ସଲମାନ୍‌ ଖାନ୍‌ ବି ଗାଇପାରିଲେନି ୟୋହାନୀଙ୍କ ‘ମାନିକେ ମାଗେ ହିତେ’ ଗୀତ, ଦେଖନ୍ତୁ ମଜାଦାର ଭିଡିଓ

ପୁଣିଥରେ ଆରମ୍ଭ ହୋଇଛି ଟିଭିର ଲୋକପ୍ରିୟ ଶୋ’ ବିଗ୍‌ବସ୍‌। ଟେଲି ଜଗତର ସବୁଠୁ କଣ୍ଟ୍ରୋଭର୍ସିଆଲ୍‌ ଶୋ’ ଦେଖିବାକୁ ଫ୍ୟାନ୍‌ମାନେ ମଧ୍ୟ ଖୁବ୍‌ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ବିଗ୍‌ବସ୍‌ ୧୫ର ପ୍ରଥମ ଓ୍ଵିକ୍‌ଏଣ୍ଡ୍‌ କା ଓ୍ଵାର ଆଜି ଆସିବାୁକ ଯାଉଛି। ଶୋ’ରେ ଆଜି ସଲମାନ୍‌ ଖାନ୍‌ଙ୍କ ସହ ଶ୍ରୀଲଙ୍କାର କଣ୍ଠଶିଳ୍ପୀ ୟୋହାନୀ ନଜର ଆସିବେ। ସୂଚନାଯୋଗ୍ୟ ଯେ ୟୋହାନୀ ହେଉଛନ୍ତି ବର୍ତ୍ତମାନର ସବୁଠୁ ଲୋକପ୍ରିୟ ଗୀତ ‘ମାନିକେ ମାଗେ ହିତେ’ର ଗାୟିକା।

 

View this post on Instagram

 

A post shared by Yohani (@yohanimusic)

କଲର୍ସ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶୋ’ର ଏକ ପ୍ରୋମୋ ଭିଡିଓ ସେୟାର କରିଛି। ଏହି ଭିଡିଓରେ ୟୋହାନୀ ନିଜ ଫେମସ୍‌ ଗୀତ ‘ମାନିକେ ମାଗେ ହିତେ’ ଗାଉଥିବାର ନଜର ଆସିଛି। ଭିଡିଓରେ ସଲମାନ୍‌ ଖାନ୍‌ ମଧ୍ୟ ତାଙ୍କ ସହ ଛିଡ଼ା ହୋଇଛନ୍ତି। ତେବେ ସବୁଠୁ ମଜା କଥା ହେଉଛି ସଲମାନ୍‌ ମଧ୍ୟ ୟୋହାନୀଙ୍କ ସହ ଗୀତ ଗାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେ ଗୀତକୁ ଠିକ୍‌ ଭାବେ ଉଚ୍ଚାରଣ କରିପାରୁନାହାନ୍ତି। ଗୀତକୁ ଠିକ୍‌ ଭାବେ ଗାଇ ପାରୁନଥିବାରୁ ସଲମାନ୍‌ ଲାଜେଇ ଯାଉଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Voompla (@voompla)

ଏହି ଭିଡିଓରେ ଦେଖାଯାଇଛି ଯେ ପରେ ସଲମାନ୍‌ ଖାନ୍‌ ଓ ୟୋହାନୀ ଉଭୟେ ମିଶି ଏହି ଗୀତକୁ ପୁଣିଥରେ ଗାଉଛନ୍ତି। ପରେ ଉଭୟେ ବେଶ୍‌ ମସ୍ତି କରୁଛନ୍ତି। ତେବେ ବିଗ୍‌ବସ୍‌ରେ ସଲମାନ୍‌ ଖାନ୍‌ଙ୍କୁ ଭେଟିବା ପୂର୍ବରୁ ୟୋହାନୀ ଶ୍ରୀଲଙ୍କାର ମୂଳ ବାସିନ୍ଦା ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍‌ଙ୍କ ସହ ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ। ଏହି ଫଟୋରେ ସେ କ୍ୟାପସନ୍‌ ଲେଖିଛନ୍ତି-‘ଷ୍ଟାରଷ୍ଟକ୍‌’।

 

View this post on Instagram

 

A post shared by Yohani (@yohanimusic)

ସୂଚନାଯୋଗ୍ୟ ଯେ ଯେବେଠାରୁ ୟୋହାନୀଙ୍କ ଗୀତ ‘ମାନିକେ ମାଗେ ହିତେ’ ସାମ୍ନାକୁ ଆସିଛି, ସେବେଠାରୁ ତାହା ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛି। ସମସ୍ତଙ୍କ ମୁହଁରେ ଏହି ଗୀତ ଶୁଣିବାକୁ ମିଳୁଛି। ଏହି ଗୀତକୁ ନେଇ ୟୋହାନୀ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ପ୍ରିୟଙ୍କା ଚୋପ୍ରା ଯେତେବେଳେ ତାଙ୍କ ଗୀତ ସେୟାର କରିଥିଲେ, ସେ ସେତେବେଳେ ସବୁଠୁ ଅଧିକ ଖୁସି ହୋଇଥିଲେ।

ଅନ୍ୟପଟେ ବିଗ୍‌ବସ୍‌ କଥା କହିବା ତ ଆଜି ବିଗ୍‌ବସ୍‌ ୧୫ର ‘ଓ୍ଵିକ୍‌ଏଣ୍ଡ୍‌ କା ଓ୍ଵାର’ରେ ସଲମାନ୍‌ ଖାନ୍‌ ପ୍ରତିଯୋଗୀ ପ୍ରତୀକ ସହଜପାଲଙ୍କ କ୍ଲାସ୍‌ ନେଉଥିବା ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.