ସାଙ୍ଗରେ କପୁଲ୍‌ଙ୍କୁ ବସାଇ ଅଟୋ ଚଲାଇଲେ ସଲମାନ, ଭିଡିଓ ଭାଇରଲ ପରେ ଫ୍ୟାନ୍ସ ଦେଲେ ଏମିତି ପ୍ରତିକ୍ରିୟା

ବଲିଉଡର ଭାଇଜାନ ସଲମାନ ଖାନ ସବୁବେଳେ କିଛି ନା କିଛି କାରଣ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି।ଆଉ ଫ୍ୟାନ୍ସ ମଧ୍ୟ ତାଙ୍କ ଅପଡେଟ୍‌କୁ ଚାହିଁ ରହିଥାନ୍ତି। ନିକଟରେ ଜନ୍ମଦିନର ଗୋଟେ ଦିନ ପୂର୍ବରୁ ସଲମାନଙ୍କ ସାପ କାମୁଡିଦେଇଥିବା ଖବର ସାମ୍ନାକୁ ଆସିଥିଲା। ଯାହାକୁ ଶୁଣିବା ପରେ ଫ୍ୟାନ୍ସଙ୍କ ମନ ଦୁଃଖ ହୋଇଯାଇଥିଲା। ଏବେ ପୁଣି ଏକ ଖବର ଯୋଗୁଁ ସଲମାନ ଦୃଷ୍ଟି ଆକର୍ଷଣ କରିଛନ୍ତି। ସଲମାନ ନିଜର ଆଲିସାନ୍ ରେଞ୍ଜ ରୋଭର କାରକୁ ଛାଡ଼ି ଅଟୋରିକ୍ସା ଚଲାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହୋଇଛି ।

ଭାଇରଲ ହେଉଥିବା ଏହି ଭିଡିଓଟି ସଲମାନଙ୍କ ପନଭେଲ ଫାର୍ମ ହାଉସ୍ ନିକଟର। ଭିଡିଓରେ ସଲମାନ ଗୋଟିଏ ବ୍ଲ୍ୟୁ-କଲରର ଟି-ସାର୍ଟ ପିନ୍ଧିବା ସହିତ ଗୋଟିଏ ଟୋପି ମଧ୍ୟ ପିନ୍ଧିଥିବା ଦେଖାଯାଉଛି। କେବଳ ସେତିକି ନୁହେଁ, ଯେଉଁ ଅଟୋରିକ୍ସାକୁ ସଲମାନ ଚଲାଉଥିଲେ, ସେଥିରେ ପୂର୍ବରୁ ଦୁଇଜଣ ଦମ୍ପତି ମଧ୍ୟ ବସିଥିଲେ। ତେବେ ଏହି ଭିଡିଓଟି ଏବେ ବେଶ ଭାଇରଲ ହେଉଥିବା ବେଳେ ଏହାକୁ ନେଇ ସଲୁ ଭାଇଜାନଙ୍କ ଫ୍ୟାନ୍ସ ଜବରଦସ୍ତ କମେଣ୍ଟ ମଧ୍ୟ କରୁଛନ୍ତି। କିଏ କହୁଛି ଭାଇଜନାଙ୍କ ଅଦ୍ଭୁତ ସଉକ ତ ଆଉ କିଏ ମହାନ ଏବଂ ସମସ୍ତଙ୍କ ଠାରୁ ଭିନ୍ନ ବୋଲି କହୁଛି।

ସଲମାନ ତାଙ୍କ ଜନ୍ମଦିନ ପାଳନ କରିବାକୁ ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲା ସ୍ଥିତ ପାନଭିଲ୍ ଫାର୍ମହାଉସକୁ ଆସିଥିଲେ। ଗତ ପରଦିନ ସଲମାନ ସେଠାରେ ୫୬ ତମ ଜନ୍ମଦିନ ପାଳନ କରିଥିଲେ। ରିପୋର୍ଟ ମୁତାବକ, ସଲମାନ୍‌ ଖାନ୍‌ଙ୍କୁ ଏକ ସାପ କାମୁଡ଼ିଥିଲା। ପରିବାର ଲୋକେ ତାଙ୍କୁ ମୁମ୍ବାଇର କାମୋଠେ ଅଞ୍ଚଳରେ ଥିବା ଏମ୍‌ଜିଏମ୍‌ (ମହାତ୍ମାଗାନ୍ଧୀ ମିଶନ ହସ୍ପିଟାଲ)ରେ ଭର୍ତ୍ତି କରିଥିଲେ। ଥରେ ନୁହେଁ ସାପଟି ମୋତେ ୩ଥର କାମୁଡ଼ିଥିଲା। ତା’ ପରେ ମୋତେ ହସ୍ପିଟାଲ ନିଆ ଯାଇଥିଲା। ସେଠାରେ ଡାକ୍ତର ମୋତେ ଆଣ୍ଟି ଭେନମ୍‌ ଇଞ୍ଜେକସନ୍‌ ଦେଇଥିଲେ। ସୂଚନାଯୋଗ୍ୟ, ସଲମାନ ଏବେ ବିଗ୍‌ବସ୍‌ ସିଜିନ ୧୫ର ହୋଷ୍ଟ କରୁଥିବା ବେଳେ ଆଗକୁ କ୍ୟାଟ୍ରିନାଙ୍କ ଫିଲ୍ମ ‘ଟାଇଗର ୩’ରେ ନଜର ଆସିବେ। ଫିଲ୍ମର ସୁଟିଂ ପାଇଁ ନିକଟରେ ଦୁହେଁ ତୁର୍କୀ ଯାଇଥିଲେ। ସଲମାନଙ୍କ ଫିଲ୍ମ ‘ଅନ୍ତିମ:ଦ ଫାଇନାଲ ଟ୍ରୁଥ’ ନିକଟରେ ରିଲିଜ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ଆୟ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.