଁ ତ ଆଉ କେତେବେଳେ ଏହାର ହୋଷ୍ଟିଂ କରୁଥିବା ସୁପରଷ୍ଟାର ସଲମାନ ଖାନଙ୍କ ପାଇଁ । ସୁପରଷ୍ଟାର ସଲମାନ ଖାନ୍‌ ଗତ ୯ବର୍ଷ ହେବ ରିୟାଲିଟି ସୋ’ ବିଗ୍‌ ବସ୍‌ର ହୋଷ୍ଟିଂ  କରିଆସୁଛନ୍ତି ।

salman

ଏହାସହ ପଢନ୍ତୁ: ଜସଲୀନ ନୁହେଁ ଏଥର କ୍ୟାଟ୍ରିନାଙ୍କ ସହିତ ଯୋଡି ବନାଇବାକୁ ଚାହୁଁଛନ୍ତି ଅନୁପ ଜଲୋଟା

 

ତେବେ ସିଜିନ୍‌ ବଢ଼ିବା ସହ ସଲମାନଙ୍କୁ ମିଳୁଥିବା ଟଙ୍କା ମଧ୍ୟ ବଢ଼ିବାରେ ଲାଗିଛି । ଏହା ଭିତରେ ଆଗକୁ ଆସିବାକୁ ଥିବା ବିଗ୍‌ ବସ୍‌ ସିଜିନ୍‌-୧୩ ପାଇଁ ସଲମାନ୍ ଚ୍ୟାନେଲ ସହ ଚୁକ୍ତି କରିସାରିଛନ୍ତି । ଆଜ୍ଞା ହଁ ସଲମାନ୍ ଚ୍ୟାନେଲ ସହିତ ୪୦୩କୋଟି ଟଙ୍କାର ଚୁକ୍ତି କରିଥିବା ଜଣାପଡ଼ିଛି । ସଲମାନ ପୂର୍ବ ବର୍ଷଠାରୁ ୧୦୦କୋଟି ଟଙ୍କା ଅଧିକ ନେଉଥିବା ବେଳେ ସପ୍ତାହର ଦୁଇ ଦିନ ପାଇଁ ତାଙ୍କୁ ଚ୍ୟାନେଲ ତରଫରୁ ୩୧କୋଟି ଟଙ୍କା ଦିଆଯିବ ।

Leave A Reply

Your email address will not be published.